୧୩ ବର୍ଷ ପରେ ରଣଜୀ ମ୍ୟାଚ୍ ଖେଳିବେ କୋହଲି, ଦିଲ୍ଲୀ ସ୍କ୍ଵାଡ୍ରେ ହେଲେ ସାମିଲ୍
ନୂଆଦିଲ୍ଲୀ: ୧୩ ବର୍ଷ ପରେ ରଣଜୀ ଟ୍ରଫି ମ୍ୟାଚ୍ ଖେଳିବାକୁ ଯାଉଛନ୍ତି ବିରାଟ କୋହଲି। ଏଥିପାଇଁ ବିରାଟ ମଙ୍ଗଳବାରଠୁ ଦିଲ୍ଲୀ ରଣଜୀ ଟିମ୍ ସହ ଅଭ୍ୟାସ୍ କରିବେ ବୋଲି ଆଶା କରାଯାଉଛି। ଦିଲ୍ଲୀ ଓ ଜିଲ୍ଲା କ୍ରିକେଟ୍ ସଂଘ(ଡିଡିସିଏ) ପକ୍ଷରୁ ଏହି ସୁପରଷ୍ଟାରଙ୍କ ରଣଜୀକୁ ପ୍ରତ୍ୟାବର୍ତ୍ତନ ନେଇ ସବୁ ପ୍ରକାରର ବ୍ୟବସ୍ଥା ସୁନିଶ୍ଚିତ କରାଯାଉଛି। କୋହଲି ଜାନୁଆରୀ ୩୦ରୁ ଦିଲ୍ଲୀ ତରଫରୁ ରେଲଓ୍ଵେ ବିପକ୍ଷରେ ଅନ୍ତିମ ଗ୍ରୁପ୍ ମ୍ୟାଚ୍ ଖେଳିବେ। ଦିଲ୍ଲୀ ଦଳର ନେତୃତ୍ଵ ନେଉଛନ୍ତି ଆୟୁଷ ବଦୋନୀ। ଗାଜିଆବାଦର ମୋହନ ନଗରରେ ଉତ୍ତର ପ୍ରଦେଶ ବିପକ୍ଷରେ ୨୦୧୨ରେ କୋହଲି ନିଜର ଶେଷ ରଣଜୀ ମ୍ୟାଚ୍ ଖେଳିଥିଲେ। ସେହି ସମୟରେ କୋହଲି ଭାରତୀୟ କ୍ରିକେଟ୍ରେ ଉଦୀୟମାନ ତାରକା ଥିଲେ। ଏବେ କିନ୍ତୁ ଏହି ଖେଳରେ ସେ ସବୁଠୁ ମହାନ ଖେଳାଳି ପାଲଟିଛନ୍ତି। ଭାରତର ଏହି ପୂର୍ବତନ ଅଧିନାୟକଙ୍କ ନାମରେ ୮୦ ଅନ୍ତର୍ଜାତୀୟ ଶତକ ରହିଛି। ଡିଡିସିଏର ସଂପାଦକ ଅଶୋକ ବର୍ମା କହିଛନ୍ତି, ଆମର ଜୁନିୟର ଖେଳାଳିଙ୍କ ପାଇଁ ଏହା ବହୁତ ଭଲ ଅନୁଭବ ରହିବ କାରଣ ସେମାନେ ବିରାଟଙ୍କ ସହିତ ଡ୍ରେସିଂ ରୁମରେ ବସିବାର ସୁଯୋଗ ମିଳିବ। ଆମର ଟିମ୍ ଉପରେ ନଜର ପକାଇଲେ କେବଳ ନବଦୀପ ସାଇନି ଭାରତ ଓ ଆଇପିଏଲ୍ରେ ବିରାଟ କୋହଲିଙ୍କ ସହ ଖେଳିଛନ୍ତି। ଏହି ଦଳର ଅନ୍ୟ କୌଣସି ଖେଳାଳିଙ୍କୁ ରଣଜୀ ଟ୍ରଫିରେ ବିରାଟ କୋହଲିଙ୍କ ସହ ଖେଳିବାର ସୁଯୋଗ ମିଳିନି। ଏବେ ବିରାଟ କୋହଲ
