୧୪୭ ବର୍ଷରେ ପ୍ରଥମ: ଏପରି ଲଜ୍ଜାଜନକ ରେକର୍ଡର ଅଧିକାରୀ ହେଲେ ଏହି କ୍ରିକେଟର

ଜିମ୍ବାୱେ ପାଇଁ ମାଣ୍ଡାଡେ ଆୟର୍ଲ୍ୟାଣ୍ଡ ବିପକ୍ଷ ଟେଷ୍ଟରେ ଡେବ୍ୟୁ କରିଥିଲେ।

୧୪୭ ବର୍ଷରେ ପ୍ରଥମ: ଏପରି ଲଜ୍ଜାଜନକ ରେକର୍ଡର ଅଧିକାରୀ ହେଲେ ଏହି କ୍ରିକେଟର

ଟେଷ୍ଟ କ୍ରିକେଟର ୧୪୭ ବର୍ଷର ଇତିହାସ ମଧ୍ୟରେ ଯାହା ଘଟି ନଥିଲା, ତାହା ଏବେ ଘଟିଛି। ଜିମ୍ବାୱେର ୱିକେଟ କିପର କ୍ଲାଏଭ ମାଣ୍ଡାଡେ ଗୋଟିଏ ଲଜ୍ଜାଜନକ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ଆୟର୍ଲ୍ୟାଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ୍‌ର ଗୋଟିଏ ଇନିଂସରେ ବାଇ ରନ ରୂପ ୪୨ ରନ ଦେଇଛନ୍ତି।

ଜିମ୍ବାୱେ ପାଇଁ ମାଣ୍ଡାଡେ ଆୟର୍ଲ୍ୟାଣ୍ଡ ବିପକ୍ଷ ଟେଷ୍ଟରେ ଡେବ୍ୟୁ କରିଥିଲେ। ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ସେ ଶୂନ କରି ଆଉଟ ହୋଇଥିଲେ। ଜିମ୍ବାୱେ ମଧ୍ୟ ୨୧୦ ରନ କରି ଅଲଆଉଟ ହୋଇଯାଇଥିଲା। ଜିମ୍ବାୱେର ବୋଲିଂ ବେଳେ ମାଣ୍ଡାଡେ କିପିଂ କରିବାକୁ ଆସିଥିଲେ। କିନ୍ତୁ ସେ ବାଇରେ ୪୨ ରନ ଖର୍ଚ୍ଚ କରିଛନ୍ତି।

ଆୟର୍ଲ୍ୟାଣ୍ଡ ମଧ୍ୟ ତା’ର ପ୍ରଥମ ଇନିଂସରେ ୨୫୦ ରନ କରିବା ସହ ଜିମ୍ବାୱେ ଠାରୁ ୪୦ ରନର ଲିଡ୍‌ ହାସଲ କରି ନେଇଥିଲା।

ଏହାପୂର୍ବରୁ ବାଇରନ ରୂପେ କୌଣସି ୱିକେଟ କିପର ସର୍ବାଧିକ ୩୭ ରନ ଦେଇଥିଲା। ଇଂଲଣ୍ଡର ଲେସ ଆମେସ ୧୯୩୪ ମସିହା ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟରେ କିପିଂ କରିବା ବେଳେ ବାଇ ରୂପରେ ୩୭ ରନ ଖର୍ଚ୍ଚ କରିଥିଲେ। ହେଲେ ମାଣ୍ଡାଡେ ୪୦ରୁ ଅଧିକ ରନ ଖର୍ଚ୍ଚ କରି ଲଜ୍ଜାଜନକ ରେକର୍ଡର ଅଧିକାରୀ ହୋଇଛନ୍ତି।

ମ୍ୟାଚ୍‌ କଥା ବିଚାରକୁ ନେଲେ ଜିମ୍ବାୱେର ୨୪୦ ରନର ଜବାବରେ ଆୟର୍ଲ୍ୟାଣ୍ଡ ପ୍ରଥମ ଇନିଂସରେ ୨୫୦ ରନ କରିଥିଲା। ଜିମ୍ବାୱେ ତା’ର ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରି ରିପୋର୍ଟ ଲେଖା ହେବା ବେଳକୁ ୩ ୱିକେଟ ହରାଇ ୬୬ ରନ କରି ନେଇଛି।