୧୫ ଦିନ ଆଗୁଆ ଓଡ଼ିଶା ଛୁଇଁଲା ମୌସୁମୀ
ଚାଷୀ ଭାଇଙ୍କ ପାଇଁ ଖୁସି ଖବର। ଏଥର ଆଗୁଆ ଆସିଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ସ୍ବାଭାବିକ ତାରିଖ ଠାରୁ ଢେର୍ ପୂର୍ବରୁ ଓଡ଼ିଶାକୁ ଭିଜାଇଛି ମୌସୁମୀ। ଦକ୍ଷିଣ ଓଡ଼ିଶା ଦେଇ ରାଜ୍ୟରେ ପ୍ରବେଶ କରିବା ସହିତ ଆଜି ସୁଦ୍ଧା ମାଲକାନଗିରି ଓ କୋରାପୁଟ ଜିଲ୍ଲାକୁ ପୁରା କଭର୍ କରିଛି।