୧୪୭ତମ ଗୋପବନ୍ଧୁ ଜୟନ୍ତୀ ପାଳିତ: ସତ୍ୟବାଦୀରୁ ସୁଆଣ୍ଡୋ ଚଳଚଞ୍ଚଳ
ସାକ୍ଷୀଗୋପାଳ,୯।୧୦(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଓଡ଼ିଆ ଜାତିର ମଉଡମଣି ସେବା ଓ ତ୍ୟାଗର ମୂର୍ତ୍ତିମନ୍ତ ପ୍ରତୀକ ପୂଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୭ତମ ଜୟନ୍ତୀ ଉତ୍ସବ ବୁଧବାର ପାଳିତ ହୋଇଯାଇଛି। ଗୋପନ୍ଧୁ ଜୟନ୍ତୀ ଉପଲକ୍ଷେ ବିଭିନ୍ନ ରାଜନୈତିକ ଦଳର କର୍ମକର୍ତ୍ତା, ଜନସାଧାରଣଙ୍କ ସମାବେଶ ହୋଇଥିଲା। ଏହି ଅବସରରେ ପୃଥକ ପୃଥକ ଶୋଭାଯାତ୍ରା କର୍ମପୀଠ ସତ୍ୟବାଦୀରୁ ବାହାରି ଜନ୍ମପୀଠ ସୁଆଣ୍ଡୋରେ ପହଞ୍ଚିଥିଲା। ଏନେଇ ଅଞ୍ଚଳ ଚଳଚଞ୍ଚଳ ହୋଇ ଉଠିଥିଲା। ସୁଆଣ୍ଡୋ ସ୍ଥିତ ଗୋପବନ୍ଧୁଙ୍କ ଷଠିଘରେ, ସ୍ମୃତି ମଣ୍ଡପ, […] The post ୧୪୭ତମ ଗୋପବନ୍ଧୁ ଜୟନ୍ତୀ ପାଳିତ: ସତ୍ୟବାଦୀରୁ ସୁଆଣ୍ଡୋ ଚଳଚଞ୍ଚଳ appeared first on Dharitri Odia News.
ସାକ୍ଷୀଗୋପାଳ,୯।୧୦(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଓଡ଼ିଆ ଜାତିର ମଉଡମଣି ସେବା ଓ ତ୍ୟାଗର ମୂର୍ତ୍ତିମନ୍ତ ପ୍ରତୀକ ପୂଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୭ତମ ଜୟନ୍ତୀ ଉତ୍ସବ ବୁଧବାର ପାଳିତ ହୋଇଯାଇଛି। ଗୋପନ୍ଧୁ ଜୟନ୍ତୀ ଉପଲକ୍ଷେ ବିଭିନ୍ନ ରାଜନୈତିକ ଦଳର କର୍ମକର୍ତ୍ତା, ଜନସାଧାରଣଙ୍କ ସମାବେଶ ହୋଇଥିଲା।
ଏହି ଅବସରରେ ପୃଥକ ପୃଥକ ଶୋଭାଯାତ୍ରା କର୍ମପୀଠ ସତ୍ୟବାଦୀରୁ ବାହାରି ଜନ୍ମପୀଠ ସୁଆଣ୍ଡୋରେ ପହଞ୍ଚିଥିଲା। ଏନେଇ ଅଞ୍ଚଳ ଚଳଚଞ୍ଚଳ ହୋଇ ଉଠିଥିଲା। ସୁଆଣ୍ଡୋ ସ୍ଥିତ ଗୋପବନ୍ଧୁଙ୍କ ଷଠିଘରେ, ସ୍ମୃତି ମଣ୍ଡପ, ଐତିହ୍ୟ ବିକାଶ ପ୍ରକଳ୍ପର ସଂଗ୍ରହାଳୟ ଓ ସଂକଳ୍ପ ପୀଠ, କାଦୁଆ ଆଶ୍ରମ, ବସ୍ଷ୍ଟାଣ୍ଡ ପଞ୍ଚସଖା, ସାକ୍ଷୀଗୋପାଳ ମନ୍ଦିର, ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ, ସାକ୍ଷୀଗୋପାଳ କଲେଜ, ବିଭିନ୍ନ ବିଦ୍ୟାଳୟ, ଓଡ଼ିଆ ବିଶ୍ବିଦ୍ୟାଳୟ, ଆଦର୍ଶ ବିଦ୍ୟାଳୟ ସାରଙ୍ଗଯୋଡି ଓ ଗକୁଣ୍ଡ ମଣ୍ଡପରେ ପୂଣ୍ୟାତ୍ମଙ୍କ ପ୍ରତିମୂର୍ତ୍ତି, ସମାଧିପୀଠ ଓ ଶେଷନିଶ୍ବାସ ତ୍ୟାଗ ପୀଠରେ ମାଲ୍ୟାର୍ପଣ କରି ବିଭିନ୍ନ ବର୍ଗର ଲୋକେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।
