୧୩ ଦିନିଆ ଯାତ୍ରା ସାରି ମନ୍ଦିର ଫେରିଲେ ମା’ ଦକ୍ଷିଣକାଳୀ
ବାଲିଗୁଡା,୧୩ା୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ତଥା ଆଖପାଖ ଅଞ୍ଚଳରେ ଚଳିତ ମାସ ୧ ତାରିଖ ଠାରୁ ଆରମ୍ଭ ହୋଇଥିବା ୧୩ ଦିନିଆ ମାସନ୍ତ ମେରୁ ଦଣ୍ଡଯାତ୍ରା ୧୩ ତାରିଖରେ ଉଦ୍ଯାପିତ ହୋଇଯାଇଛି। ବାଲିଗୁଡ଼ାର ମେରୁ ଯାତ୍ରା ସ୍ଥାନୀୟ ମା’ ଦକ୍ଷିଣ କାଳୀ ମନ୍ଦିର ପରିସରରେ ହୋଇଥିବା ବେଳେ ବାଟାଗୁଡା, ସିଟୁପଡ଼ି, ବାରଖମା, ମୋହନଗିରି, କତେରିଭଟ୍ଟା, ରେବିଙ୍ଗିଆ, ଡାକା, ବାଲିଗାଡା, ଦାଉଙ୍ଗିଆ, ସିଟୁପାଜୁ ଓ କିଲୁପଡା ଆଦି ଅଞ୍ଚଳର କାଳୀ ମନ୍ଦିରରେ ହଜାର ହଜାର ମାନସିକଧାରୀଙ୍କ […] The post ୧୩ ଦିନିଆ ଯାତ୍ରା ସାରି ମନ୍ଦିର ଫେରିଲେ ମା’ ଦକ୍ଷିଣକାଳୀ appeared first on Dharitri Odia News.
ବାଲିଗୁଡା,୧୩ା୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ତଥା ଆଖପାଖ ଅଞ୍ଚଳରେ ଚଳିତ ମାସ ୧ ତାରିଖ ଠାରୁ ଆରମ୍ଭ ହୋଇଥିବା ୧୩ ଦିନିଆ ମାସନ୍ତ ମେରୁ ଦଣ୍ଡଯାତ୍ରା ୧୩ ତାରିଖରେ ଉଦ୍ଯାପିତ ହୋଇଯାଇଛି।
ବାଲିଗୁଡ଼ାର ମେରୁ ଯାତ୍ରା ସ୍ଥାନୀୟ ମା’ ଦକ୍ଷିଣ କାଳୀ ମନ୍ଦିର ପରିସରରେ ହୋଇଥିବା ବେଳେ ବାଟାଗୁଡା, ସିଟୁପଡ଼ି, ବାରଖମା, ମୋହନଗିରି, କତେରିଭଟ୍ଟା, ରେବିଙ୍ଗିଆ, ଡାକା, ବାଲିଗାଡା, ଦାଉଙ୍ଗିଆ, ସିଟୁପାଜୁ ଓ କିଲୁପଡା ଆଦି ଅଞ୍ଚଳର କାଳୀ ମନ୍ଦିରରେ ହଜାର ହଜାର ମାନସିକଧାରୀଙ୍କ ଉପସ୍ଥିତିରେ ମେରୁଯାତ୍ରା ଅନୁଷ୍ଠିତ ହୋଇଥିଲା। ଧୂଳିଦଣ୍ଡ ପରେ ଜଳ ଘାଟରେ କାଳୀଙ୍କ ପୂଜା ହୋଇଥିଲା। ମାନସିକ ଧାରୀମାନେ ନିଜ ମାନସିକ ପୂରଣ ପାଇଁ ଜଳ ଲାଗି କରିବା ପରେ ପୂଜା କାର୍ଯ୍ୟ ଶେଷ ହୋଇଥିଲା। ଏହା ପରେ ମେରୁ ଯଜ୍ଞ ସ୍ଥଳରେ ଦଣ୍ଡଯାତ୍ରାର ପୂଜକଙ୍କୁ ମେରୁ ଖୁଣ୍ଟରେ ଝୁଲାଇ ପୂଜାର୍ଚ୍ଚନା କରାଯାଇଥିଲା। ମନ୍ଦିର ପରିଚାଳନା କମିଟି ଓ ସ୍ଥାନୀୟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।
The post ୧୩ ଦିନିଆ ଯାତ୍ରା ସାରି ମନ୍ଦିର ଫେରିଲେ ମା’ ଦକ୍ଷିଣକାଳୀ appeared first on Dharitri Odia News.