ନୂଆଦିଲ୍ଲୀ: ୧୩ ବର୍ଷ ପରେ ରଣଜୀ ଟ୍ରଫି ମ୍ୟାଚ୍ ଖେଳିବାକୁ ଯାଉଛନ୍ତି ବିରାଟ କୋହଲି। ଏଥିପାଇଁ ବିରାଟ ମଙ୍ଗଳବାରଠୁ ଦିଲ୍ଲୀ ରଣଜୀ ଟିମ୍ ସହ ଅଭ୍ୟାସ୍ କରିବେ ବୋଲି ଆଶା କରାଯାଉଛି। ଦିଲ୍ଲୀ ଓ ଜିଲ୍ଲା କ୍ରିକେଟ୍ ସଂଘ(ଡିଡିସିଏ) ପକ୍ଷରୁ ଏହି ସୁପରଷ୍ଟାରଙ୍କ ରଣଜୀକୁ ପ୍ରତ୍ୟାବର୍ତ୍ତନ ନେଇ ସବୁ ପ୍ରକାରର ବ୍ୟବସ୍ଥା ସୁନିଶ୍ଚିତ କରାଯାଉଛି। କୋହଲି ଜାନୁଆରୀ ୩୦ରୁ ଦିଲ୍ଲୀ ତରଫରୁ ରେଲଓ୍ଵେ ବିପକ୍ଷରେ ଅନ୍ତିମ ଗ୍ରୁପ୍ ମ୍ୟାଚ୍ ଖେଳିବେ। ଦିଲ୍ଲୀ ଦଳର ନେତୃତ୍ଵ ନେଉଛନ୍ତି ଆୟୁଷ ବଦୋନୀ।
ଗାଜିଆବାଦର ମୋହନ ନଗରରେ ଉତ୍ତର ପ୍ରଦେଶ ବିପକ୍ଷରେ ୨୦୧୨ରେ କୋହଲି ନିଜର ଶେଷ ରଣଜୀ ମ୍ୟାଚ୍ ଖେଳିଥିଲେ। ସେହି ସମୟରେ କୋହଲି ଭାରତୀୟ କ୍ରିକେଟ୍ରେ ଉଦୀୟମାନ ତାରକା ଥିଲେ। ଏବେ କିନ୍ତୁ ଏହି ଖେଳରେ ସେ ସବୁଠୁ ମହାନ ଖେଳାଳି ପାଲଟିଛନ୍ତି।
ଭାରତର ଏହି ପୂର୍ବତନ ଅଧିନାୟକଙ୍କ ନାମରେ ୮୦ ଅନ୍ତର୍ଜାତୀୟ ଶତକ ରହିଛି। ଡିଡିସିଏର ସଂପାଦକ ଅଶୋକ ବର୍ମା କହିଛନ୍ତି, ଆମର ଜୁନିୟର ଖେଳାଳିଙ୍କ ପାଇଁ ଏହା ବହୁତ ଭଲ ଅନୁଭବ ରହିବ କାରଣ ସେମାନେ ବିରାଟଙ୍କ ସହିତ ଡ୍ରେସିଂ ରୁମରେ ବସିବାର ସୁଯୋଗ ମିଳିବ। ଆମର ଟିମ୍ ଉପରେ ନଜର ପକାଇଲେ କେବଳ ନବଦୀପ ସାଇନି ଭାରତ ଓ ଆଇପିଏଲ୍ରେ ବିରାଟ କୋହଲିଙ୍କ ସହ ଖେଳିଛନ୍ତି। ଏହି ଦଳର ଅନ୍ୟ କୌଣସି ଖେଳାଳିଙ୍କୁ ରଣଜୀ ଟ୍ରଫିରେ ବିରାଟ କୋହଲିଙ୍କ ସହ ଖେଳିବାର ସୁଯୋଗ ମିଳିନି। ଏବେ ବିରାଟ କୋହଲିଙ୍କଠୁ ଯୁବ ଖେଳାଳି ବହୁତ କିଛି ଶିଖି ପାରିବେ।
ବିରାଟ କୋହଲି ଖେଳୁଥିବାରୁ ମ୍ୟାଚ୍ ଦେଖିବା ପାଇଁ ଦର୍ଶକଙ୍କ ବେଶ ଭିଡ଼ ଦେଖିବାକୁ ମିଳିବ। ତେଣୁ କୋହଲିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସକୁ ମ୍ୟାଚ୍ ବିଷୟରେ ସୂଚିତ କରାଯାଇଛି। ଦର୍ଶକ ଷ୍ଟାଡିୟମର ସାତ, ୧୫ ଓ ୧୬ ନମ୍ବର ଗେଟରେ ନିଃଶୁଳ୍କ ପ୍ରବେଶ କରି ପାରିବେ। ଦର୍ଶକଙ୍କ ପାଇଁ ପିଇବା ପାଣିର ବ୍ୟବସ୍ଥା କରାଯିବା ସହ ଶୌଚାଳୟର ବ୍ୟବସ୍ଥା କରାଯାଇଛି ବୋଲି ଡିଡିସିଏର ସଂପାଦକ ଅଶୋକ ବର୍ମା କହିଛନ୍ତି।