୧୩ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ୩ ଗିରଫ
ଖବର ପାଇ ଲାଠୋର ପୁଲିସ ଝଲିଆଲିଟି ଗାଁର ପତ୍ରଫଡ଼ି ନିକଟରେ ଚଢ଼ାଉ କରିଥିଲା। ଚଢାଉ ବେଳେ ଗଞ୍ଜେଇ ଭର୍ତ୍ତି ପିକଅପକୁ କାବୁ କରିଥିଲା ପୁଲିସ।
ବଲାଙ୍ଗୀର ଜିଲ୍ଲା ଲାଠୋର ପୁଲିସ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି। ଜବତ ଗଞ୍ଜେଇ ର ଓଜନ ପ୍ରାୟ ୧୩ କ୍ଵିଣ୍ଟାଲ ୧୯ କେଜି ହେବ। ଯାହାର ଆନୁମାନିକ ମୂଲ୍ୟ ରହିଛି ପ୍ରାୟ ୪୦ ଲକ୍ଷ। ଏଥିରେ ସମ୍ପୃତ ଥିବା ତିନି ବ୍ୟକ୍ତିଙ୍କୁ ଗିରଫ କରିଛି ପୁଲିସ। ଗିରଫ ବ୍ୟକ୍ତିଙ୍କ ପରିଚୟ ମିଳିନାହିଁ।
ଆଜି ଏକ ପିକଅପ ଭ୍ୟାନ ଗଞ୍ଜେଇ ଭର୍ତ୍ତି କରି କନ୍ଧମାଳରୁ ନୂଆପଡ଼ା ଜିଲ୍ଲାକୁ ଚାଲାଣ ହେଉଥିବା ପୁଲିସ ଖବର ପାଇଥିଲା। ଖବର ପାଇ ଲାଠୋର ପୁଲିସ ଝଲିଆଲିଟି ଗାଁର ପତ୍ରଫଡ଼ି ନିକଟରେ ଚଢ଼ାଉ କରିଥିଲା। ଚଢାଉ ବେଳେ ଗଞ୍ଜେଇ ଭର୍ତ୍ତି ପିକଅପକୁ କାବୁ କରିଥିଲା ପୁଲିସ। ତେବେ ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ତିନି ଗିରଫ ହୋଇଛନ୍ତି।