ଜିଲା ସଂସ୍କୃତି ଅଧିକାରୀ ହେମନ୍ତ କୁମାର େହେରା, ଜିଲା ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ସତ୍ୟବାଦୀ ତହସିଲଦାର ଆଲୋକ ଦେହୁରୀ, ବିଡିଓ ଲିପ୍ସା ରାୟ ପ୍ରମୁଖ ଜୟନ୍ତୀ ଉତ୍ସବରେ ଯୋଗ ଦେଇଥିଲେ। ମା’ କ୍ଷେତ୍ରପାଳି ମୃଦଙ୍ଗ ବାଦ୍ୟ ପରିଷଦ ଓ କୈଳାସ ଗୋଟିପୁଅ ନୃତ୍ୟ ପରିଷଦ ଆନୁକୁଲ୍ୟରେ ସାରଙ୍ଗଯୋଡ଼ି ହାଟରୁ ସୁଆଣ୍ଡୋ ପର୍ଯ୍ୟନ୍ତ ବର୍ଣ୍ଣାଢ଼୍ୟ ସାଂସ୍କୃତିକ ଶୋଭାଯାତ୍ରାରେ କଳାକାରମାନେ ସାମିଲ ହୋଇଥିଲେ।
ଗୋପବନ୍ଧୁ ସେବା ପରିଷଦ ପକ୍ଷରୁ ସୁଆଣ୍ଡୋଠାରେ ସ୍ମୃତି ସଭାରେ ଲୋକସେବକ ମଣ୍ଡଳ ସମ୍ପାଦକ ଆଜିବନ ସଭ୍ୟ ପ୍ରଭାସ ଆଚାର୍ଯ୍ୟ ଯୋଗ ଦେଇଥିଲେ। ଭାଜପା ପକ୍ଷରୁ ବିଧାୟକ ଓମ ପ୍ରକାଶ ମିଶ୍ର, ସତ୍ୟବାଦୀ କଂଗ୍ରେସ ପକ୍ଷରୁ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ମନୋଜ ରଥ, ବିଜେଡି ପକ୍ଷରୁ ବ୍ଲକ ଅଧ୍ୟକ୍ଷ ସୁନିଲ ପଣ୍ଡା, ଏଆଇଡିଏସଓ, ସୁଆଣ୍ଡୋ ସେତୁ ସଂଗଠନର ଗୋବିନ୍ଦ ମହାପାତ୍ର ଦଳମତ ନିର୍ବିଶେଷରେ ଗୋପବନ୍ଧୁଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ଗୋପବନ୍ଧୁଙ୍କ ଦାୟଦ ଧିରେନ୍ଦ୍ର ନାଥ ଦାଶ, ରବିନ୍ଦ୍ରନାଥ ଦାଶ ପ୍ରମୁଖ ଅତିଥିମାନଙ୍କୁ ଗୋପବନ୍ଧୁଙ୍କ ଷଠିଘରକୁ ପାଛୋଟି ନେଇଥିଲେ। ପ୍ରସାଦ ହରିଚନ୍ଦନଙ୍କ ନେତୃତ୍ବରେ ରେ ବକୁଳ ବନ ସମାଧି ପୀଠରେ ସର୍ବଧର୍ମ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲ।
ଏପରିକି ପୂର୍ବତନ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ନେତୃତ୍ୱରେ ସ୍ଥାନୀୟ ହସ୍ପିଟାଲରେ ରୋଗୀଙ୍କୁ ଫଳ ବଣ୍ଟନ କରାଯିବା ସହ ଏକ ଶୋଭାଯାତ୍ରା ବାହାରି ଗୋପବନ୍ଧୁଙ୍କ ଜନ୍ମପୀଠରେ ପହଞ୍ଚିଥିଲା।
The post ୧୪୭ତମ ଗୋପବନ୍ଧୁ ଜୟନ୍ତୀ ପାଳିତ: ସତ୍ୟବାଦୀରୁ ସୁଆଣ୍ଡୋ ଚଳଚଞ୍ଚଳ appeared first on Dharitri Odia News.