୧୫ ଘରୁ କଳାକନା ବୁଲାଇଲେ ଦୁର୍ବୃତ୍ତ: ୪୦ ଲକ୍ଷ ଟଙ୍କାର ସୁନା ଗହଣା କଲେ ଲୁଟ୍
ଟେନ୍ସା,୧୪ା୭(ସମୀର କୁମାର ପାଢ଼ୀ):ସୁନ୍ଦରଗଡ଼ ଜିଲା କୋଇଡ଼ା ଥାନା ସାନଇନ୍ଦୁପୁର ରୁଙ୍ଗଟା କଲୋନୀରେ ଶୁକ୍ରବାର ବିଳମ୍ବିତ ରାତିରେ ୧୫ଟି ଘରୁ ଚୋରି ହୋଇଛି। ୪୦ ଲକ୍ଷ ଟଙ୍କାର ସୁନା ଗହଣା ଓ ୫ରୁ ୧୦ ଲକ୍ଷ ଟଙ୍କା ଦୁର୍ବୃତ୍ତ ନେଇଯାଇଥିବା ଜଣାପଡିଛି। କୋଇଡ଼ା ଥାନା ଅଧିକାରୀ ଓ ସାଇଣ୍ଟିଫିକ୍ ଟିମ୍ ତଦନ୍ତ କରି ଫେରିଛନ୍ତି। ଏନେଇ ଥାନାରେ ୩ଟି ପୃଥକ ମାମଲା (ନଂ.୯୧/୯୨/୯୩) ରୁଜୁ ହୋଇଛି। ପୋଲିସ ଘଟଣାର ତନାଘନା ଚଳାଇଛି। ସୂଚନାଯୋଗ୍ୟ, ଦିଲ୍ଲୀପ କୁମାର ନାୟକ, ଅଜୟ […] The post ୧୫ ଘରୁ କଳାକନା ବୁଲାଇଲେ ଦୁର୍ବୃତ୍ତ: ୪୦ ଲକ୍ଷ ଟଙ୍କାର ସୁନା ଗହଣା କଲେ ଲୁଟ୍ appeared first on Dharitri Odia News.
ଟେନ୍ସା,୧୪ା୭(ସମୀର କୁମାର ପାଢ଼ୀ):ସୁନ୍ଦରଗଡ଼ ଜିଲା କୋଇଡ଼ା ଥାନା ସାନଇନ୍ଦୁପୁର ରୁଙ୍ଗଟା କଲୋନୀରେ ଶୁକ୍ରବାର ବିଳମ୍ବିତ ରାତିରେ ୧୫ଟି ଘରୁ ଚୋରି ହୋଇଛି। ୪୦ ଲକ୍ଷ ଟଙ୍କାର ସୁନା ଗହଣା ଓ ୫ରୁ ୧୦ ଲକ୍ଷ ଟଙ୍କା ଦୁର୍ବୃତ୍ତ ନେଇଯାଇଥିବା ଜଣାପଡିଛି। କୋଇଡ଼ା ଥାନା ଅଧିକାରୀ ଓ ସାଇଣ୍ଟିଫିକ୍ ଟିମ୍ ତଦନ୍ତ କରି ଫେରିଛନ୍ତି। ଏନେଇ ଥାନାରେ ୩ଟି ପୃଥକ ମାମଲା (ନଂ.୯୧/୯୨/୯୩)
ରୁଜୁ ହୋଇଛି। ପୋଲିସ ଘଟଣାର ତନାଘନା ଚଳାଇଛି। ସୂଚନାଯୋଗ୍ୟ, ଦିଲ୍ଲୀପ କୁମାର ନାୟକ, ଅଜୟ କୁମାର ସାହୁ, ପ୍ରଶାନ୍ତ କୁମାର ନାୟକ,ସନ୍ତୋଷ କୁମାର ରାଉତ, ସଞ୍ଜୀବ କୁମାର ବାରିକ, ଅଜୟ କୁମାର ରାଉତ, ପଙ୍କଜ କୁମାର ବାରିକ, ଅଞ୍ଜନ କୁମାର ମୁଦୁଲି, ପାର୍ଥଶାରଥୀ ପାଠକ, ଇନ୍ଦ୍ରମଣୀ ମାହାନ୍ତ, ରସିକଶେଖର ମାହାନ୍ତ, ବିନଦୟାଲ ସିଂ ବିନାର, ଲିଆନ କୁମାର ପ୍ରଧାନ, ଚିନ୍ମୟକୁମାର ମହାକୁଡ, ବିଶ୍ୱଜିତ ସାହୁ ରୁଙ୍ଗଟା ଖଣିରେ କାମ କରନ୍ତି। ସେମାନଙ୍କ ପରିବାର ସଦସ୍ୟମାନେ ଛୁଟିରେ ଗଁାକୁ ଯାଇଛନ୍ତି। ସବୁଦିନ ପରି ଶୁକ୍ରବାର ସେମାନେ କାମକୁ ଯାଇଥିଲେ। ଘରେ କେହି ନ ଥିବାର ସୁଯୋଗ ନେଇ ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ କଲୋନୀର ପଛପାର୍ଶ୍ୱରେ ଥିବା ପାଚେରିର କଣ୍ଟାତାର କାଟି ହତା ଭିତରକୁ ପଶିଥିଲେ। କଟର ସାହାଯ୍ୟରେ ଘରର କବାଟ ଭାଙ୍ଗି ସୁନା ଗହଣା ଓ ଟଙ୍କା ଚୋରି କରି ନେଇଯାଇଥିଲେ। ଶନିବାର ସକାଳେ କର୍ମଚାରୀମାନେ ପହଞ୍ଚି ଘରୁ ଚୋରି ହୋଇଥିବା ଦେଖିବାକୁ ପାଇଥିଲେ। ଏନେଇ ସେମାନେ କୋଇଡା ଥାନାରେ ଅଭିଯୋଗ କରିଥିଲେ। ସନ୍ଧାନୀ କୁକୁର ଆସିଲେ ଦୁର୍ବୃତ୍ତମାନେ ଶୀଘ୍ର ଧରାପଡିବେ ବୋଲି ସେମାନେ କହିଛନ୍ତି।
The post ୧୫ ଘରୁ କଳାକନା ବୁଲାଇଲେ ଦୁର୍ବୃତ୍ତ: ୪୦ ଲକ୍ଷ ଟଙ୍କାର ସୁନା ଗହଣା କଲେ ଲୁଟ୍ appeared first on Dharitri Odia News.