୧୨୯ ବିଧାୟକଙ୍କ ସମର୍ଥନ ସହ ଆସ୍ଥା ଭୋଟ ଜିତିଲେ ନୀତୀଶ କୁମାର , ବିରୋଧୀଙ୍କ କକ୍ଷତ୍ୟାଗ
ନୂଆଦିଲ୍ଲୀ : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ବାଧୀନ ଏନଡିଏ ସରକାର ସୋମବାର ଦିନ ବିହାର ବିଧାନସଭାରେ ଆସ୍ଥା ଭୋଟ୍ ଜିତିଛନ୍ତି। ୧୨୯ ବିଧାୟକଙ୍କ ସମର୍ଥନ ସହ ନୀତୀଶ ଆସ୍ଥା୍ ଭୋଟ ଜିତିଛନ୍ତି। ବିରୋଧୀ ଦଳ ଆରଜେଡି (ରାଷ୍ଟ୍ରୀୟ ଜନତା ଦଳ)ରୁ ୩ ବିଧାୟକଙ୍କ ସମେତ ମୋଟ୍ ୧୨୯ ଜଣଙ୍କା ନୀତୀଶଙ୍କ ପ୍ରତି ସମର୍ଥନ ରହିଛି। ଆଜି ଦିନରେ ପ୍ରଥମେ ଆରଜେଡିର ଅୱଧ ବିହାରୀ ଚୌଧୁରୀଙ୍କୁ ବିଧାନସଭା ବାଚସ୍ପତି ଭାବେ ବହିଷ୍କାର କରାଯିବା ପାଇଁ ଗୃହରେ ଏକ […]

ନୂଆଦିଲ୍ଲୀ : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ବାଧୀନ ଏନଡିଏ ସରକାର ସୋମବାର ଦିନ ବିହାର ବିଧାନସଭାରେ ଆସ୍ଥା ଭୋଟ୍ ଜିତିଛନ୍ତି। ୧୨୯ ବିଧାୟକଙ୍କ ସମର୍ଥନ ସହ ନୀତୀଶ ଆସ୍ଥା୍ ଭୋଟ ଜିତିଛନ୍ତି। ବିରୋଧୀ ଦଳ ଆରଜେଡି (ରାଷ୍ଟ୍ରୀୟ ଜନତା ଦଳ)ରୁ ୩ ବିଧାୟକଙ୍କ ସମେତ ମୋଟ୍ ୧୨୯ ଜଣଙ୍କା ନୀତୀଶଙ୍କ ପ୍ରତି ସମର୍ଥନ ରହିଛି। ଆଜି ଦିନରେ ପ୍ରଥମେ ଆରଜେଡିର ଅୱଧ ବିହାରୀ ଚୌଧୁରୀଙ୍କୁ ବିଧାନସଭା ବାଚସ୍ପତି ଭାବେ ବହିଷ୍କାର କରାଯିବା ପାଇଁ ଗୃହରେ ଏକ ପ୍ରସ୍ତାବ ଗୃହୀତ ହେବାପରେ ନୀତୀଶ କୁମାର ଆସ୍ଥାୁ ପ୍ରସ୍ତାବ ଆଣିଥିଲେ। ଆସ୍ଥାଜ ଭୋଟ୍ ଜିତିବାପ;ରେ ନୀତୀଶ କୁମାର ତାଙ୍କର ପୂର୍ବତନ ଉପମୁଖ୍ୟଙ୍କୁ ସମାଲୋଚନା କରିଥିଲେ। ରାଜ୍ୟରେ ଦଳର ଶାସନ ସମୟରେ ଆରଜେଡି ଦୁର୍ନୀତିରେ ସାମିଲ ଥିଲା ଏବଂ ନୁଆ ଏନଡିଏ ନେତୃତ୍ବାଧୀନ ସରକାର ଏଦିଗରେ ତଦନ୍ତ ଆରମ୍ଭ କରିବ ବୋଲି ନୀତୀଶ କହିଛନ୍ତି। ଆଇନ ଶୃଙ୍ଖଳା ସ୍ଥିତି ବିଗିଡ଼ି ଯାଇଛି ବୋଲି ନୀତୀଶ କହିଛନ୍ତି। ନୀତୀଶ କୁମାର ମଧ୍ୟ ତେଜସ୍ବୀଙ୍କୁ ତାଙ୍କ ବାପା ଲାଲୁ ପ୍ରସାଦ ଏବଂ ମା’ ରାବଡ଼ି ଦେବୀ ରାଜ୍ୟକୁ ଶାସନ କରିବା ସମୟରେ ହୋଇଥିବା ଦୁର୍ନୀତି ସଂକ୍ରାନ୍ତରେ ମନେ ପକାଇ ଦେଇଛନ୍ତି।