୧୨୦ ଗାଁର ଭୋଟରଙ୍କ ପାଖକୁ ଯାଉନାହାନ୍ତି ପ୍ରାର୍ଥୀ, ନେତାଙ୍କୁ ନ ଦେଖି ୭୫ ବର୍ଷ ହେଲା ଦେଉଛନ୍ତି ଭୋଟ
ଦେବଭୂମି ଉତ୍ତରାଖଣ୍ଡରୁ ବିଚଳିତ କରିବା ଭଳି ଏକ ମାମଲା ସାମ୍ନାକୁ ଆସିଛି। ଏଠାକାର ଦୁର୍ଗମ, ପାହାଡ଼ିଆ ଅଞ୍ଚଳରେ ଅନେକ ଲୋକେ ବସବାସ କରୁଛନ୍ତି। ତେବେ ସ୍ବାଧୀନତାର ୭୫ ବର୍ଷ ବିତିଯିବା ସତ୍ତ୍ବେ ଏଠାକାର ପ୍ରାୟ ୧୨୦ ଖଣ୍ଡ ଗାଁକୁ ଏ ପର୍ଯ୍ୟନ୍ତ ନେତାଙ୍କ ପାଦ ପଡ଼ି ନାହିଁ। କେହି ଭୋଟ ମାଗିବାକୁ ଯାଉ ନାହାନ୍ତି। ସଂସଦୀୟ ପରମ୍ପରା ଆରମ୍ଭ ହେବା ଦିନଠାରୁ ଆଜି ସୁଦ୍ଧା ଲୋକେ ନେତାଙ୍କୁ ନ ଦେଖି ଭୋଟ ଦେଇ ଆସୁଛନ୍ତି। ଏହି ସବୁ […]

ଦେବଭୂମି ଉତ୍ତରାଖଣ୍ଡରୁ ବିଚଳିତ କରିବା ଭଳି ଏକ ମାମଲା ସାମ୍ନାକୁ ଆସିଛି। ଏଠାକାର ଦୁର୍ଗମ, ପାହାଡ଼ିଆ ଅଞ୍ଚଳରେ ଅନେକ ଲୋକେ ବସବାସ କରୁଛନ୍ତି। ତେବେ ସ୍ବାଧୀନତାର ୭୫ ବର୍ଷ ବିତିଯିବା ସତ୍ତ୍ବେ ଏଠାକାର ପ୍ରାୟ ୧୨୦ ଖଣ୍ଡ ଗାଁକୁ ଏ ପର୍ଯ୍ୟନ୍ତ ନେତାଙ୍କ ପାଦ ପଡ଼ି ନାହିଁ। କେହି ଭୋଟ ମାଗିବାକୁ ଯାଉ ନାହାନ୍ତି। ସଂସଦୀୟ ପରମ୍ପରା ଆରମ୍ଭ ହେବା ଦିନଠାରୁ ଆଜି ସୁଦ୍ଧା ଲୋକେ ନେତାଙ୍କୁ ନ ଦେଖି ଭୋଟ ଦେଇ ଆସୁଛନ୍ତି। ଏହି ସବୁ ଗାଁକୁ ଯୋଗାଯୋଗ ସୁବିଧା ମଧ୍ୟ ନାହିଁ। ସାଂସଦ ପ୍ରାର୍ଥୀ ଗାଁକୁ ଆସୁ ନାହାନ୍ତି। ତେଣୁ ଲୋକେ କାହାକୁ ନିଜ ସମସ୍ୟା ବି କହିପାରୁନାହାନ୍ତି। ଏଭଳି ଏକ ଗ୍ରାମ ହେଉଛି ଜିନୋଲି। ବେତାଲଘାଟ ମଣ୍ଡଳର ଦୁର୍ଗମ ଅଞ୍ଚଳରେ ଏହି ଗାଁ ରହିଛି।
