୧୪୮ ବର୍ଷ ପୂର୍ବେ ଘଟିଥିଲା ଲଜ୍ଜାଜନକ ରେକର୍ଡ, ମାତ୍ର ୧୨ ରନରେ ଅଲଆଉଟ୍ ହୋଇଥିଲା ଟିମ୍
ନୂଆଦିଲ୍ଲୀ ୨୪।୦୫: କ୍ରିକେଟ ଇତିହାସରେ ଏପରି ଅନେକ ରେକର୍ଡ ଯାହା ବେଶ୍ ମନେ ରହିଥାଏ । କିନ୍ତୁ ଏପରି କିଛି ରେକର୍ଡ ଅଛି, ଯାହାକୁ କେହି ମନେ ରଖିବାକୁ ବି ଚାହାଁନ୍ତିନି । ବିଗତ ୧୪୮ ବର୍ଷ ପୂର୍ବେ ଏପରି ଏକ ରେକର୍ଡ ହୋଇଥିଲା, ଯାହା କ୍ରିକେଟ ଇତିହାସରେ ରହିଛି ଲଜ୍ଜାଜନକ ରେକର୍ଡ । ବାସ୍ତବରେ ଗୋଟିଏ ଦଳ ମାତ୍ର ୧୨ ରନରେ ହୋଇଥିଲା ଅଲଆଉଟ୍ । ଏହି ଘଟଣା ୧୮୭୭ ମସିହାରେ ହୋଇଥିଲା । ଏକ ପ୍ରଥମ ଶ୍ରେଣୀ କ୍ରିକେଟ୍ ମ୍ୟାଚ୍ରେ ଗୋଟିଏ ଦଳ ମାତ୍ର ୧୨ ରନ୍ରେ ହୋଇଗଲା ଅଲଆଉଟ୍ । ଦ୍ୱିତୀୟ ଇନିଂସରେ ସମାନ ଦଳ ୩୫ ରନରେ ହୋଇଯାଇଥିଲା ଅଲ୍ଆଉଟ । ତେବେ ଏହି ୧୨ ରନ୍ ସ୍କୋର ଏବେ ବି ପ୍ରଥମ ଶ୍ରେଣୀ କ୍ରିକେଟରେ ଦ୍ୱିତୀୟ ସର୍ବନିମ୍ନ ସ୍କୋରରେ ରହିଛି ।କ୍ରିକଇନ୍ଫୋ ସୂଚନା ଅନୁଯାୟୀ, ଏହି ମ୍ୟାଚ୍ ୨୪ ମଇ ୧୮୭୭ରେ ଅକ୍ସଫୋର୍ଡର ମାଗଡାଲେନ୍ ଗ୍ରାଉଣ୍ଡରେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଏବଂ ମେରିବୋର୍ନ କ୍ରିକେଟ୍ କ୍ଲବ ମଧ୍ୟରେ ଖେଳାଯାଇଥିଲା। ଅକ୍ସଫୋର୍ଡ ଟିମ୍ ପ୍ରଥମ ଇନିଂସରେ ୧୨ ରନରେ ଅଲଆଉଟ୍ ହୋଇଥିଲା । ଦଳର ୬ ଖେଳାଳି ଶୂନରେ ହୋଇଥିଲେ ଆଉଟ । ୧୨ ରନର ସେହି ଇନିଂସରେ ଏଡୱାର୍ଡ ୱେଲିଂଟନ୍ ସର୍ବାଧିକ ୭ ରନ୍ କରିଥିଲେ । MCC ପାଇଁ ଫ୍ରେଡ୍ ମୋରେଲ୍ ସର୍ବାଧିକ ୭ଟି ୱିକେଟ୍ ନେଇଥିଲେ। MCC ତା'ର ପ୍ରଥମ ଇନିଂସରେ ୧୨୪ ରନ କରିଥିଲା ଏବଂ ୭୭ ରନରେ ମ୍ୟାଚ୍ ଜିତିଥିଲା। ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ପରି ନର୍ଥାମ୍ପଟନଶାୟା
ନୂଆଦିଲ୍ଲୀ ୨୪।୦୫: କ୍ରିକେଟ ଇତିହାସରେ ଏପରି ଅନେକ ରେକର୍ଡ ଯାହା ବେଶ୍ ମନେ ରହିଥାଏ । କିନ୍ତୁ ଏପରି କିଛି ରେକର୍ଡ ଅଛି, ଯାହାକୁ କେହି ମନେ ରଖିବାକୁ ବି ଚାହାଁନ୍ତିନି । ବିଗତ ୧୪୮ ବର୍ଷ ପୂର୍ବେ ଏପରି ଏକ ରେକର୍ଡ ହୋଇଥିଲା, ଯାହା କ୍ରିକେଟ ଇତିହାସରେ ରହିଛି ଲଜ୍ଜାଜନକ ରେକର୍ଡ । ବାସ୍ତବରେ ଗୋଟିଏ ଦଳ ମାତ୍ର ୧୨ ରନରେ ହୋଇଥିଲା ଅଲଆଉଟ୍ ।
ଏହି ଘଟଣା ୧୮୭୭ ମସିହାରେ ହୋଇଥିଲା । ଏକ ପ୍ରଥମ ଶ୍ରେଣୀ କ୍ରିକେଟ୍ ମ୍ୟାଚ୍ରେ ଗୋଟିଏ ଦଳ ମାତ୍ର ୧୨ ରନ୍ରେ ହୋଇଗଲା ଅଲଆଉଟ୍ । ଦ୍ୱିତୀୟ ଇନିଂସରେ ସମାନ ଦଳ ୩୫ ରନରେ ହୋଇଯାଇଥିଲା ଅଲ୍ଆଉଟ । ତେବେ ଏହି ୧୨ ରନ୍ ସ୍କୋର ଏବେ ବି ପ୍ରଥମ ଶ୍ରେଣୀ କ୍ରିକେଟରେ ଦ୍ୱିତୀୟ ସର୍ବନିମ୍ନ ସ୍କୋରରେ ରହିଛି ।
