୧୪ ସୁଦ୍ଧା ଦାବି ପୂରଣ ନ ହେଲେ ଆନ୍ଦୋଳନ

ନୂଆପଡ଼ା,୯ା୪ (ମକାରୁ ବେମାଲ): ରାଜ୍ୟ ଯୋଗାଣ ସହାୟକ ସଂଘ ନିଷ୍ପତ୍ତିକ୍ରମେ ସୋମବାର ନୂଆପଡ଼ା ଜିଲାରେ କାର୍ଯ୍ୟରତ ଯୋଗାଣ ସହାୟକମାନେ ସମୂହ ଛୁଟି ପାଇଁ ସରକାରଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ୨୦୧୨ଠାରୁ ଯୋଗାଣ ସହାୟକମାନେ ଜିଲାର ବିଭିନ୍ନ ପଞ୍ଚାୟତରେ ଖାଦ୍ୟ ସାମଗ୍ରୀ ଯୋଗାଣ ଦାୟିତ୍ୱ ନିର୍ବାହ କରିଆସୁଛନ୍ତି। ଦୀର୍ଘବର୍ଷ ହେବ ସ୍ଥାୟୀ ନିଯୁକ୍ତି ସହ ଦରମା ବୃଦ୍ଧି ପାଇଁ ଦାବି କରିଆସୁଥିଲେ ମଧ୍ୟ କୌଣସ ସୁଫଳ ମିଳୁ ନ ଥିବାରୁ ବାଧ୍ୟ ହୋଇ ଆନ୍ଦୋଳନକୁ ଓହ୍ଲାଇବା […] The post ୧୪ ସୁଦ୍ଧା ଦାବି ପୂରଣ ନ ହେଲେ ଆନ୍ଦୋଳନ appeared first on Dharitri Odia News.

୧୪ ସୁଦ୍ଧା ଦାବି ପୂରଣ ନ ହେଲେ ଆନ୍ଦୋଳନ

ନୂଆପଡ଼ା,୯ା୪ (ମକାରୁ ବେମାଲ): ରାଜ୍ୟ ଯୋଗାଣ ସହାୟକ ସଂଘ ନିଷ୍ପତ୍ତିକ୍ରମେ ସୋମବାର ନୂଆପଡ଼ା ଜିଲାରେ କାର୍ଯ୍ୟରତ ଯୋଗାଣ ସହାୟକମାନେ ସମୂହ ଛୁଟି ପାଇଁ ସରକାରଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ୨୦୧୨ଠାରୁ ଯୋଗାଣ ସହାୟକମାନେ ଜିଲାର ବିଭିନ୍ନ ପଞ୍ଚାୟତରେ ଖାଦ୍ୟ ସାମଗ୍ରୀ ଯୋଗାଣ ଦାୟିତ୍ୱ ନିର୍ବାହ କରିଆସୁଛନ୍ତି। ଦୀର୍ଘବର୍ଷ ହେବ ସ୍ଥାୟୀ ନିଯୁକ୍ତି ସହ ଦରମା ବୃଦ୍ଧି ପାଇଁ ଦାବି କରିଆସୁଥିଲେ ମଧ୍ୟ କୌଣସ ସୁଫଳ ମିଳୁ ନ ଥିବାରୁ ବାଧ୍ୟ ହୋଇ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ସଂଘ ନିଷ୍ପତ୍ତି ନେଇଛି। ଏହାକୁ ନେଇ ଜିଲା ଯୋଗାଣ ସହାୟକ ସଂଘ ସଭାପତି ନରେନ୍ଦ୍ର ବାଗ ଓ ସମ୍ପାଦକ ପିତାମ୍ବର ଶଗରିଆଙ୍କ ନେତୃତ୍ୱରେ ସମସ୍ତ ଯୋଗାଣ ସହାୟକ ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି। ଜିଲାପାଳଙ୍କ ଅନୁପସ୍ଥିତିରେ ଡାକ ଯୋଗେ ଦାବିପତ୍ର ପଠାଇଛନ୍ତି। ଆସନ୍ତା ୧୪ ତାରିଖ ସୁଦ୍ଧା ଦାବି ପୂରଣ ନ ହେଲେ ୧୫ରୁ ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ କୋଷାଧ୍ୟକ୍ଷ ନରୋତ୍ତମ ଗଉଡ, ରତନଲାଲ ସହିସ, ସଂକୀର୍ତ୍ତନ ବାରିକ, ପୁରନ ଦାସ, ରୁଦ୍ରାକ୍ଷର ହଂସ, ନେପାଲ ରଣା ପ୍ରମୁଖ ଉପସ୍ଥିତ ଥିଲେ।

The post ୧୪ ସୁଦ୍ଧା ଦାବି ପୂରଣ ନ ହେଲେ ଆନ୍ଦୋଳନ appeared first on Dharitri Odia News.