୧୪ ଦିନ ଭିତରେ କ୍ଷମା ପ୍ରାର୍ଥନା, ଶୋଏବ ଅଖତରଙ୍କୁ ଲିଗାଲ୍‌ ନୋଟିସ୍

କରାଚୀ : ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତର ଏକ ନୂଆ ସମସ୍ୟାରେ ଫସିବା ନଜର ଆସୁଛି। ପାକିସ୍ତାନର ଜଣାଶୁଣା କ୍ରିକେଟ୍‌ ଇତିହାସକାର, ଲେଖକ ଓ ଟେଲିଭିଜନ ବ୍ୟକ୍ତିତ୍ୱ ଡାକ୍ତର ନୌମାନ ନିଆଜ , ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତର ତାଙ୍କୁ  ବଦନାମ କରିଥିବା ଅଭିଯୋଗ କରି ଏକ ନୋଟିସ୍‌ ପଠାଇଛନ୍ତି। ସରକାରୀ ପାକିସ୍ତାନ ଟେଲିଭିଜନ ନେଟୱାର୍କ (ପିଟିଭି)ର ପୂର୍ବତନ କ୍ରୀଡ୍ଡା ନିର୍ଦ୍ଦେଶକ ଡା. ନିଆଜ ତାଙ୍କ ଓକିଲଙ୍କ ମାଧ୍ୟମରେ ଏହି ନୋଟିସ୍‌ ପଠାଇଛନ୍ତି। ଅଭିଯୋଗ ଆଧାରରେ ଅଖତର ତାଙ୍କର ପାକିସ୍ତାନ ଦଳ ସହ କାର୍ଯ୍ୟକାଳ ବେଳେ ତାଙ୍କୁ ‘କିଟ୍‌ ମ୍ୟାନ ’ ବୋଲି ସମ୍ୱୋଧନ କରିଥିଲେ।ଏହି ପୂର୍ବତନ ଦ୍ରୁତ ବୋଲର ଏକ ପଡକାଷ୍ଚରେ କହିଛନ୍ତି, ଡା.ନିଆଜ ମୂଳତଃ ଟିମ୍‌ରେ ଆମ ପାଇଁ ବ୍ୟାଗ୍‌ ଓ ଜିନିଷ ବୋହି ନେଉ ଥିଲେ। ଅଖତର ଯେତେବେଳେ ପାକିସ୍ତାନ ଟିମ୍‌ ପାଇଁ ଖେଳୁଥିଲେ , ସେତେବେଳେ ଡା. ନିଆଜ କିଛି ଗସ୍ତରେ ପାକିସ୍ତାନ ଟିମ୍‌ର ଡାଟା ବିଶ୍ଳେଷକ ଭାବେ କାମ କରି ଥିଲେ। ଅଖତର ଟିମ୍‌ରେ ପ୍ରଶିକ୍ଷକ ଓ ପରିଚାଳକଙ୍କ ଭୂମିକାକୁ ସମାଲୋଚନା କରି କହି ଥିଲେ ଯେ, ଡା.ନିଆଜ କିପରି ଖେଳାଳିଙ୍କ ବ୍ୟାଗ୍‌ ବୋହିବା ପାଇଁ ଦଳରେ ଥିଲେ। ସେ କହିଛନ୍ତି ,ସେ ଟିମ୍‌ରେ ଏହା କାମ କରୁ ଥିଲେ। ମୋତେ ତାଙ୍କର ଆଉ କୌଣସି କାମ ବିଷୟରେ ସୂଚନା ନାହିଁ।ଡା. ନିଆଜଙ୍କ ଓକିଲ ଏହି ନୋଟିସ୍‌ରେ ୧୪ଦିନ ଭିତରେ ନିଃସର୍ତ୍ତ କ୍ଷମା ମାଗିବାକୁ କହିଛନ୍

