୧୨୫ କିଲୋମିଟର ଦୌଡିଦୌଡି ରାଜସ୍ଥାନରୁ ରେବାଡୀ ପଳାଇଲା ବାଘ, ଗାଁରେ ଆତଙ୍କ
ରେବାଡୀ: ରାଜସ୍ଥାନର ସାରିସ୍କା ଅଭୟାରଣ୍ୟରୁ ବାହାରି ଏସଟି-୨୩୦୨ନାମକ ଏକ ବାଘ ୧୨୫ କିଲୋମିଟର ଦୂର ରେବାଡୀରେ ଯାଇ ପହଞ୍ଚିଛି। ବାଘଟି ୮ ମାସରେ ଦ୍ୱିତୀୟବାର ଏପରି କରିଛି। ଏହି ବାଘର ବୟସ ୩ ବର୍ଷ ବୋଲି କୁହାଯାଉଥିବା ବେଳେ ସେ ଏବେ ରେବାଡୀର ଝାବୁଆ ଜଙ୍ଗଲରେ ଅଛି। ଏ କଥା ଜଣା ପଡିବା ପରେ ଜଙ୍ଗଲ ଆଖପାଖରେ ଥିବା ଗ୍ରାମାଞ୍ଚଳରେ ଆତଙ୍କ ଖେଳି ଯାଇଛି। ତେବେ ବନ ବିଭାଗ କହିଛି ଏଠାରେ ସେ ବେଶି ଦିନ ରହିବ ନାହିଁ। ଝାବୁଆ ଜଙ୍ଗଲରେ ଗୋଟେ ବି ହେଲେ ବାଘୁଣୀ ନାହାନ୍ତି। ଏଣୁ ବାଘ ଖୁବ୍ ଶୀଘ୍ର ଜଙ୍ଗଲ ଛାଡି ପୁଣି ସାରିସ୍କା ଫେରିଯାଇପାରେ ବୋଲି ବନ ବିଭାଗ ଅଧିକାରୀ ଆକଳନ କରୁଛନ୍ତି। ଏହା ଛଡା ଝାବୁଆ ଜଙ୍ଗଲର ଆୟତନ ମାତ୍ର ୮୦୦ ଏକରର। ଏଣୁ ଏକ ବଡ଼ ବାଘ ନିମନ୍ତେ ଜଙ୍ଗଲ ଛୋଟ ହୋଇଥିବାରୁ ସେ ବେଶି ସମୟ ଏଠାରେ ରହି ନ ପାରେ। ତେବେ ବାଘଟି ଅନ୍ୟ ଅଞ୍ଚଳକୁ ପହଞ୍ଚିଥିବାରୁ ସେଠାକାର ଜୀବଜନ୍ତୁଙ୍କ ପ୍ରତି ବିପଦ ବଢି ଯାଇଛି। ବନ ବିଭାଗ ଲଗାତାର ବାଘର ସନ୍ଧାନ କରୁଛନ୍ତି ଓ ପ୍ରୟାସ କରାଯାଉଛି ବାଘ ପହଞ୍ଚିଥିବା ଅଞ୍ଚଳର ଲୋକେ ଓ ଆଖପାଖର ଜୀବନଜନ୍ତୁ ସୁରକ୍ଷିତ ରହନ୍ତୁ। ୩ ବର୍ଷର ପୁରୁଷ ବାଘ ଗତ ୮ ମାସରେ ଦ୍ୱିତୀୟ ବାର ରାଜସ୍ଥାନର ସାରିସ୍କା ଅଭୟାରଣ୍ୟ ଛାଡି ଝାବୁଆ ଜଙ୍ଗଲକୁ ଯାଇଛି। ଏହି ବାଘକୁ ରେବାଡୀ ରାସ୍ତାରେ ରାଜସ୍ଥାନ ସୀମାର ଖୈରଥଲ-ତିଜାରା ଜିଲ୍ଲାରେ ଦେଖାଯାଇଥିଲା। ଏଠାରେ ବାଘ ଜଣେ ସ୍ଥାନୀୟ ଚାଷୀ ଉପରେ ଆକ୍ରମଣ କର
ରେବାଡୀ: ରାଜସ୍ଥାନର ସାରିସ୍କା ଅଭୟାରଣ୍ୟରୁ ବାହାରି ଏସଟି-୨୩୦୨ନାମକ ଏକ ବାଘ ୧୨୫ କିଲୋମିଟର ଦୂର ରେବାଡୀରେ ଯାଇ ପହଞ୍ଚିଛି। ବାଘଟି ୮ ମାସରେ ଦ୍ୱିତୀୟବାର ଏପରି କରିଛି। ଏହି ବାଘର ବୟସ ୩ ବର୍ଷ ବୋଲି କୁହାଯାଉଥିବା ବେଳେ ସେ ଏବେ ରେବାଡୀର ଝାବୁଆ ଜଙ୍ଗଲରେ ଅଛି। ଏ କଥା ଜଣା ପଡିବା ପରେ ଜଙ୍ଗଲ ଆଖପାଖରେ ଥିବା ଗ୍ରାମାଞ୍ଚଳରେ ଆତଙ୍କ ଖେଳି ଯାଇଛି। ତେବେ ବନ ବିଭାଗ କହିଛି ଏଠାରେ ସେ ବେଶି ଦିନ ରହିବ ନାହିଁ।
