୧୪ ବର୍ଷର ଟେଷ୍ଟ କ୍ୟାରିୟରରେ ଲାଗିଲା ବିରାମ, ଅବସର ନେଲେ କିଙ୍ଗ୍ କୋହଲି
ମୁମ୍ୱାଇ ୧୨/୦୫: ଶେଷରେ କଳ୍ପନା ଜଳ୍ପନାର ଅନ୍ତ । ଟେଷ୍ଟରୁ ସନ୍ନ୍ୟାସ ନେଲେ ବିରାଟ କୋହଲି । ଟେଷ୍ଟ କ୍ରିକେଟରୁ ଅବସର ନେଇ ସେ ଇନଷ୍ଟାରେ ଜଣାଇଛନ୍ତି । ତାଙ୍କର ନିଷ୍ପତ୍ତି ଏବେ ଚୂଡ଼ାନ୍ତ । ବିରାଟ କୋହଲି ସୋସିଆଲ ମିଡିଆରେ ତାଙ୍କ ଅବସର ବିଷୟରେ ସୂଚନା ଦେଇଛନ୍ତି। View this post on InstagramA post shared by Virat Kohli (@virat.kohli)ଗତ ୧୪ ବର୍ଷ ଧରି ସେ ଖେଳିଆସୁଥିଲେ ଟେଷ୍ଟ । କ୍ୟାରିୟରରେ ରଚିଛନ୍ତି ଅନେକ କୀର୍ତ୍ତିମାନ । ଗତ ସପ୍ତାହରେ ବିରାଟ ଅବସର ନେବାକୁ ଇଚ୍ଛା ପ୍ରକାଶ କରିଥିଲେ। କିନ୍ତୁ ବିସିସିଆଇ ତାଙ୍କ ଅବସରକୁ ଗ୍ରହଣ କରିନଥିଲା । ଏବେ ତାଙ୍କର ଶେଷ ନିଷ୍ପତ୍ତିରେ ବାଜିଛି ମୋହର । ବିରାଟ କୋହଲି ତାଙ୍କ ଇନଷ୍ଟାଗ୍ରାମ ପୋଷ୍ଟରେ ଅବସର ଘୋଷଣା କରିଛନ୍ତି। ସେ କହିଛନ୍ତି, 'ଟେଷ୍ଟ କ୍ରିକେଟରେ ମୁଁ ପ୍ରଥମ ଥର ପାଇଁ ନୀଳ ଜର୍ସି ପିନ୍ଧିବାର ୧୪ ବର୍ଷ ହୋଇଗଲାଣି। ସତ କହିବାକୁ ଗଲେ, ଏହି ଫର୍ମାଟ୍ ମୋତେ କେଉଁ ଯାତ୍ରାରେ ନେଇଯିବ ତାହା ମୁଁ କେବେ କଳ୍ପନା କରି ନଥିଲି। ଜର୍ସି ମୋତେ ପରୀକ୍ଷା କଲା, ମୋତେ ଗଢିତୋଳିଲା । ସେହିପରି ଧଳା ରଙ୍ଗର ପୋଷାକ ପିନ୍ଧି ଖେଳିବା ଏକ ଅତ୍ୟନ୍ତ ବ୍ୟକ୍ତିଗତ ଅଭିଜ୍ଞତା । ଶେଷଥର ପାଇଁ ଟେଷ୍ଟ କ୍ରିକେଟରେ ୩୬ ବର୍ଷୀୟ ବିରାଟ କୋହଲିଙ୍କୁ ବର୍ଡର-ଗାଭାସ୍କର ଟ୍ରଫିରେ ଖେଳୁଥିବାର ନଜର ଆସିଥିଲେ । ଯେଉଁଠାରେ ଭାରତକୁ ୫ ମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୩ରେ ପରା
ମୁମ୍ୱାଇ ୧୨/୦୫: ଶେଷରେ କଳ୍ପନା ଜଳ୍ପନାର ଅନ୍ତ । ଟେଷ୍ଟରୁ ସନ୍ନ୍ୟାସ ନେଲେ ବିରାଟ କୋହଲି । ଟେଷ୍ଟ କ୍ରିକେଟରୁ ଅବସର ନେଇ ସେ ଇନଷ୍ଟାରେ ଜଣାଇଛନ୍ତି । ତାଙ୍କର ନିଷ୍ପତ୍ତି ଏବେ ଚୂଡ଼ାନ୍ତ । ବିରାଟ କୋହଲି ସୋସିଆଲ ମିଡିଆରେ ତାଙ୍କ ଅବସର ବିଷୟରେ ସୂଚନା ଦେଇଛନ୍ତି।
ଗତ ୧୪ ବର୍ଷ ଧରି ସେ ଖେଳିଆସୁଥିଲେ ଟେଷ୍ଟ । କ୍ୟାରିୟରରେ ରଚିଛନ୍ତି ଅନେକ କୀର୍ତ୍ତିମାନ । ଗତ ସପ୍ତାହରେ ବିରାଟ ଅବସର ନେବାକୁ ଇଚ୍ଛା ପ୍ରକାଶ କରିଥିଲେ। କିନ୍ତୁ ବିସିସିଆଇ ତାଙ୍କ ଅବସରକୁ ଗ୍ରହଣ କରିନଥିଲା । ଏବେ ତାଙ୍କର ଶେଷ ନିଷ୍ପତ୍ତିରେ ବାଜିଛି ମୋହର ।