୧୪ ଦିନ ଭିତରେ କ୍ଷମା ପ୍ରାର୍ଥନା, ଶୋଏବ ଅଖତରଙ୍କୁ ଲିଗାଲ୍‌ ନୋଟିସ୍

କରାଚୀ : ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତର ଏକ ନୂଆ ସମସ୍ୟାରେ ଫସିବା ନଜର ଆସୁଛି। ପାକିସ୍ତାନର ଜଣାଶୁଣା କ୍ରିକେଟ୍‌ ଇତିହାସକାର, ଲେଖକ ଓ ଟେଲିଭିଜନ ବ୍ୟକ୍ତିତ୍ୱ ଡାକ୍ତର ନୌମାନ ନିଆଜ , ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତର ତାଙ୍କୁ  ବଦନାମ କରିଥିବା ଅଭିଯୋଗ କରି ଏକ ନୋଟିସ୍‌ ପଠାଇଛନ୍ତି। ସରକାରୀ ପାକିସ୍ତାନ ଟେଲିଭିଜନ ନେଟୱାର୍କ (ପିଟିଭି)ର ପୂର୍ବତନ କ୍ରୀଡ୍ଡା ନିର୍ଦ୍ଦେଶକ ଡା. ନିଆଜ ତାଙ୍କ ଓକିଲଙ୍କ ମାଧ୍ୟମରେ ଏହି ନୋଟିସ୍‌ ପଠାଇଛନ୍ତି। ଅଭିଯୋଗ ଆଧାରରେ ଅଖତର ତାଙ୍କର ପାକିସ୍ତାନ ଦଳ ସହ କାର୍ଯ୍ୟକାଳ ବେଳେ ତାଙ୍କୁ ‘କିଟ୍‌ ମ୍ୟାନ ’ ବୋଲି ସମ୍ୱୋଧନ କରିଥିଲେ।

ଏହି ପୂର୍ବତନ ଦ୍ରୁତ ବୋଲର ଏକ ପଡକାଷ୍ଚରେ କହିଛନ୍ତି, ଡା.ନିଆଜ ମୂଳତଃ ଟିମ୍‌ରେ ଆମ ପାଇଁ ବ୍ୟାଗ୍‌ ଓ ଜିନିଷ ବୋହି ନେଉ ଥିଲେ। ଅଖତର ଯେତେବେଳେ ପାକିସ୍ତାନ ଟିମ୍‌ ପାଇଁ ଖେଳୁଥିଲେ , ସେତେବେଳେ ଡା. ନିଆଜ କିଛି ଗସ୍ତରେ ପାକିସ୍ତାନ ଟିମ୍‌ର ଡାଟା ବିଶ୍ଳେଷକ ଭାବେ କାମ କରି ଥିଲେ। ଅଖତର ଟିମ୍‌ରେ ପ୍ରଶିକ୍ଷକ ଓ ପରିଚାଳକଙ୍କ ଭୂମିକାକୁ ସମାଲୋଚନା କରି କହି ଥିଲେ ଯେ, ଡା.ନିଆଜ କିପରି ଖେଳାଳିଙ୍କ ବ୍ୟାଗ୍‌ ବୋହିବା ପାଇଁ ଦଳରେ ଥିଲେ। ସେ କହିଛନ୍ତି ,ସେ ଟିମ୍‌ରେ ଏହା କାମ କରୁ ଥିଲେ। ମୋତେ ତାଙ୍କର ଆଉ କୌଣସି କାମ ବିଷୟରେ ସୂଚନା ନାହିଁ।

ଡା. ନିଆଜଙ୍କ ଓକିଲ ଏହି ନୋଟିସ୍‌ରେ ୧୪ଦିନ ଭିତରେ ନିଃସର୍ତ୍ତ କ୍ଷମା ମାଗିବାକୁ କହିଛନ୍ତି। ଏମିତି ନକଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଓ ଜୋରିମନାର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ରହିବାକୁ ହେବ। ଏହି ଦୁହିଁଙ୍କ ମଧ୍ୟର ପୂର୍ବରୁ ମଧ୍ୟ ବିବାଦ ହୋଇ ସାରିଛି। 

ଇମ୍ରାନ ଖାନଙ୍କ ସରକାର ସମୟରେ ଡା. ନିଆଜ ସାଧାରଣ ବିବାଦ ପରେ ଅଖତରଙ୍କୁ ପିଟିଭିରେ ଲାଇଭ୍‌ ଶୋ ଛାଡ଼ିବା ପାଇଁ କହି ଥିଲେ। ଜଣେ ମନ୍ତ୍ରୀଙ୍କ ହସ୍ତକ୍ଷେପରେ ତାଙ୍କୁ ପରେ ଏହି ଦ୍ରୁତ ବୋଲରଙ୍କ ଠାରୁ କ୍ଷମା ମାଗି ଥିଲେ ଏବଂ ଉଭୟ ସେତେବେଳେ ବିବାଦକୁ ସମାଧାନ କରି ଦେଇଥିଲେ।