କ୍ରିକଇନ୍ଫୋ ସୂଚନା ଅନୁଯାୟୀ, ଏହି ମ୍ୟାଚ୍ ୨୪ ମଇ ୧୮୭୭ରେ ଅକ୍ସଫୋର୍ଡର ମାଗଡାଲେନ୍ ଗ୍ରାଉଣ୍ଡରେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଏବଂ ମେରିବୋର୍ନ କ୍ରିକେଟ୍ କ୍ଲବ ମଧ୍ୟରେ ଖେଳାଯାଇଥିଲା। ଅକ୍ସଫୋର୍ଡ ଟିମ୍ ପ୍ରଥମ ଇନିଂସରେ ୧୨ ରନରେ ଅଲଆଉଟ୍ ହୋଇଥିଲା । ଦଳର ୬ ଖେଳାଳି ଶୂନରେ ହୋଇଥିଲେ ଆଉଟ ।
୧୨ ରନର ସେହି ଇନିଂସରେ ଏଡୱାର୍ଡ ୱେଲିଂଟନ୍ ସର୍ବାଧିକ ୭ ରନ୍ କରିଥିଲେ । MCC ପାଇଁ ଫ୍ରେଡ୍ ମୋରେଲ୍ ସର୍ବାଧିକ ୭ଟି ୱିକେଟ୍ ନେଇଥିଲେ। MCC ତା'ର ପ୍ରଥମ ଇନିଂସରେ ୧୨୪ ରନ କରିଥିଲା ଏବଂ ୭୭ ରନରେ ମ୍ୟାଚ୍ ଜିତିଥିଲା। ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ପରି ନର୍ଥାମ୍ପଟନଶାୟାର ୧୯୦୭ ମସିହାରେ ଗ୍ଲୋସେଷ୍ଟରଶାୟାର ବିପକ୍ଷରେ ଏକ ପ୍ରଥମ ଶ୍ରେଣୀ ମ୍ୟାଚ୍ରେ ମାତ୍ର ୧୨ ରନ୍ରେ ଅଲଆଉଟ୍ ହୋଇଥିଲା।
ତଥାପି ପ୍ରଥମ ଶ୍ରେଣୀ କ୍ରିକେଟ୍ରେ ସର୍ବନିମ୍ନ ସ୍କୋର୍ର ରେକର୍ଡ The Bs ନାମକ ଏକ ଟିମ୍ ପାଖରେ ରହିଛି । ସେମାନେ ୧୮୧୦ ମସିହାରେ ଲର୍ଡସରେ ଇଂଲଣ୍ଡ ବିପକ୍ଷରେ ଏକ ଅନାବଶ୍ୟକ ରେକର୍ଡ ସୃଷ୍ଟି କରିଥିଲେ । ବିଏସ୍ ମାତ୍ର ୬ ରନରେ ହୋଇଗଲା ଅଲଆଉଟ୍ । ଯାହା ଏପର୍ଯ୍ୟନ୍ତ ପ୍ରଥମ ସ୍ଥାନରେ ରହିଛି।
ODI କ୍ରିକେଟରେ ଗୋଟିଏ ଇନିଂସରେ କୌଣସି ଦଳ ଦ୍ୱାରା କରାଯାଇଥିବା ସର୍ବନିମ୍ନ ସ୍କୋର ହେଉଛି ୩୫ । ଜିମ୍ବାୱେ ୨୦୦୪ରେ ଶ୍ରୀଲଙ୍କା ବିପକ୍ଷରେ ଏପରି କରିଥିବା ବେଳେ ଆମେରିକା ନେପାଳ ବିପକ୍ଷରେ କରିଥିଲା।ସେହିପରିଟି-୨୦ ଆନ୍ତର୍ଜାତୀୟରେ ସର୍ବନିମ୍ନ ସ୍କୋର କରିବାର ରେକର୍ଡ ଆଇଭରି କୋଷ୍ଟର ନାଁରେ ଅଛି । ସେ ନଭେମ୍ବର ୨୦୨୪ରେ ଆବୁଜାରେ ନାଇଜେରିଆ ବିପକ୍ଷରେ ଏପରି କରିଥିଲା । ଏହାପରେ ଆଇଭରି କୋଷ୍ଟ ଦଳ ୭.୩ ଓଭରରେ ମାତ୍ର ୭ ରନରେ ହୋଇଯାଇଥିଲା ଅଲଆଉଟ୍ ।
ଟେଷ୍ଟ କ୍ରିକେଟରେ ନ୍ୟୁଜିଲାଣ୍ଡ ଦଳ ଗୋଟିଏ ଇନିଂସରେ ସବୁଠାରୁ କମ୍ ରନ କରିବାର ଲଜ୍ଜାଜନକ ରେକର୍ଡ ନିଜ ନାଁରେ କରିଛି । ୧୯୫୫ରେ ଅକଲ୍ୟାଣ୍ଡ ଗ୍ରାଉଣ୍ଡରେ ଇଂଲଣ୍ଡ ବିପକ୍ଷରେ କିୱି ଦଳ ମାତ୍ର ୨୬ ରନରେ ଅଲଆଉଟ୍ ହୋଇଯାଇଥିଲା। ଏହି ରେକର୍ଡ ଆଜି ମଧ୍ୟ ବଜାୟ ରହିଛି।