ବିରାଟ କୋହଲି ତାଙ୍କ ଇନଷ୍ଟାଗ୍ରାମ ପୋଷ୍ଟରେ ଅବସର ଘୋଷଣା କରିଛନ୍ତି। ସେ କହିଛନ୍ତି, 'ଟେଷ୍ଟ କ୍ରିକେଟରେ ମୁଁ ପ୍ରଥମ ଥର ପାଇଁ ନୀଳ ଜର୍ସି ପିନ୍ଧିବାର ୧୪ ବର୍ଷ ହୋଇଗଲାଣି। ସତ କହିବାକୁ ଗଲେ, ଏହି ଫର୍ମାଟ୍ ମୋତେ କେଉଁ ଯାତ୍ରାରେ ନେଇଯିବ ତାହା ମୁଁ କେବେ କଳ୍ପନା କରି ନଥିଲି। ଜର୍ସି ମୋତେ ପରୀକ୍ଷା କଲା, ମୋତେ ଗଢିତୋଳିଲା । ସେହିପରି ଧଳା ରଙ୍ଗର ପୋଷାକ ପିନ୍ଧି ଖେଳିବା ଏକ ଅତ୍ୟନ୍ତ ବ୍ୟକ୍ତିଗତ ଅଭିଜ୍ଞତା ।
ଶେଷଥର ପାଇଁ ଟେଷ୍ଟ କ୍ରିକେଟରେ ୩୬ ବର୍ଷୀୟ ବିରାଟ କୋହଲିଙ୍କୁ ବର୍ଡର-ଗାଭାସ୍କର ଟ୍ରଫିରେ ଖେଳୁଥିବାର ନଜର ଆସିଥିଲେ । ଯେଉଁଠାରେ ଭାରତକୁ ୫ ମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୩ରେ ପରାଜୟର ସାମ୍ନା କରିବାକୁ ପଡିଥିଲା। ବିରାଟ କୋହଲି ସିରିଜର ପ୍ରଥମ ମ୍ୟାଚ୍ ଅର୍ଥାତ୍ ପର୍ଥ ଟେଷ୍ଟରେ ଶତକ ମାରିଥିଲେ । କିନ୍ତୁ ଏହା ପରେ ତାଙ୍କୁ ସଂଘର୍ଷ କରୁଥିବାର ଦେଖିବାକୁ ମିଳିଥିଲା ।
ରୋହିତଙ୍କ ରାସ୍ତାରେ କୋହଲି, ଟେଷ୍ଟ କ୍ରିକେଟକୁ କହିଲେ ଅଲ୍ବିଦା !
ବିରାଟଙ୍କ ପୂର୍ବରୁ ଟିମ୍ ଇଣ୍ଡିଆ କ୍ୟାପଟେନ୍ ରୋହିତ ଶର୍ମା ୭ ମଇରେ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଥିଲେ। ସେ ଇନଷ୍ଟାଗ୍ରାମ ଷ୍ଟୋରୀ ସେୟାର କରି ରେଡ୍ ବଲ୍ କ୍ରିକେଟକୁ ଅଲବିଦା କହିଥିଲେ । ରୋହିତ ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟରେ ମ୍ୟାଚ୍ ଖେଳିବା ଜାରି ରଖିବେ । ଗତବର୍ଷ ୱେଷ୍ଟଇଣ୍ଡିଜରେ ଟି-୨୦ ବିଶ୍ୱକପ୍ ଜିତିବା ପରେ ୩୮ ବର୍ଷୀୟ ରୋହିତ ଶର୍ମା ଟି-୨୦ ଫର୍ମାଟରୁ ଅବସର ନେଇଥିଲେ।
ରୋହିତଙ୍କ ପରି କୋହଲି ମଧ୍ୟ ୨୦୨୪ ଟି-୨୦ ବିଶ୍ୱକପ୍ ଜିତିବା ପରେ କ୍ରିକେଟର ସବୁଠାରୁ ଛୋଟ ଫର୍ମାଟକୁ ଅଲବିଦା କହିଥିଲେ । ଏବେ କୋହଲି ଅବସର ନେବା ପରେ ROKO ଯୋଡ଼ିକୁ କେବଳ ODIରେ ଖେଳୁଥିବା ଦେଖିବେ ଫ୍ୟାନ୍ସ । ଦୁହେଁ ବର୍ତ୍ତମାନ ଆଇପିଏଲ କ୍ରିକେଟରେ ଖେଳୁଥିବାର ଦେଖିବାକୁ ମିଳୁଥିଲେ ।
୨୦୧୧ ଜୁନ୍ରେ କିଙ୍ଗଷ୍ଟନରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଥିଲେ ବିରାଟ କୋହଲି । ପରେ କୋହଲି ପ୍ରଥମ ଇନିଂସରେ ୪ ରନ ଏବଂ ଦ୍ୱିତୀୟ ଇନିଂସରେ ୧୫ରନ କରିଥିଲେ। ତାଙ୍କର ଶେଷ ଟେଷ୍ଟ ଅଷ୍ଟ୍ରେଲିଆ ବିପକ୍ଷରେ ସିଡନୀରେ ହୋଇଥିଲା । ଯାହା ଜାନୁଆରୀ ୨୦୨୫ ରେ ଖେଳାଯାଇଥିଲା। ଏହି ଶେଷ ଟେଷ୍ଟରେ କୋହଲି ପ୍ରଥମ ଇନିଂସରେ ୧୭ ରନ ଏବଂ ଦ୍ୱିତୀୟ ଇନିଂସରେ ୬ ରନ କରିଥିଲେ। କିଙ୍ଗ କୋହଲି ୧୨୩ଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି। ଏହି ସମୟ ମଧ୍ୟରେ ସେ ୪୬.୮୫ ହାରରେ ୯୨୩୦ ରନ କରିଥିଲେ। କୋହଲି ଟେଷ୍ଟରେ ୩୦ଟି ଶତକ ଏବଂ ୩୧ଟି ଅର୍ଦ୍ଧଶତକ ହାସଲ କରିଛନ୍ତି।