୧୫ ଜିଲ୍ଲାରେ ୬୭ ‘ଆମ ହସ୍ପିଟାଲ’ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ରାଜ୍ୟର ୧୫ ଜିଲ୍ଲାରେ ଆଉ ୬୭ ‘ଆମ ହସ୍ପିଟାଲ’ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅନୁଗୁଳ ଜିଲ୍ଲାରେ ୬ଟି ହସ୍ପିଟାଲ ଥିବା ବେଳେ ବଲାଙ୍ଗୀରରେ ୫, ଦେବଗଡ଼ରେ ୧, ସୁବର୍ଣ୍ଣପୁରରେ ୨, ପୁରୀରେ ୫, ବାଲେଶ୍ବରରେ ୮ , ଭଦ୍ରକରେ ୪, କଟକରେ ୮, ଯାଜପୁରରେ ୫, ନୟାଗଡ଼ରେ ୩, ଖୋର୍ଦ୍ଧାରେ ୭, ଭୁବନେଶ୍ବରରେ ୪, ବୌଦ୍ଧରେ ୨, କୋରାପୁଟରେ ୪, ନବରଙ୍ଗପୁରରେ ୩, ଗଜପତିରେ ୨ଟି ଆମ ହସ୍ପିଟାଲର ଲୋକାର୍ପଣ ହୋଇଛି । […] The post ୧୫ ଜିଲ୍ଲାରେ ୬୭ ‘ଆମ ହସ୍ପିଟାଲ’ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ appeared first on KNews Odisha.

ରାଜ୍ୟର ୧୫ ଜିଲ୍ଲାରେ ଆଉ ୬୭ ‘ଆମ ହସ୍ପିଟାଲ’ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅନୁଗୁଳ ଜିଲ୍ଲାରେ ୬ଟି ହସ୍ପିଟାଲ ଥିବା ବେଳେ ବଲାଙ୍ଗୀରରେ ୫, ଦେବଗଡ଼ରେ ୧, ସୁବର୍ଣ୍ଣପୁରରେ ୨, ପୁରୀରେ ୫, ବାଲେଶ୍ବରରେ ୮ , ଭଦ୍ରକରେ ୪, କଟକରେ ୮, ଯାଜପୁରରେ ୫, ନୟାଗଡ଼ରେ ୩, ଖୋର୍ଦ୍ଧାରେ ୭, ଭୁବନେଶ୍ବରରେ ୪, ବୌଦ୍ଧରେ ୨, କୋରାପୁଟରେ ୪, ନବରଙ୍ଗପୁରରେ ୩, ଗଜପତିରେ ୨ଟି ଆମ ହସ୍ପିଟାଲର ଲୋକାର୍ପଣ ହୋଇଛି ।
ଏହା ସହ ସୁବର୍ଣ୍ଣପୁର ଜିଲ୍ଲାର ୩୦୦ ଶଯ୍ୟା ବିଶିଷ୍ଟ ନୂତନ ଚିକିତ୍ସାଳୟକୁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ, ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ବାଲେଶ୍ବର ଫକୀର ମୋହନ ମେଡିକାଲ କଲେଜର ୬୫୦ ଶଯ୍ୟା ଉଦଘାଟନ ହୋଇଛି । ସେହିପରି କେନ୍ଦୁଝର ଧରଣୀଧର ମେଡିକାଲ କଲେଜ, ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜକୁ ମିଳିଛି ୫୦୦ ଶଯ୍ୟା ।
ଏଥିସହ ନୂଆ ମେଡିକାଲ ପାଇଁ ଖୋର୍ଦ୍ଧା ଜିଲ୍ଲା ବେଗୁନିଆରେ ଉପଖଣ୍ଡ ହସ୍ପିଟାଲ, ୯୦୦ କୋଟି ଟଙ୍କା ବ୍ୟୟରେ କଟକର AHPGIC, ୯୫୦ କୋଟିରେ ବ୍ରହ୍ମପୁର MKCG, ୯୫୦ କୋଟିରେ ବୁର୍ଲା ଭୀମସାର, ୬୬୦ କୋଟିରେ RGH ରାଉରକେଲାର ସମ୍ପ୍ରସାରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ।
The post ୧୫ ଜିଲ୍ଲାରେ ୬୭ ‘ଆମ ହସ୍ପିଟାଲ’ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ appeared first on KNews Odisha.