ଏଠାକାର ଗ୍ରାମମୁଖ୍ୟ ଅନିତା ଦେବୀ କହିଛନ୍ତି ଯେ ଗ୍ରାମରେ ୩୦୦ ଭୋଟର ଅଛନ୍ତି। ଗାଁଠୁ ୫ କିମି ଦୂରରେ ମତଦାନ କେନ୍ଦ୍ର ରହିଛି। ଲୋକେ କର୍ମୀଙ୍କ ପୋଷ୍ଟର ଏବଂ ବ୍ୟାନର ଦେଖି ଆଜି ଯାଏଁ ଭୋଟ ଦେଇ ଆସିଛନ୍ତି। ସେହିପରି ଚୀନ୍ ସୀମାକୁ ଲାଗି ରହିଥିବା ବାଗେଶ୍ବର ଜିଲ୍ଲାର କମସ୍ୟାର ଘାଟୀ ଅନ୍ତର୍ଗତ କପୂରୀ ଗ୍ରାମ ସମାନ ଅବସ୍ଥା ରହିଛି। ଏଠାକାର ଲୋକେ ଆଜି ପର୍ଯ୍ୟନ୍ତ ସାଂସଦଙ୍କୁ ଦେଖିନାହାନ୍ତି ବୋଲି ମୁଖିଆ ଧନ୍ବନ୍ତରୀ ରାଠୋର କହିଛନ୍ତି। ଏଠାରେ ଅନେକ ସମସ୍ୟା ରହିଛି। କିନ୍ତୁ କିଛି ବି ସମସ୍ୟାର ସମାଧାନ ହୋଇ ନାହିଁ। ନେତା ଆସିଲେ ସିନା ଦୁଃଖ ଜଣାଇବୁ। କେହି ତ ଦର୍ଶନ ଦେବାକୁ ଆସୁନାହାନ୍ତି। ଲୋକେ ଭୋଟ ଦେଇଦେଲେ କଥା ସରୁଛି।
ଉତ୍ତରାଖଣ୍ଡରେ ଲୋକସଭାର ୫ ଆସନରେ ୧୯ ତାରିଖରେ ମତଦାନ ହେବାକୁ ଯାଉଛି। ନିର୍ବାଚନ ପୂର୍ବରୁ ଏଭଳି ଦୁର୍ଗମ ଗାଁକୁ ନିର୍ବାଚନୀ ଅଧିକାରୀ ପହଞ୍ଚି ଯାଉଛନ୍ତି। ବିଦ୍ୟାଳୟରେ ଖାଦ୍ୟ ପ୍ରସ୍ତୁତ ହେଉଛି। କିନ୍ତୁ ଗାଁର କୌଣସି ବ୍ୟକ୍ତିଠାରୁ କିଛି ସହାୟତା ନ ନେବା ପାଇଁ ଅଧିକାରୀଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଉଛି। ୨୦୧୯ ଲୋକସଭା ନିର୍ବାଚନରେ ସାରା ଦେଶରେ ଏଭଳି ୫୦ ଆସନ ଥିଲା, ଯେଉଁଠି ୫୦ ପ୍ରତିଶତରୁ କମ୍ ମତଦାନ ହୋଇଥିଲା। ଏହି ତାଲିକାର ୨୩ ତମ ସ୍ଥାନରେ ଅଲମୋଡ଼ା ଏବଂ ୪୯ ତମ ସ୍ଥାନରେ ଗଢ଼ୱାଲ ରହିଥିଲା। ଚଳିତ ଥର ଭୋଟ ଦେବା ପାଇଁ ଲୋକଙ୍କୁ ପୋଷ୍ଟ କାର୍ଡ ଲେଖି ବଣ୍ଟା ଯାଉଛି ବୋଲି ଜିଲ୍ଲାଧିକାରୀ ଆଶୀଷ ଚୌହାନ କହିଛନ୍ତି।
ଉତ୍ତରାଖଣ୍ଡ ଏକ ପାହାଡ଼ିଆ ରାଜ୍ୟ ହୋଇଥିବାରୁ ଏଠାରେ ପ୍ରଚାର ପାଇଁ ଅତିବେଶୀରେ ୧୫-୨୦ ଦିନ ସମୟ ମିଳିଥାଏ। ତେବେ ପ୍ରତି ଲୋକସଭା କ୍ଷେତ୍ର ପ୍ରାୟ ୨୫୦ କିମି ଲମ୍ବା ହୋଇଥାଏ। ଏଭଳି ସ୍ଥିତିରେ ପ୍ରାର୍ଥୀ ଚାହିଁଲେ ବି ସବୁ ଗାଁକୁ ଯାଇ ପାରି ନ ଥାଆନ୍ତି। ଏଠାରେ ମତଦାନ ହାର ମଧ୍ୟ ରାଷ୍ଟ୍ରୀୟ ସ୍ତରରୁ କମ୍ ରହିଥାଏ।