୧୩ ଛକା, ୨୫ ଚୌକା, କରିଛନ୍ତି ୩୧୭ ରନ୍‌…କାହିଁକି ହିଟ୍‌ମ୍ୟାନ୍‌ଙ୍କୁ କୁହାଯାଉଛି ଦୁବାଇର ‘ଡନ୍‌’

ନୂଆଦିଲ୍ଲୀ,୧୮।୨: ରୋହିତ ଶର୍ମା କ୍ରିକେଟ ଜଗତରେ ହିଟ୍‌ମ୍ୟାନ୍‌ ଭାବରେ ଜଣାଶୁଣା। ସେ ଯେକୌଣସି ମଇଦାନ ନଚେତ ବୋଲର୍‌ଙ୍କ  ବଲ୍‌ରେ ଛକା ମାରୁଥିବାରୁ ତାଙ୍କୁ ଏଭଳି ନାମ ମିଳିଛି। ଏବେ ରୋହିତ ଚାମ୍ପିଅନ୍ସ ଟ୍ରଫିରେ ନଜର ଆସିବେ। ହେଲେ ସେ ହିଟମ୍ୟାନ୍‌ ଭାବରେ ନୁହଁନ୍ତି ବରଂ ଦୁବାଇର ଡନ୍‌ ଭାବରେ ପଡ଼ିଆକୁ ଓହ୍ଲାଇବେ। ଏଭଳି ସ୍ଥିତିରେ ମନକୁ ପ୍ରଶ୍ନ ଆସୁଥାଇପାରେ ଯେ ହିଟମ୍ୟାନ୍‌ଙ୍କୁ ଦୁବାଇର ଡନ୍‌ ବୋଲି କାହିଁକି କୁହାଯାଉଛି? ଆସନ୍ତୁ ଜାଣିବା… ରୋହିତ ଶର୍ମାଙ୍କୁ ଦୁବାଇର ଡନ […] The post ୧୩ ଛକା, ୨୫ ଚୌକା, କରିଛନ୍ତି ୩୧୭ ରନ୍‌…କାହିଁକି ହିଟ୍‌ମ୍ୟାନ୍‌ଙ୍କୁ କୁହାଯାଉଛି ଦୁବାଇର ‘ଡନ୍‌’ appeared first on Dharitri Odia News.

