୧୨୭ ବର୍ଷ ହେଲା ନା ଦେହ ଖରାପ ହୋଇଛି ନା ଖାଇଛନ୍ତି ମେଡିସିନ୍

ତାଙ୍କ ବୟସ ୧୨୭ ହେଲେ ଶରୀରରେ ଜୋସ୍ ୧୭ ବର୍ଷର। ଶରୀର ସିନା ବୁଢ଼ା ହୋଇଗଲାଣି କିନ୍ତୁ ମନ ଏବେବି ରହିଛି ଯବାନ।

୧୨୭ ବର୍ଷ ହେଲା ନା ଦେହ ଖରାପ ହୋଇଛି ନା ଖାଇଛନ୍ତି ମେଡିସିନ୍

ବୟସ ୧୨୭ ହେଲେ ଜୋସ୍ ୧୭ ବର୍ଷର। ଶରୀର ସିନା ବୁଢ଼ା ହୋଇଗଲାଣି କିନ୍ତୁ ମନ ଏବେବି ରହିଛି ଯବାନ। ଏ ବୟସରେ ସେ କରୁଥିବା ଯୋଗାସନ କରିବା ଜଣେ ଯୁବକ ପାଇଁ କାଠିକର ପାଠ। ଭାରତର ଜଣେ ଏପରି ଯୋଗଗୁରୁଙ୍କ ସମ୍ପର୍କରେ କହିବୁ ଯାହାଙ୍କ କାହାଣୀ ଆପଣଙ୍କୁ ଆଶ୍ଚର୍ଯ୍ୟଚକିତ କରିବା ସହ ପ୍ରେରଣା ମଧ୍ୟ ଯୋଗାଇଦେବ ।

ଯୋଗ କେବଳ ମଣିଷକୁ ସୁସ୍ଥ ରଖେ ନାହିଁ ବରଂ ମନକୁ ଶାନ୍ତ ରଖିବାରେ ମଧ୍ୟ ସାହାଯ୍ୟ କରେ | ଭାରତରେ ବାବା ରାମଦେବଙ୍କ ପରି ଅନେକ ବଡ଼ବଡ଼ ଯୋଗ ଗୁରୁ ଅଛନ୍ତି, ଯେଉଁମାନେ ସାରା ବିଶ୍ୱରେ ଯୋଗକୁ ଏକ ଭିନ୍ନ ପରିଚୟ ଦେଇଛନ୍ତି | କିନ୍ତୁ ଆଜିର କାହାଣୀ ଏପରି ଜଣେ ଯୋଗଗୁରୁଙ୍କର ଯାହାଙ୍କ ବିନା ଭାରତୀୟ ଯୋଗ ଅଧୁରା ।

ଏହି ମହାନ ଯୋଗଗୁରୁ ଜଣକ ହେଉଛନ୍ତି ପଦ୍ମଶ୍ରୀ ସ୍ୱାମୀ ଶିବାନନ୍ଦ। ତାଙ୍କୁ ୧୨୭ବର୍ଷ କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ନାଁ କେବେ ତାଙ୍କ ଦେହ ଖରାପ ହୋଇଛି ନାଁ କେବେ ସେ ମେଡିସିନ ଖାଇଛନ୍ତି। କେବଳ ଯୋଗ ଦ୍ୱାରା ସେ ନିଜକୁ ଜଣେ ଯୁବକ ପରି ଫିଟ୍ ରଖିଛନ୍ତି। ଏପରିକି କୋଭିଡ ପରି ମାରାତ୍ମକ ମହାମାରୀ ସମୟରେ ମଧ୍ୟ ଶିବାନନ୍ଦ ସମ୍ପୂର୍ଣ୍ଣ ସୁସ୍ଥ ଥିଲେ।

ସ୍ୱାମୀ ଶିବାନନ୍ଦ ତାଙ୍କର ଦୀର୍ଘ ଜୀବନର ଶ୍ରେୟ ଯୋଗକୁ ଦିଅନ୍ତି। ଯୋଗ, ପ୍ରାଣାୟାମ ଏବଂ ଘରୋଇ ଉପଚାର ସୁସ୍ଥ ରହିବାର ଚାବିକାଠି ବୋଲି ତାଙ୍କ ମତ। କାଶୀ ନିବାଶୀ ସ୍ୱାମୀ ଶିବାନନ୍ଦ ଏ ବୟସରେ ପ୍ରତିଦିନ ସକାଳ ୩ଟାରେ ଉଠନ୍ତି ଏବଂ ଯୋଗାଭ୍ୟାସ କରନ୍ତି| ତାଙ୍କ ଗୁରୁ ଓମକାରାନନ୍ଦଙ୍କଠାରୁ ସେ ଯୋଗ ଶିକ୍ଷା ଗ୍ରହଣ କରିଥିଲେ। ଏହାପରେ ତାଙ୍କ ଗୁରୁଙ୍କ ନିର୍ଦ୍ଦେଶରେ ସେ ୩୪ ବର୍ଷ ଧରି ଦୁନିଆର ଅନେକ ଦେଶ ଗସ୍ତ କରିଥିଲେ। ସ୍ୱାମୀଜୀ ଲଣ୍ଡନ, ଅଷ୍ଟ୍ରେଲିଆ, ଋଷିଆ ଓ ଅନ୍ୟ ୟୁରୋପୀୟ ଦେଶ ଗସ୍ତ କରି ଯୋଗର ପ୍ରସାର ପ୍ରଚାର କରିଛନ୍ତି।

ଯୋଗ କ୍ଷେତ୍ରରେ ଉତ୍କୃଷ୍ଟ କାର୍ଯ୍ୟ ପାଇଁ ସ୍ୱାମୀ ଶିବାନନ୍ଦଙ୍କୁ ୨୦୨୨ ମସିହାରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। ୨୦୨୯ରେ ସେ ବେଙ୍ଗାଲୁରୁରେ ଯୋଗ ରତ୍ନ ପୁରସ୍କାର ମଧ୍ୟ ପାଇଛନ୍ତି।

ନିୟମିତ ଯୋଗ ଏବଂ ସଂଜମ ଦିନଚର୍ଯ୍ୟା ଦ୍ୱାରା ୧୨୭ ବର୍ଷ ବୟସରେ ମଧ୍ୟ ନିଜକୁ ସୁସ୍ଥ ରଖିପାରିଛନ୍ତି ପଦ୍ମଶ୍ରୀ ସ୍ୱାମୀ ଶିବାନନ୍ଦ। ଯେଉଁ ବୟସରେ ଲୋକମାନେ ଚାଲିବା କଷ୍ଟକର, ସେ ବୟସରେ ସେ ବହୁତ ଫିଟ୍ ଦେଖାଯିବା ସହ ପ୍ରତିଦିନ ଯୋଗ କରୁଛନ୍ତି। ଯାହା ସମସ୍ତଙ୍କ ପାଇଁ ନିଶ୍ଚିତ ପ୍ରେରଣାଦାୟୀ ଅଟେ।