୧୫ ଫୁଟ ମାଟି ତଳୁ ମୂଲ୍ୟବାନ ଧାତୁର ମୂର୍ତ୍ତି ଉଦ୍ଧାର
ଆରଡି: ଆରଡ଼ିପୀଠର ବାବା ଆଖଣ୍ଡଳମଣି ମନ୍ଦିର ସନ୍ନିକଟ ଜଣେ ସେବାୟତଙ୍କ ଘର ଭିତର ମାଟି ତଳୁ ବିରଳ ମୂର୍ତ୍ତି ସହ କୋଟିଏରୁ ଉର୍ଦ୍ଧ୍ବ ଟଙ୍କାର ସୁନା ଅଳଙ୍କାର ଓ ଅନ୍ୟ ଧାତୁର ସାମଗ୍ରୀ ଉଦ୍ଧାର ହୋଇଛି। ଏହି ଘଟଣାକୁ ଲୋକଲୋଚନକୁ ନ ଆଣି ଚପାଇ ଦେବାକୁ ଉଦ୍ୟମ ଚାଲୁଥିବାବେଳେ ମୁଁହ ଖୋଲିଛନ୍ତି ଉଦ୍ଧାର କରିଥିବା ପଣ୍ଡିତ ନରୋତ୍ତମ ମିଶ୍ର । ସୂଚନା ମୁତାବକ ବାବା ଆଖଣ୍ଡଳମଣି ମନ୍ଦିରର ସେବାୟତ ରବି ନାରାୟଣ ମିଶ୍ରଙ୍କ ଘରେ କିଛି ଦିନ ପୂର୍ବରୁ […]

ଆରଡି: ଆରଡ଼ିପୀଠର ବାବା ଆଖଣ୍ଡଳମଣି ମନ୍ଦିର ସନ୍ନିକଟ ଜଣେ ସେବାୟତଙ୍କ ଘର ଭିତର ମାଟି ତଳୁ ବିରଳ ମୂର୍ତ୍ତି ସହ କୋଟିଏରୁ ଉର୍ଦ୍ଧ୍ବ ଟଙ୍କାର ସୁନା ଅଳଙ୍କାର ଓ ଅନ୍ୟ ଧାତୁର ସାମଗ୍ରୀ ଉଦ୍ଧାର ହୋଇଛି। ଏହି ଘଟଣାକୁ ଲୋକଲୋଚନକୁ ନ ଆଣି ଚପାଇ ଦେବାକୁ ଉଦ୍ୟମ ଚାଲୁଥିବାବେଳେ ମୁଁହ ଖୋଲିଛନ୍ତି ଉଦ୍ଧାର କରିଥିବା ପଣ୍ଡିତ ନରୋତ୍ତମ ମିଶ୍ର । ସୂଚନା ମୁତାବକ ବାବା ଆଖଣ୍ଡଳମଣି ମନ୍ଦିରର ସେବାୟତ ରବି ନାରାୟଣ ମିଶ୍ରଙ୍କ ଘରେ କିଛି ଦିନ ପୂର୍ବରୁ କିଛି ଅଲୌକିକ ଘଟଣା ଘଟିବାରୁ ସେ ବେଦଚାର୍ଯ୍ୟ ଭୁତତ୍ୱ ପଣ୍ଡିତ ନରୋତ୍ତମ ମିଶ୍ରଙ୍କ ସହ ଆଲୋଚନା କରିଥିଲେ । ତାଙ୍କ ନିର୍ଦେଶ କ୍ରମେ ସେବାୟତଙ୍କ ଘରେ ପୂଜାପାଠ, ହୋମଯଜ୍ଞ କରଯାଇଥିଲା । ଘର ଭିତରେ ୬ଫୁଟ ଲମ୍ବ ଓ ୬ଫୁଟ ଓସାର ବିଶିଷ୍ଟ ୧୫ଫୁଟ ଗଭୀରର ଏକ ଗର୍ତ୍ତ ଖୋଳିବା ପରେ ଏକ ପିତଳଗରା ଭର୍ତ୍ତି ବିଭିନ୍ନ ପ୍ରକାର ଧାତୁର ସାମଗ୍ରୀ, ସ୍ୱର୍ଣ୍ଣ ଅଳଙ୍କାର ସହ ଶିବ , ପାର୍ବତୀ, ଗଣେଷ, କାର୍ତ୍ତିକ , ବୃଷଭ ଆଦି ବିରଳ ମୂର୍ତ୍ତି ଉଦ୍ଧାର କରାଯାଇଛି । ପଣ୍ଡିତ ନରୋତ୍ତମ ମିଶ୍ର ଉଦ୍ଧାର ହୋଇଥିବା ସମସ୍ତ ଅଳଙ୍କାର ଓ ମୂର୍ତ୍ତି ସୁନା ହୋଇଥିବା ବୋଲି ଦାବି କରିବା ସହ ଏହା ବାବା ଆଖଣ୍ଡଳମଣିଙ୍କର ସମ୍ପତ୍ତି ହୋଇପାରେ ବୋଲି ଦୃଢତାର ସହ କରିଛନ୍ତି । ଅନ୍ୟ ପକ୍ଷରେ ସେବାୟତ ରବିନାରାୟଣ ଅଳଙ୍କାର କଥା ଅସ୍ବୀକାର କରିବା ସହ ମୂର୍ତ୍ତି ଗୁଡ଼ିକ ପିତଳ ଧାତୁରେ ଗଢ଼ା ବୋଲି କହିଛନ୍ତି । ହେଲେ ଦେଖିବାକୁ ବାକି ରହିଲା ଉଦ୍ଧାର ହୋଇଥିବା ବହୁ ପୁରାତନ ମୂର୍ତ୍ତି କେଉଁ ଧାତୁରେ ନିର୍ମିତ। ଏପରି ଖବର ପାଇବା ପରେ ରବିନାରାୟଣଙ୍କ ଘରେ ଦିନତମାମ ସ୍ଥାନୀୟ ଲୋକଙ୍କ ଭିଡ ଲାଗିଥିଲେ ମଧ୍ଯ କାହାରିଙ୍କୁ ମୂର୍ତ୍ତି ଦେଖାଉନଥିବା କହିଛନ୍ତି ଦେଖାଣହାରୀ।