୧୫ବିଲିୟନ ଲିଟର ଜଳର ପୁନଃ ବ୍ୟବହାର

ଭୁବନେଶ୍ୱର,୨୪।୩: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତ ଆଲୁମିନିୟମ ପକ୍ଷରୁ ‘ବିଶ୍ୱ ଜଳ ଦିବସ’ ପାଳନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ‘ଶାନ୍ତି ପାଇଁ ଜଳ’ଶୀର୍ଷକ ବିଷୟବସ୍ତୁ ଆଧାରରେ କମ୍ପାନୀ ଜଳ ସଂରକ୍ଷଣ କାର୍ଯ୍ୟକ୍ରମ କରିଥିଲା। ଏପରିକି ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା କମ୍ପାନୀର କାର୍ଯ୍ୟ ପାଇଁ ୧୫ ବିଲିୟନ ଲିଟରରୁ ଅଧିକ ଜଳର ପୁନଃ ବ୍ୟବହାର କରିଥିବା ବେଳେ ଏହା ପ୍ରାୟ ୬,୦୦୦ ଅଲିମ୍ପିକ୍‌ ଆକାରର ସୁଇମିଂ ପୁଲ୍‌ ସହ ସମାନ ହେବ ବୋଲି […] The post ୧୫ବିଲିୟନ ଲିଟର ଜଳର ପୁନଃ ବ୍ୟବହାର appeared first on Dharitri Odia News.

୧୫ବିଲିୟନ ଲିଟର ଜଳର ପୁନଃ ବ୍ୟବହାର

ଭୁବନେଶ୍ୱର,୨୪।୩: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତ ଆଲୁମିନିୟମ ପକ୍ଷରୁ ‘ବିଶ୍ୱ ଜଳ ଦିବସ’ ପାଳନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ‘ଶାନ୍ତି ପାଇଁ ଜଳ’ଶୀର୍ଷକ ବିଷୟବସ୍ତୁ ଆଧାରରେ କମ୍ପାନୀ ଜଳ ସଂରକ୍ଷଣ କାର୍ଯ୍ୟକ୍ରମ କରିଥିଲା। ଏପରିକି ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା କମ୍ପାନୀର କାର୍ଯ୍ୟ ପାଇଁ ୧୫ ବିଲିୟନ ଲିଟରରୁ ଅଧିକ ଜଳର ପୁନଃ ବ୍ୟବହାର କରିଥିବା ବେଳେ ଏହା ପ୍ରାୟ ୬,୦୦୦ ଅଲିମ୍ପିକ୍‌ ଆକାରର ସୁଇମିଂ ପୁଲ୍‌ ସହ ସମାନ ହେବ ବୋଲି କମ୍ପାନୀ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଥିଲା। ଏହା ସହ କମ୍ପାନୀ ୬୦ରୁ ଅଧିକ ଜଳାଶୟର ପୁନଃ କାର୍ଯ୍ୟକ୍ଷମ କରିଛି। ବିଶେଷକରି କମ୍ପାନୀର ଛତିଶଗଡ଼ ୟୁନିଟ୍‌ କୋର୍ବାଠାରେ ୪୭ଟି ଜଳାଶୟ ସମେତ ଓଡ଼ିଶାର ଝାରସୁଗୁଡ଼ାରେ ୧୦ଟି ଏବଂ ଲାଞ୍ଜିଗଡ଼ରେ ୩ଟି ଜଳାଶୟର ସ୍ଥାୟୀ ବ୍ୟବସ୍ଥା ପାଇଁ ମଧ୍ୟ କମ୍ପାନୀ ଆବଶ୍ୟକ ପଦକ୍ଷେପ ନେଇଛି। ଏହା ବ୍ୟତୀତ ୨୦୩୦ ସୁଦ୍ଧା ନିଟ୍‌ ୱାଟର ପଜିଟିଭ ହେବା ଦିଗରେ କମ୍ପାନୀ ମଧ୍ୟ ମଧୁରଜଳ ଉତ୍ସକୁ ୧୧% କମାଇବାରେ ସକ୍ଷମ ହୋଇଛି। ସେହିଭଳି କମ୍ପାନୀର ବିଶ୍ୱସ୍ତରୀୟ ଆଲୁମିନା ବିଶୋଧନାଗାର ଲାଞିଗଡ଼ଠାରେ ଚାଲିଥିବା ତିନୋଟି ପ୍ରମୁଖ ଜଳ ପରିଚାଳନା ପଦକ୍ଷେପକୁ ଓଡ଼ିଶାର ସୁନ୍ଦରଗଡ଼ସ୍ଥିତ ଜାମକାନି ଖଣି କାର୍ଯ୍ୟରେ ଏବଂ ଭାରତର ଆଇକନିକ ଆଲୁମିନିୟମ ଉତ୍ପାଦକ ଛତିଶଗଡ଼ର କୋର୍ବାସ୍ଥିତ ବାଲ୍‌କୋଠାରେ ଉନ୍ମୋଚନ କରିଛି।
ଏ ସମ୍ପର୍କରେ ବେଦାନ୍ତ ଆଲୁମିନିୟମର ସିଇଓ ଜନ୍‌ ସ୍ଲାଭେନ୍‌ କହିଛନ୍ତି, ଆମେ ଏକ ସ୍ଥାୟୀ ଭବିଷ୍ୟତ ଲାଗି ଜଳଭଣ୍ଡାରକୁ ସୁରକ୍ଷିତ ରଖିବା ପାଇଁ ବିଶେଷ ଧ୍ୟାନ ଦେଉଛୁ। ଏଥିପାଇଁ ଆମେ ୨୦୩୦ସୁଦ୍ଧା ନିଟ୍‌ ଜଳ ସକାରତ୍ମକତା ହାସଲ କରିବା ଲାଗି ଏକ ନିରନ୍ତର ପ୍ରୟାସ ଜାରି ରଖିଛୁ। ଜଳ ସଂରକ୍ଷଣ ତଥା ଆମର ବିଦ୍ୟମାନ ପୋଷଣ ଆବଶ୍ୟକତା ଉପରେ ଅଧିକ ସଚେତନତା ବିସ୍ତାର କରି ଜଳ ସୁରକ୍ଷା କାର୍ଯ୍ୟ ପ୍ରତି ଆମେ ସଚେତନ ଅଛୁ।

The post ୧୫ବିଲିୟନ ଲିଟର ଜଳର ପୁନଃ ବ୍ୟବହାର appeared first on Dharitri Odia News.