୧୩ ଛକା, ୨୫ ଚୌକା, କରିଛନ୍ତି ୩୧୭ ରନ୍‌…କାହିଁକି ହିଟ୍‌ମ୍ୟାନ୍‌ଙ୍କୁ କୁହାଯାଉଛି ଦୁବାଇର ‘ଡନ୍‌’
ନୂଆଦିଲ୍ଲୀ,୧୮।୨: ରୋହିତ ଶର୍ମା କ୍ରିକେଟ ଜଗତରେ ହିଟ୍‌ମ୍ୟାନ୍‌ ଭାବରେ ଜଣାଶୁଣା। ସେ ଯେକୌଣସି ମଇଦାନ ନଚେତ ବୋଲର୍‌ଙ୍କ  ବଲ୍‌ରେ ଛକା ମାରୁଥିବାରୁ ତାଙ୍କୁ ଏଭଳି ନାମ ମିଳିଛି। ଏବେ ରୋହିତ ଚାମ୍ପିଅନ୍ସ ଟ୍ରଫିରେ ନଜର ଆସିବେ। ହେଲେ ସେ ହିଟମ୍ୟାନ୍‌ ଭାବରେ ନୁହଁନ୍ତି ବରଂ ଦୁବାଇର ଡନ୍‌ ଭାବରେ ପଡ଼ିଆକୁ ଓହ୍ଲାଇବେ। ଏଭଳି ସ୍ଥିତିରେ ମନକୁ ପ୍ରଶ୍ନ ଆସୁଥାଇପାରେ ଯେ ହିଟମ୍ୟାନ୍‌ଙ୍କୁ ଦୁବାଇର ଡନ୍‌ ବୋଲି କାହିଁକି କୁହାଯାଉଛି? ଆସନ୍ତୁ ଜାଣିବା…
ରୋହିତ ଶର୍ମାଙ୍କୁ ଦୁବାଇର ଡନ କହିବାର ସବୁଠାରୁ ବଡ଼ କାରଣ ହେଉଛି ତାଙ୍କର ଦମଦାର ପ୍ରଦର୍ଶନ। ସେ ଦୁବାଇ ଗ୍ରାଉଣ୍ଡରେ ବିସ୍ଫୋରକ ବ୍ୟାଟିଂ କରିବାର ନଜିର ରହିଛି। ରୋହିତ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ୧୦୫.୬୬ ହାରରେ ୩୧୭ ରନ୍‌ କରିଛନ୍ତି। ଏହି ଗ୍ରାଉଣ୍ଡରେ ତାଙ୍କ ବ୍ୟାଟ୍‌ରୁ ୨୫ ଚୌକା ଏବଂ ୧୩ ଛକା ଆସିଛି। ରୋହିତଙ୍କ ଷ୍ଟ୍ରାଇକ ରେଟ୍‌ ମଧ୍ୟ ୯୦ ରୁ ଅଧିକ। ସେ ଦୁବାଇରେ ଗୋଟିଏ ଶତକ ଏବଂ ଦୁଇଟି ଅର୍ଦ୍ଧଶତକ ହାସଲ କରିଛନ୍ତି।
ରୋହିତ ଦୁବାଇ ପିଚ୍‌ର ଶେଷ ୪ଟି ଇନିଂସରୁ ୩ଟିରେ ୫୦ରୁ ଅଧିକ ସ୍କୋର କରିଛନ୍ତି। ଏହି ଖେଳାଳି ଏସିଆ କପରେ ହିଁ ପାକିସ୍ତାନ ବିପକ୍ଷରେ ୧୧୧ ରନର ଅପରାଜିତ ଇନିଂସ ଖେଳିଥିଲେ। ରୋହିତ ତାଙ୍କ ଇନିଂସରେ ୪ଟି ଛକା ଏବଂ ୭ଟି ଚୌକା ମାରିଥିଲେ। ଟିମ ଇଣ୍ଡିଆ ଏହି ମ୍ୟାଚ୍‌କୁ ୯ ଉଇକେଟରେ ଜିତିଥିଲା। ରୋହିତଙ୍କ ବ୍ୟତୀତ ଶିଖର ଧାୱନ ମଧ୍ୟ ଶତକ ହାସଲ କରିଥିଲେ।
ଦୁବାଇରେ ରୋହିତଙ୍କ ରନ୍‌ ସ୍କୋର କରିବାର ପ୍ରକୃତ କାରଣ ହେଉଛି ଏଠାକାର ପିଚ୍‌। ଦୁବାଇ ପିଚ୍‌ରେ ବୋଲର୍‌ମାନେ ଗତି ପାଆନ୍ତି ସତ ହେଲେ ତାହା କେବଳ କିଛି ସମୟ ପାଇଁ। ଗତି ଶେଷ ହେବା ମାତ୍ରେ ରୋହିତ ବିରୋଧୀ ବୋଲରଙ୍କ ଉପରେ ଆକ୍ରମଣାତ୍ମକ ହୋଇପଡ଼ିଥାନ୍ତି। ତେବେ ରୋହିତ ୨୦୧୮ରେ କେବଳ ଦୁବାଇରେ ସମସ୍ତ ODI ମ୍ୟାଚ୍‌ ଖେଳିଥିଲେ। ଅର୍ଥାତ୍‌ ସେହି ମ୍ୟାଚ୍‌ଗୁଡ଼ିକୁ ୭ ବର୍ଷ ବିତି ସାରିଛି। ଏବେ ସେ ଦୁବାଇରେ କ’ଣ ଚମତ୍କାର କରୁଛନ୍ତି ତାହା ଆଗାମୀ ଦିନରେ ସ୍ପଷ୍ଟ ହୋଇଯିବ।

The post ୧୩ ଛକା, ୨୫ ଚୌକା, କରିଛନ୍ତି ୩୧୭ ରନ୍‌…କାହିଁକି ହିଟ୍‌ମ୍ୟାନ୍‌ଙ୍କୁ କୁହାଯାଉଛି ଦୁବାଇର ‘ଡନ୍‌’ appeared first on Dharitri Odia News.