୧୪୭ ବର୍ଷ ଟେଷ୍ଟ କ୍ରିକେଟ୍‌ ଇତିହାସରେ ପ୍ରଥମଥର ଘଟିଲା ଏମିତି, ଓଲି ପୋପ ବଡ଼ କାରନାମା

ନୂଆଦିଲ୍ଲୀ,୭।୯: ଇଂରାଜୀ ବ୍ୟାଟ୍ସମ୍ୟାନ ଓଲି ପୋପ ଏବେ ଚମତ୍କାର ଫର୍ମରେ ଅଛନ୍ତି। ସେ ଶ୍ରୀଲଙ୍କା ବିପକ୍ଷରେ ୧୦୩ ରନ୍‌ର ଇନିଂସ ଖେଳି ଅପରାଜିତ ଅଛନ୍ତି। ତେବେ ଓଲି ପୋପଙ୍କ ନାମରେ ଏକ ସ୍ବତନ୍ତ୍ର ରେକର୍ଡ କରିଛନ୍ତି। ଏହି ଇଂରାଜୀ ବ୍ୟାଟ୍ସମ୍ୟାନ ଏକ ସଫଳତା ହାସଲ କରିଛନ୍ତି, ଯାହା ୧୪୭ ବର୍ଷର ଇତିହାସରେ ଡନ ବ୍ରାଡମ୍ୟାନ ଏବଂ ସଚିନ ତେନ୍ଦୁଲକରଙ୍କ ପରି ମହାନ ବ୍ୟାଟ୍ସମ୍ୟାନ କରିପାରିବେ ନାହିଁ। ବର୍ତ୍ତମାନ ପର୍ଯ୍ୟନ୍ତ ଓଲି ପୋପ ଟେଷ୍ଟ ଫର୍ମାଟରେ ୭ ଥର […] The post ୧୪୭ ବର୍ଷ ଟେଷ୍ଟ କ୍ରିକେଟ୍‌ ଇତିହାସରେ ପ୍ରଥମଥର ଘଟିଲା ଏମିତି, ଓଲି ପୋପ ବଡ଼ କାରନାମା appeared first on Dharitri Odia News.

୧୪୭ ବର୍ଷ ଟେଷ୍ଟ କ୍ରିକେଟ୍‌ ଇତିହାସରେ ପ୍ରଥମଥର ଘଟିଲା ଏମିତି, ଓଲି ପୋପ ବଡ଼ କାରନାମା

ନୂଆଦିଲ୍ଲୀ,୭।୯: ଇଂରାଜୀ ବ୍ୟାଟ୍ସମ୍ୟାନ ଓଲି ପୋପ ଏବେ ଚମତ୍କାର ଫର୍ମରେ ଅଛନ୍ତି। ସେ ଶ୍ରୀଲଙ୍କା ବିପକ୍ଷରେ ୧୦୩ ରନ୍‌ର ଇନିଂସ ଖେଳି ଅପରାଜିତ ଅଛନ୍ତି। ତେବେ ଓଲି ପୋପଙ୍କ ନାମରେ ଏକ ସ୍ବତନ୍ତ୍ର ରେକର୍ଡ କରିଛନ୍ତି। ଏହି ଇଂରାଜୀ ବ୍ୟାଟ୍ସମ୍ୟାନ ଏକ ସଫଳତା ହାସଲ କରିଛନ୍ତି, ଯାହା ୧୪୭ ବର୍ଷର ଇତିହାସରେ ଡନ ବ୍ରାଡମ୍ୟାନ ଏବଂ ସଚିନ ତେନ୍ଦୁଲକରଙ୍କ ପରି ମହାନ ବ୍ୟାଟ୍ସମ୍ୟାନ କରିପାରିବେ ନାହିଁ।
ବର୍ତ୍ତମାନ ପର୍ଯ୍ୟନ୍ତ ଓଲି ପୋପ ଟେଷ୍ଟ ଫର୍ମାଟରେ ୭ ଥର ଶତକ ଅର୍ଜନ କରିଛନ୍ତି। ଏଥର ସେ ଶ୍ରୀଲଙ୍କା ବିପକ୍ଷରେ ଏକ ଶତକ ହାସଲ କରିଥିଲେ। ଏହାସହ ଓଲି ପୋପ ସମସ୍ତ ଶତକ ବିଭିନ୍ନ ଦେଶ ବିପକ୍ଷରେ ଆସିଛି। ଓଲି ପୋପ ନିଜ କ୍ୟାରିୟରରେ ୭ଟି ବିଭିନ୍ନ ଦେଶ ବିପକ୍ଷରେ ୭ ଶତକ ହାସଲ କରିଛନ୍ତି। ଏହା ଏକ ରେକର୍ଡ। ଟେଷ୍ଟ କ୍ରିକେଟର ୧୪୭ ବର୍ଷର ଇତିହାସରେ ଏହା ପ୍ରଥମ ଥର ପାଇଁ ଘଟିଛି। ଆଜି ପର୍ଯ୍ୟନ୍ତ କୌଣସି ବ୍ୟାଟ୍ସମ୍ୟାନ ଏହି କୀର୍ତ୍ତିମାନ କରିନାହାଁନ୍ତି। ଡନ ବ୍ରାଡମ୍ୟାନ ଏବଂ ସଚିନ ତେନ୍ଦୁଲକରଙ୍କ ପରି ବଡ ବ୍ୟାଟ୍ସମ୍ୟାନ୍‌ନେ ଏହି ସଫଳତା ହାସଲ କରିପାରି ନ ଥିଲେ। କିନ୍ତୁ ଓଲି ପୋପ ଏହା କରିଥିଲେ।
ଇଂଲଣ୍ଡ ଏବଂ ଶ୍ରୀଲଙ୍କା ମଧ୍ୟରେ ତୃତୀୟ ଟେଷ୍ଟ ଖେଳାଯାଉଛି। ବର୍ତ୍ତମାନ ଟେଷ୍ଟ ମ୍ୟାଚ ସିରିଜରେ ଇଂଲଣ୍ଡ ୨-୧ରେ ଆଗୁଆ ରହିଛି।

The post ୧୪୭ ବର୍ଷ ଟେଷ୍ଟ କ୍ରିକେଟ୍‌ ଇତିହାସରେ ପ୍ରଥମଥର ଘଟିଲା ଏମିତି, ଓଲି ପୋପ ବଡ଼ କାରନାମା appeared first on Dharitri Odia News.