୧୨ ଲକ୍ଷ ଟଙ୍କା ଯାଏଁ ଆୟ ଉପରେ ଦେବାକୁ ପଡ଼ିବନି ଟିକସ, ଜାଣନ୍ତୁ ନୂଆ ଟ୍ୟାକ୍ସ ସ୍ଲାବ୍ ଉପରେ ସବୁ କିଛି

ନୂଆଦିଲ୍ଲୀ: ମୋଦୀ ୩.୦ର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ ଶନିବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଉପସ୍ଥାପନ କରି ମଧ୍ୟବିତ୍ତଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି । ଟ୍ୟାକ୍ସ ରିଜିମ୍‌ରେ ବଡ଼ ପରିବର୍ତ୍ତନ କରି ୧୨ ଲକ୍ଷ ଟଙ୍କା ଯାଏଁ ଆୟ ଉପରେ କୌଣସି ଟିକସ ଦେବାକୁ ପଡ଼ିବ ନାହିଁ ବୋଲି ଘୋଷଣା କରିଛନ୍ତି । ଏହାପରେ ଏବେ ଦେଶରେ ନୂଆ ଟ୍ୟାକ୍ସ ସ୍ଲାବ୍ ଲାଗୁ ହେବ । ଅର୍ଥମନ୍ତ୍ରୀଙ୍କ ଘୋଷଣା ଅନୁସାରେ ଏଣିକି ୧୨ ଲକ୍ଷ ଟଙ୍କା ଯାଏ ଆୟ ଉପରେ କୌଣସି ଟିକସ ଦେବାକୁ ପଡ଼ିବ ନାହିଁ । ନୂଆ ଟ୍ୟାକ୍ସ ରିଜିମ୍‌ର ନୂଆ ଟ୍ୟାକ୍ସ ସ୍ଲାବ୍ ହେବ । ନୂଆ ଟ୍ୟାକ୍ସ ସ୍ଲାବ୍ ଆର୍ଥିକ ବର୍ଷ ୨୦୨୫-୨୬ (ଆସେସମେଣ୍ଟ ଇୟର ୨୦୨୬-୨୭) ପାଇଁ ଲାଗୁ ହେବ । ନୂଆ ଟ୍ୟାକ୍ସ ଅନୁସାରେ ୪ ଲକ୍ଷ ଟଙ୍କା ଆୟ ଯାଏ କୌଣସି ଟିକସ ଦେବାକୁ ପଡ଼ିବ ନାହିଁ । ପୂର୍ବରୁ ୨.୫୦ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କା ଯାଏ ୫ ପ୍ରତିଶତ ଟିକସ ଦେବାକୁ ପଡ଼ୁଥିଲା, ଯାହା ଏବେ ବଦଳି ୪ ଲକ୍ଷ ଟଙ୍କାରୁ ୮ ଲକ୍ଷ ଟଙ୍କା ହୋଇଛି । ନୂଆ ଟିକସ ସ୍ଲାବ୍୦ରୁ ୪ ଲକ୍ଷ ଟଙ୍କା ଯାଏ ଆୟକର: NIL୪ରୁ ୮ ଲକ୍ଷ ଟଙ୍କା ଉପରେ ଆୟକର: ୫%୮ରୁ ୧୨ ଲକ୍ଷ ଟଙ୍କା ଉପରେ ଆୟକର: ୧୦%୧୨ରୁ ୧୬ ଲକ୍ଷ ଟଙ୍କା ଉପରେ ଆୟକର: ୧୫%୧୬ରୁ ୨୦ ଲକ୍ଷ ଟଙ୍କା ଉପରେ ଆୟକର: ୨୦%୨୦ରୁ ୨୪ ଲକ୍ଷ ଟଙ୍କା ଉପରେ ଆୟକର: ୨୫%୨୪ ଲକ୍ଷରୁ ଅଧିକ ଟଙ୍କା ଆୟକର: ୩୦%ଅର୍ଥମନ୍ତ୍ରୀ କହିଛନ୍ତି ଯେ ନୂଆ ଟିକସ ହାର ସହ

୧୨ ଲକ୍ଷ ଟଙ୍କା ଯାଏଁ ଆୟ ଉପରେ ଦେବାକୁ ପଡ଼ିବନି ଟିକସ, ଜାଣନ୍ତୁ ନୂଆ ଟ୍ୟାକ୍ସ ସ୍ଲାବ୍ ଉପରେ ସବୁ କିଛି

