୧୨୦୦ ବୋତଲ କଫ ସିରପ୍ ଜବତ, ୩ ଗିରଫ
ବୋଲେରୋରେ କଟକରୁ ବଲାଙ୍ଗିର ଅଭିମୁଖେ ଆସୁଥିଲା ବେଆଇନ କଫସିରଫ
୧୨୦୦ ବୋତଲ କଫ ସିରପ୍ ଜବତ। ବୋଲେରୋକୁ ଏସ୍କର୍ଟ କରି ନେଉଥିବା ବାଇକ୍ ଜବତ, ୩ ଗିରଫ। ଗିରଫ ବ୍ୟକ୍ତିଙ୍କ ପରିଚୟ ହେଲା ସେମାନେ ବଲାଙ୍ଗିର ସହର ବରପାଲି ପଡ଼ାର ତିନି ଜଣ ଯୁବକ। କଟକରୁ ବଲାଙ୍ଗିର ଚାଲାଣ ବେଳେ ଧରିଲା ବଲାଙ୍ଗିର ଟାଉନ୍ ଥାନା ପୁଲିସ।
ସୂଚନା ଅନୁସାରେ ଏକ ବୋଲେରୋରେ କଟକରୁ ବଲାଙ୍ଗିର ଅଭିମୁଖେ ଆସୁଥିଲା ବେଆଇନ କଫସିରଫ। ଗୋଟିଏ ଆପାଚି ବାଇକ୍ରେ ବୋଲେରୋକୁ ଏସ୍କର୍ଟ କରୁଥିଲା ଜଣେ କଫସିରଫ ବେପାରୀ। ଏନେଇ କୌଣସି ସୂତ୍ରରୁ ଖବର ପାଇଥିଲା ବଲାଙ୍ଗିର ଟାଉନ ପୁଲିସ। ପୁଲିସ ତାର ଏକ ସ୍ୱତନ୍ତ୍ର ଟିମ ସହ ବୋଲେରୋକୁ ପିଛା କରିଥିଲା। ଫିଲ୍ମ ଷ୍ଟାଇଲରେ ଗୋଡ଼ାଇ ଗୋଡ଼ାଇ ବୋଲେରୋକୁ କାବୁ କରିଥିଲା। ଏହା ସହିତ ବୋଲେରୋକୁ ଏସ୍କର୍ଟ କରି ନେଉଥିବା ବାଇକ୍ ଚାଳକଙ୍କୁ ମଧ୍ୟ ଗିରଫ କରିଛି ପୁଲିସ।
ଜବତ ବେଳେ ବୋଲେରୋ ଭିତରୁ ୧୨ ଶହ ବୋତଲ କଫ ସିରଫ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି ବଲାଙ୍ଗିର ଟାଉନ ପୁଲିସ। ଏହାସହ କଫ ସିରଫ ଚାଲାଣ ପଛରେ ଥିବା ମାଷ୍ଟର ମାଇଣ୍ଡକୁ ଖୋଜୁଛି ପୁଲିସ।