୧୫ ମାସ ପରେ ଡବ୍ଲ୍ୟୁଏଫଆଇ ଉପରୁ ହଟିଲା ବାସନ୍ଦ
ନୂଆଦିଲ୍ଲୀ,୧୧ା୩: ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫଆଇ) ଉପରୁ କ୍ରୀଡ଼ା ମନ୍ତ୍ରଣାଳୟ ମଙ୍ଗଳବାର ବାସନ୍ଦାଦେଶ ହଟାଇ ଦେଇଛି। ଏଥିଯୋଗୁ ଦେଶରେ କୁସ୍ତିକୁ ନେଇ ଗତ ୧୫ ମାସ ହେଲା ଦେଖାଦେଇଥିବା ଅନିଶ୍ଚିତତାର ଅନ୍ତ ଘଟିଛି। ଫଳରେ ଅମ୍ମାନଠାରେ ହେବାକୁ ଥିବା ଆଗାମୀ ଏସିଆନ ଚାମ୍ପିୟନଶିପ ଲାଗି ସିଲେକ୍ସନ ଟ୍ରାଏଲ୍ସ ଆୟୋଜନ ହେବାର ବାଟ ଫିଟିଛି। ତ୍ରୁଟି ଲାଗି ଡବ୍ଲ୍ୟୁଏଫଆଇର ନବ ନିର୍ବାଚିତ କାର୍ଯ୍ୟକାରୀ ପରିଷଦକୁ ୨୦୨୩ ଡିସେମ୍ବର ୨୭ତାରିଖରେ ମନ୍ତ୍ରଣାଳୟ ପକ୍ଷରୁ ବାସନ୍ଦ କରାଯାଇଥିଲା। ମନ୍ତ୍ରଣାଳୟ ପକ୍ଷରୁ ଜାରି […] The post ୧୫ ମାସ ପରେ ଡବ୍ଲ୍ୟୁଏଫଆଇ ଉପରୁ ହଟିଲା ବାସନ୍ଦ appeared first on Dharitri Odia News.
ନୂଆଦିଲ୍ଲୀ,୧୧ା୩: ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫଆଇ) ଉପରୁ କ୍ରୀଡ଼ା ମନ୍ତ୍ରଣାଳୟ ମଙ୍ଗଳବାର ବାସନ୍ଦାଦେଶ ହଟାଇ ଦେଇଛି। ଏଥିଯୋଗୁ ଦେଶରେ କୁସ୍ତିକୁ ନେଇ ଗତ ୧୫ ମାସ ହେଲା ଦେଖାଦେଇଥିବା ଅନିଶ୍ଚିତତାର ଅନ୍ତ ଘଟିଛି। ଫଳରେ ଅମ୍ମାନଠାରେ ହେବାକୁ ଥିବା ଆଗାମୀ ଏସିଆନ ଚାମ୍ପିୟନଶିପ ଲାଗି ସିଲେକ୍ସନ ଟ୍ରାଏଲ୍ସ ଆୟୋଜନ ହେବାର ବାଟ ଫିଟିଛି।
ତ୍ରୁଟି ଲାଗି ଡବ୍ଲ୍ୟୁଏଫଆଇର ନବ ନିର୍ବାଚିତ କାର୍ଯ୍ୟକାରୀ ପରିଷଦକୁ ୨୦୨୩ ଡିସେମ୍ବର ୨୭ତାରିଖରେ ମନ୍ତ୍ରଣାଳୟ ପକ୍ଷରୁ ବାସନ୍ଦ କରାଯାଇଥିଲା। ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶରେ କୁହାଯାଇଛି, ଡବ୍ଲ୍ୟୁଏଫଆଇ ତା’ର ତ୍ରୁଟି ସୁଧାରିବା ପାଇଁ ଦୃଷ୍ଟିମୂଳକ ପଦକ୍ଷେପ ନେଇଛି। ଏଣୁ କ୍ରୀଡ଼ା ଓ ଆଥଲେଟଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ମନ୍ତ୍ରଣାଳୟ ବାସନ୍ଦାଦେଶ ଉଠାଇବାକୁ ନିଷ୍ପତ୍ତି ନେଇଛି।
ଏଭଳି ନିଷ୍ପତ୍ତି ନେବା ଲାଗି ସରକାରଙ୍କୁ ଧନ୍ୟବାଦ ଦେଉଛି। ଏହା ଆମକୁ ଉଚିତ ଭାବେ କାର୍ଯ୍ୟ କରିବାକୁ ସୁଯୋଗ ଦେବ। ଦେଶରେ କୁସ୍ତିର ମଙ୍ଗଳ ପାଇଁ ଏହାର ଆବଶ୍ୟକତା ଥିଲା। ଆଥଲେଟଙ୍କୁ ଆବଶ୍ୟକ ପରିମାଣରେ ପ୍ରତିଯୋଗିତାରେ ଖେଳିବାକୁ ସୁଯୋଗ ମିଳୁ ନ ଥିଲା। ଆମେ ଏକ ନୂଆ କାର୍ଯ୍ୟାଳୟକୁ ସ୍ଥାନାନ୍ତର କରି ସାରିଛୁ। ଖୁବ ଶୀଘ୍ର ଆମେ କାର୍ଯ୍ୟକାରୀ ପରିଷଦ ବୈଠକ ଡକାଇବୁ ଏବଂ ସିଲେକ୍ସନ ଟ୍ରାଏଲ୍ସ ଲାଗି ସର୍କ୍ୟୁଲାର ଜାରି କରିବୁ। ସରକାରଙ୍କ ନିର୍ଦ୍ଦେଶ ପାଳନ କରିବାରେ ଆମର କୌଣସି ଅସୁବିଧା ନାହିଁ ବୋଲି ଡବ୍ଲ୍ୟୁଏଫଆଇ ସଭାପତି ସଞ୍ଜୟ ସିଂ କହିଛନ୍ତି।
The post ୧୫ ମାସ ପରେ ଡବ୍ଲ୍ୟୁଏଫଆଇ ଉପରୁ ହଟିଲା ବାସନ୍ଦ appeared first on Dharitri Odia News.