୧୫ ହଜାର କି.ମି ରାସ୍ତା ନିର୍ମାଣ ଲକ୍ଷ୍ୟ ରଖିଛନ୍ତି ସରକାର, ରାଜଧାନୀକୁ କରାଯିବ ଭିଡ଼ ମୁକ୍ତ: ମନ୍ତ୍ରୀ
ଭୁବନେଶ୍ୱର: ନିର୍ମାଣ ବିଭାଗ ଆଗାମୀ ଦିନରେ ୧୫ ହଜାର କିଲୋମିଟର ରାସ୍ତା ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛି । ଦୁଇ ହଜାର କିଲୋମିଟର ରାସ୍ତାର ଉନ୍ନତିକରଣ କରିବେ ରାଜ୍ୟ ସରକାର । ଟ୍ରାଫିକକୁ ଦୂର କରିବା ପାଇଁ ଅର୍ଥାତ୍ ରାଜଧାନୀକୁ ଭିଡ଼ ମୁକ୍ତ ପାଇଁ ରାଜଧାନୀ ରାସ୍ତାର ଉନ୍ନତି କରାଯିବ । ଏଥିପାଇଁ ରାଜ୍ୟ ସରକାର ୨୦ କିଲୋମିଟର ରାସ୍ତା ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଜୟଦେବ ବିହାରରୁ ନନ୍ଦନକାନନ ୧୩.୫ କିମି ରାସ୍ତା ନିର୍ମାଣ କରାଯିବ । ଏହାସହ ଭୁବନେଶ୍ୱର ବାହାର ରିଂ ରୋଡ୍ ନିର୍ମାଣ କରାଯିବ । ପଟିଆରୁ ପାହାଳ ପର୍ଯ୍ୟନ୍ତ ରାସ୍ତା ଉନ୍ନତିକରଣ କରାଯିବ ବୋଲି ନିର୍ମାଣ ବିଭାଗ ମନ୍ତ୍ରୀଙ୍କ ପୃଥିବୀରାଜ ହରିଚନ୍ଦନ ଘୋଷଣା କରିଛନ୍ତି ।