ଝାବୁଆ ଜଙ୍ଗଲରେ ଗୋଟେ ବି ହେଲେ ବାଘୁଣୀ ନାହାନ୍ତି। ଏଣୁ ବାଘ ଖୁବ୍ ଶୀଘ୍ର ଜଙ୍ଗଲ ଛାଡି ପୁଣି ସାରିସ୍କା ଫେରିଯାଇପାରେ ବୋଲି ବନ ବିଭାଗ ଅଧିକାରୀ ଆକଳନ କରୁଛନ୍ତି। ଏହା ଛଡା ଝାବୁଆ ଜଙ୍ଗଲର ଆୟତନ ମାତ୍ର ୮୦୦ ଏକରର। ଏଣୁ ଏକ ବଡ଼ ବାଘ ନିମନ୍ତେ ଜଙ୍ଗଲ ଛୋଟ ହୋଇଥିବାରୁ ସେ ବେଶି ସମୟ ଏଠାରେ ରହି ନ ପାରେ। ତେବେ ବାଘଟି ଅନ୍ୟ ଅଞ୍ଚଳକୁ ପହଞ୍ଚିଥିବାରୁ ସେଠାକାର ଜୀବଜନ୍ତୁଙ୍କ ପ୍ରତି ବିପଦ ବଢି ଯାଇଛି।
ବନ ବିଭାଗ ଲଗାତାର ବାଘର ସନ୍ଧାନ କରୁଛନ୍ତି ଓ ପ୍ରୟାସ କରାଯାଉଛି ବାଘ ପହଞ୍ଚିଥିବା ଅଞ୍ଚଳର ଲୋକେ ଓ ଆଖପାଖର ଜୀବନଜନ୍ତୁ ସୁରକ୍ଷିତ ରହନ୍ତୁ। ୩ ବର୍ଷର ପୁରୁଷ ବାଘ ଗତ ୮ ମାସରେ ଦ୍ୱିତୀୟ ବାର ରାଜସ୍ଥାନର ସାରିସ୍କା ଅଭୟାରଣ୍ୟ ଛାଡି ଝାବୁଆ ଜଙ୍ଗଲକୁ ଯାଇଛି। ଏହି ବାଘକୁ ରେବାଡୀ ରାସ୍ତାରେ ରାଜସ୍ଥାନ ସୀମାର ଖୈରଥଲ-ତିଜାରା ଜିଲ୍ଲାରେ ଦେଖାଯାଇଥିଲା। ଏଠାରେ ବାଘ ଜଣେ ସ୍ଥାନୀୟ ଚାଷୀ ଉପରେ ଆକ୍ରମଣ କରିଥିଲା। ଏହା ପରଠାରୁ ଅଞ୍ଚଳରେ ବାଘକୁ ନେଇ ଆତଙ୍କ ଖେଳି ଯାଇଛି।
ବନ ବିଭାଗ ଅଧିକାରୀ କହିଛନ୍ତି ଯେ ବାଘର ପାଦ ଚିହ୍ନ ମିଳିବା ପରେ ଝାବୁଆ ଜଙ୍ଗଲରେ ବାଘର ସନ୍ଧାନ ଲାଗି ଟିମକୁ ପଠାଯାଇଛି। ଏହି ପାଦ ଚିହ୍ନରୁ ଏହା କେଉଁ ବାଘଟି ବୋଲି ଜଣାପଡିଛି। ଏଣୁ ଜଙ୍ଗଲରେ ୭ଟି ଟିମ୍କୁ ମୁତୟନ କରାଯାଇଛି। ଜଙ୍ଗଲର ଅନେକ ସ୍ଥାନକୁ ଏବେ ଯାଇ ହେଉ ନାହିଁ, ଏଣୁ ବାଘକୁ ଖୋଜିବାରେ ଅସୁବିଧା ହେଉଛି। ଅଧିକାରୀ କହିଛନ୍ତି ଯେ ଏହା ପୂର୍ବରୁ ମଧ୍ୟ ବାଘଟି ଏହି ଜଙ୍ଗଲକୁ ଆସିଥିଲା। ଏଠାରେ ୪ ଦିନ କଟାଇବା ପରେ ସାରିସ୍କା ଫେରିଯାଇଥିଲା। ଏଥର ମଧ୍ୟ ବାଘଟି ସେହି ରାସ୍ତା ଧରି ଝାବୁଆ ପହଞ୍ଚିଛି ଗତ ଥର ଯେଉଁ ରାସ୍ତାରେ ଆସିଥିଲା।