ନୂଆଦିଲ୍ଲୀ: ମୋଦୀ ୩.୦ର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ ଶନିବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଉପସ୍ଥାପନ କରି ମଧ୍ୟବିତ୍ତଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି । ଟ୍ୟାକ୍ସ ରିଜିମ୍‌ରେ ବଡ଼ ପରିବର୍ତ୍ତନ କରି ୧୨ ଲକ୍ଷ ଟଙ୍କା ଯାଏଁ ଆୟ ଉପରେ କୌଣସି ଟିକସ ଦେବାକୁ ପଡ଼ିବ ନାହିଁ ବୋଲି ଘୋଷଣା କରିଛନ୍ତି । ଏହାପରେ ଏବେ ଦେଶରେ ନୂଆ ଟ୍ୟାକ୍ସ ସ୍ଲାବ୍ ଲାଗୁ ହେବ । 

ଅର୍ଥମନ୍ତ୍ରୀଙ୍କ ଘୋଷଣା ଅନୁସାରେ ଏଣିକି ୧୨ ଲକ୍ଷ ଟଙ୍କା ଯାଏ ଆୟ ଉପରେ କୌଣସି ଟିକସ ଦେବାକୁ ପଡ଼ିବ ନାହିଁ । ନୂଆ ଟ୍ୟାକ୍ସ ରିଜିମ୍‌ର ନୂଆ ଟ୍ୟାକ୍ସ ସ୍ଲାବ୍ ହେବ । ନୂଆ ଟ୍ୟାକ୍ସ ସ୍ଲାବ୍ ଆର୍ଥିକ ବର୍ଷ ୨୦୨୫-୨୬ (ଆସେସମେଣ୍ଟ ଇୟର ୨୦୨୬-୨୭) ପାଇଁ ଲାଗୁ ହେବ । ନୂଆ ଟ୍ୟାକ୍ସ ଅନୁସାରେ ୪ ଲକ୍ଷ ଟଙ୍କା ଆୟ ଯାଏ କୌଣସି ଟିକସ ଦେବାକୁ ପଡ଼ିବ ନାହିଁ । ପୂର୍ବରୁ ୨.୫୦ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କା ଯାଏ ୫ ପ୍ରତିଶତ ଟିକସ ଦେବାକୁ ପଡ଼ୁଥିଲା, ଯାହା ଏବେ ବଦଳି ୪ ଲକ୍ଷ ଟଙ୍କାରୁ ୮ ଲକ୍ଷ ଟଙ୍କା ହୋଇଛି । 

ନୂଆ ଟିକସ ସ୍ଲାବ୍

୦ରୁ ୪ ଲକ୍ଷ ଟଙ୍କା ଯାଏ ଆୟକର: NIL

୪ରୁ ୮ ଲକ୍ଷ ଟଙ୍କା ଉପରେ ଆୟକର: ୫%

୮ରୁ ୧୨ ଲକ୍ଷ ଟଙ୍କା ଉପରେ ଆୟକର: ୧୦%

୧୨ରୁ ୧୬ ଲକ୍ଷ ଟଙ୍କା ଉପରେ ଆୟକର: ୧୫%

୧୬ରୁ ୨୦ ଲକ୍ଷ ଟଙ୍କା ଉପରେ ଆୟକର: ୨୦%

୨୦ରୁ ୨୪ ଲକ୍ଷ ଟଙ୍କା ଉପରେ ଆୟକର: ୨୫%

୨୪ ଲକ୍ଷରୁ ଅଧିକ ଟଙ୍କା ଆୟକର: ୩୦%

ଅର୍ଥମନ୍ତ୍ରୀ କହିଛନ୍ତି ଯେ ନୂଆ ଟିକସ ହାର ସହ ଟିକସଦାତାଙ୍କୁ ଅତିରିକ୍ତ ରିହାତି ମଧ୍ୟ ମିଳିବ । ୧୨ ଲକ୍ଷ ଟଙ୍କାର ଆୟ ଉପରେ ଟିକସଦାତାଙ୍କ ୮୦ ହଜାର ଟଙ୍କା ସଂଚୟ ହେବ । ସେହିପରି ୧୮ ଲକ୍ଷ ଟଙ୍କା ଯାଏ ଆୟ ଉପରେ ୭୦ ହଜାର ଟଙ୍କା ଟ୍ୟାକ୍ସ ରିହାତି ମିଳିବ । ସେହିପରି ୨୫ ଲକ୍ଷ ଟଙ୍କାର ଆୟ ଉପରେ ନୂଆ ସ୍ଲାବରେ ୧.୧୦ ଲକ୍ଷ କୋଟି ଟଙ୍କା ସଂଚୟ ହେବ । ଏହି ରିତାହି ଏବଂ ନୂଆ ଟ୍ୟାକ୍ସ ସ୍ଲାବ ଯୋଗୁଁ ସରକାରଙ୍କୁ ୧ ଲକ୍ଷ କୋଟି ଟଙ୍କାର ପ୍ରତ୍ୟକ୍ଷ ଟିକସ ଏବଂ ୨୬୦୦ କୋଟି ଟଙ୍କା ପରୋକ୍ଷ ଟିକସ କ୍ଷତି ସହିବାକୁ ପଡ଼ିବ ।