୧୩ ଘଣ୍ଟା  ଅନ୍ଧାର ରହିଲା ଭଞ୍ଜନଗର: ବଢ଼ୁଛି ଅସନ୍ତୋଷ

ଭଞ୍ଜନଗର,୬।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସହର ଏବଂ ବ୍ଲକ ଅଞ୍ଚଳରେ ସୋମବାର ଅପରାହ୍ନ ୪ଟାରୁ ମଙ୍ଗଳବାର ଅପରାହ୍ନ ୪ଟା ଯାଏ ୧୩ ଘଣ୍ଟା ବିଦ୍ୟୁତ୍‌ ସେବା ବନ୍ଦ ରହଥିଲା। ସୋମବାର ଅପରାହ୍ନ ୪ ଟାରୁ ରାତି ୧ଟା ପର୍ଯ୍ୟନ୍ତ ପ୍ରଥମେ ବିଦ୍ୟୁତ୍‌ କାଟ କରାଯାଇଥିଲା। ମଙ୍ଗଳବାର ୧୨ଟାରୁ ପୁଣି ଅପରାହ୍ନ ୪ଟା ପର୍ଯ୍ୟନ୍ତ ବିଦ୍ୟୁତ୍‌ ସେବା ବନ୍ଦ ରହିଥିଲା। ଏତେ ସମୟ ଧର ବିଦ୍ୟୁତ୍‌ ସେବା ବ୍ୟାହତ ଯୋଗୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ […] The post ୧୩ ଘଣ୍ଟା  ଅନ୍ଧାର ରହିଲା ଭଞ୍ଜନଗର: ବଢ଼ୁଛି ଅସନ୍ତୋଷ appeared first on Dharitri Odia News.

୧୩ ଘଣ୍ଟା  ଅନ୍ଧାର ରହିଲା ଭଞ୍ଜନଗର: ବଢ଼ୁଛି ଅସନ୍ତୋଷ
ଭଞ୍ଜନଗର,୬।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସହର ଏବଂ ବ୍ଲକ ଅଞ୍ଚଳରେ ସୋମବାର ଅପରାହ୍ନ ୪ଟାରୁ ମଙ୍ଗଳବାର ଅପରାହ୍ନ ୪ଟା ଯାଏ ୧୩ ଘଣ୍ଟା ବିଦ୍ୟୁତ୍‌ ସେବା ବନ୍ଦ ରହଥିଲା। ସୋମବାର ଅପରାହ୍ନ ୪ ଟାରୁ ରାତି ୧ଟା ପର୍ଯ୍ୟନ୍ତ ପ୍ରଥମେ ବିଦ୍ୟୁତ୍‌ କାଟ କରାଯାଇଥିଲା। ମଙ୍ଗଳବାର ୧୨ଟାରୁ ପୁଣି ଅପରାହ୍ନ ୪ଟା ପର୍ଯ୍ୟନ୍ତ ବିଦ୍ୟୁତ୍‌ ସେବା ବନ୍ଦ ରହିଥିଲା। ଏତେ ସମୟ ଧର ବିଦ୍ୟୁତ୍‌ ସେବା ବ୍ୟାହତ ଯୋଗୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଯାହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା।
ସୂଚନାଯୋଗ୍ୟ,  ସୋମବାର ଅପରାହ୍ନ ୪ଟାରେ ସାମାନ୍ୟ ଝଡ ତୋଫାନ ସହ ବର୍ଷା ହୋଇଥିଲା। ଏହାର ପ୍ରଭାବରେ କଣ୍ଟେଇପଲ୍ଲୀରୁ ଭଞ୍ଜନଗର ଆସିଥିବା ୩୩ କେଭି ଲାଇନ୍‌ ଉପରେ ଗଛଡାଳ ପଡ଼ି ଦୁଇଟି ସ୍ଥାନରେ ତାର ଛିଣ୍ଡିଯାଇଥିଲା । ଦୁଇଘଣ୍ଟା ପରେ ଟାଟାପାୱାର କର୍ମଚାରୀ ତ୍ରୁଟିକୁ ଠାବ କରିବା ପରେ ବିଦଦ୍ୟୁତ୍‌ ସେବାକୁ ସ୍ବଭାବିକ କରିବା ପାଇଁ ଚେଷ୍ଟା କରିଥିଲେ। ମାତ୍ର ରାତି ୧ ଟାରେ ବିଦ୍ୟୁତ୍‌ ସେବା ସ୍ବଭାବିକ ହୋଇଥିଲା।
ସେହିଭଳି ମଙ୍ଗଳବାର ମଧ୍ୟ ଦିନ ୧୨ ଟାରେ ପୁଣି ଉକ୍ତ ଲାଇନ୍‌ରେ ତ୍ରୁଟି ଦେଖା ଦେଇଥିଲା। ଏହାକୁ ସଜାଡ଼ିବା ପାଇଁ ପୁଣି ୪ ଘଣ୍ଟା ଲାଗିଥିଲା। କଣ୍ଟେଇପଲ୍ଲୀ ଗ୍ରିଡରୁ ଭଞ୍ଜନଗର ଆସିଥିବା ୩୩ କେଭରେ କିଛି ତ୍ରୁଟି ହେଲେ ବିକଳ୍ପ ବ୍ୟବସ୍ଥା ଆଉ କିଛି ନାହିଁ। ଉକ୍ତ ଲାଇନ ମରାମତି ହେଲେ ହିଁ ଯାଇ ସହରକୁ ବିଦ୍ୟୁତ୍‌ ଆସୁଛି। କଣ୍ଟେଇପଲ୍ଲୀରୁ ଭଞ୍ଜନଗର ହେଉଛି ୮ କିମି ଦୁର। ଦୂତିୟ ଲାଇନ ବ୍ୟବସ୍ଥା କଲେ ଏହି ସମସ୍ୟା ହୋଇ ନ ଥାନ୍ତା । କିନ୍ତୁ ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇ ପାରୁନାହିଁ। ତେଣୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବା ପାଇଁ ସାଧାରଣରେ ଦାବି ହୋଇଛି।

The post ୧୩ ଘଣ୍ଟା  ଅନ୍ଧାର ରହିଲା ଭଞ୍ଜନଗର: ବଢ଼ୁଛି ଅସନ୍ତୋଷ appeared first on Dharitri Odia News.