୧୩ ବର୍ଷ ପରେ ଘରୋଇ କ୍ରିକେଟକୁ ଫେରିଲେ ବିରାଟ, ଏହି କ୍ରମରେ କରିବେ ବ୍ୟାଟିଂ

ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହେଉଛି ରଣଜୀ ଟ୍ରଫି ୨୦୨୪-୨୫ । ଦିଲ୍ଲୀ ସ୍ଥିତ ଅରୁଣ ଜେଟଲୀ ଷ୍ଟାଡିୟମରେ ଦିଲ୍ଲୀ ଟିମ୍ ଏବଂ ରେଳବାଇ ଟିମ୍ ମଧ୍ୟରେ ମୁକାବିଲା ହେବ । ଦିଲ୍ଲୀ କ୍ରିକେଟ ଟିମରେ କେହଲିଙ୍କ ଉପସ୍ଥିତିି ଉତ୍ସାହର ମାହୋଲ ସୃଷ୍ଟି କରିଛି । ବିଶେଷ କରି ଯୁବ ଖେଳାଳିମାନେ ତାଙ୍କ ସହ ଖେଳି ପ୍ରେରିତ ହେବେ ବୋଲି ଆଶା ରହିଛିା କାହିଁକି ଫେରିଲେ କୋହଲି? ଦୀର୍ଘ ୧୩ ବର୍ଷ ପରେ ଭାରତର ଷ୍ଟାର ଖେଳାଳି କୋହଲି […]

୧୩ ବର୍ଷ ପରେ ଘରୋଇ କ୍ରିକେଟକୁ ଫେରିଲେ ବିରାଟ, ଏହି କ୍ରମରେ କରିବେ ବ୍ୟାଟିଂ

ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହେଉଛି ରଣଜୀ ଟ୍ରଫି ୨୦୨୪-୨୫ । ଦିଲ୍ଲୀ ସ୍ଥିତ ଅରୁଣ ଜେଟଲୀ ଷ୍ଟାଡିୟମରେ ଦିଲ୍ଲୀ ଟିମ୍ ଏବଂ ରେଳବାଇ ଟିମ୍ ମଧ୍ୟରେ ମୁକାବିଲା ହେବ ।

ଦିଲ୍ଲୀ କ୍ରିକେଟ ଟିମରେ କେହଲିଙ୍କ ଉପସ୍ଥିତିି ଉତ୍ସାହର ମାହୋଲ ସୃଷ୍ଟି କରିଛି । ବିଶେଷ କରି ଯୁବ ଖେଳାଳିମାନେ ତାଙ୍କ ସହ ଖେଳି ପ୍ରେରିତ ହେବେ ବୋଲି ଆଶା ରହିଛିା

କାହିଁକି ଫେରିଲେ କୋହଲି?

ଦୀର୍ଘ ୧୩ ବର୍ଷ ପରେ ଭାରତର ଷ୍ଟାର ଖେଳାଳି କୋହଲି ରଣଜୀ ଟ୍ରଫି ମ୍ୟାଚରେ ନଜର ଆସିବେ ।

ଏହା ପଛରେ ସବୁଠାରୁ ବଡ଼ କାରଣ ହେଉଛି କୋହଲିଙ୍କ ଖରାପ ଫର୍ମା ତେଣୁ ନିଜ ପୂର୍ବ ଫର୍ମକୁ ଫେରିବାକୁ ପ୍ରୟାସ ଦିଗରେ ଏହି ମୁକାବିଲାରେ ନଜର ଆସିବେ ।

ଆୟୁଷଙ୍କ ବୟାନ: ଦିଲ୍ଲୀ ରଣଜୀ ଟିମର ଅଧିନାୟକ ଆୟୁଷ ବଡୋନୀ ମୁକାବିଲାର ଗୋଟିଏ ଦିନ ପୂର୍ବରୁ ଏକ ପ୍ରେସ୍ କନଫରେନ୍ସରେ ବିରାଟଙ୍କ ବ୍ୟାଟିଂ ପୋଜିସନକୁ ନେଇ ସ୍ପଷ୍ଟିକରଣ ଦେଇଥିଲୋ

ବିରାଟ ଭାଇ ୪ର୍ଥ ନମ୍ବରରେ ବ୍ୟାଟିଂ କରିବେ ବୋଲି ସେ ସ୍ପଷ୍ଟ କରିଥିଲେ ।

ବାସ୍ତବରେ ଭାରତୀୟ ଟିମ ପାଇଁ ଆୟୁଷ ୪ର୍ଥ କ୍ରମରେ ବ୍ୟାଟିଂ କରନ୍ତି । କିନ୍ତୁ କୋହଲିଙ୍କ ପାଇଁ ସେ ତାଙ୍କ ବ୍ୟାଟିଂ ପୋଜିସନ ପରିବର୍ତ୍ତିତ କରିବା ପାଁଇ ନିଷ୍ପତ୍ତି ନେଇଛନ୍ତି ।

ସେ ଆମକୁ ସକରାତ୍ମକ ରହିବା ସହ ମଇଦାନରେ ଉତ୍ତମ ପ୍ରଦର୍ଶନ କରିବା ପାଇଁ ପ୍ରେରିତ କରିଛନ୍ତିା

କୋହଲିଙ୍କ ନେଟ୍ ପ୍ରାକ୍ଟିସ: ରେଳବାଇ ବିପକ୍ଷ ମ୍ୟାଚ୍ ପୂର୍ବରୁ ବିରାଟ କୋହଲିଙ୍କ ନେଟ୍ ପ୍ରାକ୍ଟିସ ଦିଲ୍ଲୀ ଦଳର ଯୁବ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲା।

ବର୍ତ୍ତମାନ ବିରାଟଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କର ନଜର ରହିବ, କାରଣ ଏହି ମ୍ୟାଚ୍ ପରେ ତାଙ୍କୁ ଟିମ୍ ଇଣ୍ଡିଆରେ ଯୋଗ ଦେବାକୁ ପଡ଼ିବ ଯେଉଁଥିରେ ପ୍ରଥମେ ସେ ଇଂଲଣ୍ଡ ବିପକ୍ଷରେ ତିନିଟି ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ସିରିଜରେ ଖେଳିବେ।

ଏହା ପରେ ସେ ୨୦୨୫ ଚାମ୍ପିଅନ୍ସ ଟ୍ରଫିରେ ମଧ୍ୟ ଅଂଶଗ୍ରହଣ କରିବେ। ଏପରି ପରିସ୍ଥିତିରେ, କୋହଲିଙ୍କ ପାଇଁ ଫର୍ମକୁ ଆସିବା ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ।