୧୪,୮୦୮ କିଣ୍ଡରଗାର୍ଟେନ ବନ୍ଦ
ବେଜିଂ: ବହୁ ସମୟ ଧରି ବିଶ୍ୱର ସର୍ବାଧିକ ଜନବହୁଳ ଦେଶ ରହିଆସିଥିବା ଚାଇନାରେ ଜନସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ବିଭିନ୍ନ କାରଣରୁ ଶିଶୁ ଜନ୍ମହାର ଲଗାତର କମୁଥିବାରୁ ପିଲାଙ୍କ ସେବା ଓ ପ୍ରାରମ୍ଭିକ ଶିକ୍ଷା ପାଇଁ ଉଦ୍ଦିଷ୍ଟ କିଣ୍ଡରଗାର୍ଟେନ୍ ସ୍କୁଲଗୁଡ଼ିକରେ ତାଲା ଝୁଲିଲାଣି। ବର୍ଷକ ମଧ୍ୟରେ ୧୪,୮୦୮ କିଣ୍ଡରଗାର୍ଟେନ ସ୍କୁଲକୁ ବନ୍ଦ କରି ଦିଆଯାଇଥିବା ଚାଇନା ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ରବିବାର ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡ଼ିଛି। ଅନୁଯାୟୀ, କେବଳ ୨୦୨୩ରେ ଚାଇନାର ୧୪,୮୦୮ କିଣ୍ଡରଗାର୍ଟେନ ସ୍କୁଲ୍ ବନ୍ଦ […] The post ୧୪,୮୦୮ କିଣ୍ଡରଗାର୍ଟେନ ବନ୍ଦ appeared first on Dharitri Odia News.
ବେଜିଂ: ବହୁ ସମୟ ଧରି ବିଶ୍ୱର ସର୍ବାଧିକ ଜନବହୁଳ ଦେଶ ରହିଆସିଥିବା ଚାଇନାରେ ଜନସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ବିଭିନ୍ନ କାରଣରୁ ଶିଶୁ ଜନ୍ମହାର ଲଗାତର କମୁଥିବାରୁ ପିଲାଙ୍କ ସେବା ଓ ପ୍ରାରମ୍ଭିକ ଶିକ୍ଷା ପାଇଁ ଉଦ୍ଦିଷ୍ଟ କିଣ୍ଡରଗାର୍ଟେନ୍ ସ୍କୁଲଗୁଡ଼ିକରେ ତାଲା ଝୁଲିଲାଣି। ବର୍ଷକ ମଧ୍ୟରେ ୧୪,୮୦୮ କିଣ୍ଡରଗାର୍ଟେନ ସ୍କୁଲକୁ ବନ୍ଦ କରି ଦିଆଯାଇଥିବା ଚାଇନା ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ରବିବାର ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡ଼ିଛି।
ଅନୁଯାୟୀ, କେବଳ ୨୦୨୩ରେ ଚାଇନାର ୧୪,୮୦୮ କିଣ୍ଡରଗାର୍ଟେନ ସ୍କୁଲ୍ ବନ୍ଦ ହୋଇଥିଲା। ଏବେ ଚାଇନାରେ ଖୋଲାଥିବା ଏଭଳି ସ୍କୁଲ ସଂଖ୍ୟା ୨,୭୪,୪୦୦କୁ ଖସିଯାଇଛି। ଚାଇନାରେ ଜନ୍ମହାର ହ୍ରାସ ମଧ୍ୟରେ ଲଗାତର ଦ୍ୱିତୀୟ ବର୍ଷ ପାଇଁ କିଣ୍ଡରଗାର୍ଟେନ ସ୍କୁଲ ସଂଖ୍ୟା କମିଥିବା ନେଇ ଉକ୍ତ ରିପୋର୍ଟରେ କୁହାଯାଇଛି। ହଂକଂସ୍ଥିତ ସାଉଥ୍ ଚାଇନା ମର୍ନିଂ ପୋଷ୍ଟରେ ପ୍ରକାଶିତ ତଥ୍ୟ ଅନୁଯାୟୀ, ଗତ ୩ ବର୍ଷ ଧରି ଚାଇନାର କିଣ୍ଡରଗାର୍ଟେନ ସ୍କୁଲଗୁଡ଼ିକରେ ନାମଲେଖା ହାର କମିବାରେ ଲାଗିଛି। ଗତବର୍ଷ ୪୦୯ ଲକ୍ଷ ପିଲା ନାମ ଲେଖାଇଥିବାବେଳେ ଚଳିତବର୍ଷ ଏହି ସଂଖ୍ୟା ୧୧.୫୫% ହ୍ରାସ ପାଇ ୩୫୫.୫ ଲକ୍ଷରେ ପହଞ୍ଚତ୍ଛି। ଗତବର୍ଷ ଚାଇନାରେ କେବଳ ୯୦ ଲକ୍ଷ ଶିଶୁ ଜନ୍ମ ନେଇଥିଲେ, ଯାହା ୧୯୪୯ ପରଠୁ ସର୍ବନିମ୍ନ।
The post ୧୪,୮୦୮ କିଣ୍ଡରଗାର୍ଟେନ ବନ୍ଦ appeared first on Dharitri Odia News.