୧୫ ପ୍ଲଟ୍, କାଜୁ ପ୍ରୋସେସିଂ ୟୁନିଟ୍ ସହ ରହିଛି ଲକ୍ଷଲକ୍ଷ ଟଙ୍କାର ସମ୍ପତ୍ତି
କୋରାପୁଟ/କୋଟପାଡ଼,୧୩ା୨(ଅମିତାଭ ବେହେରା/କେ.ରାଜଶେଖର ରାଓ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜୟପୁର ଭିଜିଲାନ୍ସ ପକ୍ଷରୁ କୋଟପାଡ଼ ବ୍ଲକ୍ ବତାସନା ପଞ୍ଚାୟତ ଆକାଉଣ୍ଟାଣ୍ଟ ତଥା ଅତିରିକ୍ତ ଡାଟା ଏଣ୍ଟ୍ରି ଅପରେଟର(ଏଡିଇଓ) ପାର୍ଥସାରଥି ବିଷୋୟୀଙ୍କ ଚମ୍ପିଆସ୍ଥିତ ବାସଭବନ ସହ ୭ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଛି। ବର୍ତ୍ତମାନ ସୁଦ୍ଧା ପାର୍ଥଙ୍କ ୩ଟି ବିଲ୍ଡିଂ, କୋରାପୁଟ ଜିଲାର ବିଭିନ୍ନ ସ୍ଥାନରେ ୧୫ଟି ପ୍ଲଟ୍, ନଗଦ ୨ ଲକ୍ଷ ୪୫ ହଜାର ଟଙ୍କା, ୨୮୫ ଗ୍ରାମ ସୁନା, ୭୦୩ ଗ୍ରାମ ରୁପା,୨ଟି କଂକ୍ରିଟ୍ […] The post ୧୫ ପ୍ଲଟ୍, କାଜୁ ପ୍ରୋସେସିଂ ୟୁନିଟ୍ ସହ ରହିଛି ଲକ୍ଷଲକ୍ଷ ଟଙ୍କାର ସମ୍ପତ୍ତି appeared first on Dharitri Odia News.
କୋରାପୁଟ/କୋଟପାଡ଼,୧୩ା୨(ଅମିତାଭ ବେହେରା/କେ.ରାଜଶେଖର ରାଓ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜୟପୁର ଭିଜିଲାନ୍ସ ପକ୍ଷରୁ କୋଟପାଡ଼ ବ୍ଲକ୍ ବତାସନା ପଞ୍ଚାୟତ ଆକାଉଣ୍ଟାଣ୍ଟ ତଥା ଅତିରିକ୍ତ ଡାଟା ଏଣ୍ଟ୍ରି ଅପରେଟର(ଏଡିଇଓ) ପାର୍ଥସାରଥି ବିଷୋୟୀଙ୍କ ଚମ୍ପିଆସ୍ଥିତ ବାସଭବନ ସହ ୭ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଛି। ବର୍ତ୍ତମାନ ସୁଦ୍ଧା ପାର୍ଥଙ୍କ ୩ଟି ବିଲ୍ଡିଂ, କୋରାପୁଟ ଜିଲାର ବିଭିନ୍ନ ସ୍ଥାନରେ ୧୫ଟି ପ୍ଲଟ୍, ନଗଦ ୨ ଲକ୍ଷ ୪୫ ହଜାର ଟଙ୍କା, ୨୮୫ ଗ୍ରାମ ସୁନା, ୭୦୩ ଗ୍ରାମ ରୁପା,୨ଟି କଂକ୍ରିଟ୍ ମିକ୍ସଚର ମେଶିନ ଓ ୮୫୦୦ବର୍ଗଫୁଟର କାଜୁ ପ୍ରୋସେସିଂ ୟୁନିଟ୍ ଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି।
ସୂଚନାଯୋଗ୍ୟ, ଗୁରୁବାର ସକାଳେ କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ୍ର ବତାସନା ପଞ୍ଚାୟତର ଅତିରିକ୍ତ ଡାଟା ଏଣ୍ଟ୍ରି ଅପରେଟର ପାର୍ଥସାରଥିଙ୍କ ପୈତୃକ ଘରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଥିଲା। ପାର୍ଥଙ୍କ କୋରାପୁଟ ଚମ୍ପିଆ ବାସଭବନ, ଭାଇଙ୍କ ଘର, ସମ୍ପର୍କୀୟ ଘର, ଚମ୍ପିଆସ୍ଥିତ ସାଇକ୍ରିଷ୍ଣା ଏଣ୍ଟରପ୍ରାଇଜେସ୍, ବୋରିଗୁମ୍ମାସ୍ଥିତ ୩ ମହଲା କୋଠା ଓ ବତାସନାସ୍ଥିତ ଅଫିସ ଆଦି ସ୍ଥାନରେ ଚଢ଼ାଉହୋଇଥିଲା। ଭିଜିଲାନ୍ସ ଟିମ୍ରେ ୨ଜଣ ଅତିରିକ୍ତ ଏସ୍ପି, ୪ ଡିଏସ୍ପି, ୬ଇନ୍ସପେକ୍ଟର ଓ ୬ ଏଏସ୍ଆଇ ସାମିଲ ରହିଥିଲେ। ଅଧିକ ଖୋଳତାଡ଼ ପାଇଁ ପାର୍ଥଙ୍କୁ ଜୟପୁର ଭିଜିଲାନ୍ସ ଅଫିସକୁ ନିଆଯାଇଛି।
The post ୧୫ ପ୍ଲଟ୍, କାଜୁ ପ୍ରୋସେସିଂ ୟୁନିଟ୍ ସହ ରହିଛି ଲକ୍ଷଲକ୍ଷ ଟଙ୍କାର ସମ୍ପତ୍ତି appeared first on Dharitri Odia News.