୧୬ ବିରଳ ପ୍ରଜାତିର ସାପ ଜବତ, ବିମାନ ଯାତ୍ରୀ ଗିରଫ

ମୁମ୍ବଇ: ବହିଃଶୁଳ୍କ ଅଧିକାରୀମାନେ ଶୁକ୍ରବାର ରାତିରେ ମୁମ୍ବଇ ବିମାନବନ୍ଦରରେ ଜଣେ ବିଦେଶ ଫେରନ୍ତା ଯାତ୍ରୀଙ୍କୁ ଗିରଫ କରିଥିବାବେଳେ ତାଙ୍କ ନିକଟରୁ ୧୬ଟି ବିରଳ ପ୍ରଜାତିର ସାପ ଜବତ କରିଛନ୍ତି। ୩୪ ବର୍ଷୀୟ ଲିନ୍‌ଫୋର୍ଡ ଲିଓ ନାମକ ଏହି ଅଭିଯୁକ୍ତ ଚେନ୍ନଇ ବାସିନ୍ଦା ହୋଇଥିବାବେଳେ ବ୍ୟାଙ୍କକ୍‌ରୁ ଫେରୁଥିଲେ। ଜବତ ସାପ ମଧ୍ୟରେ ଗାର୍ଟର, କେନିଆନ୍‌ ସ୍ୟାଣ୍ଡ୍‌ ବୋଆ, ଆଲବିନୋ ୠାଟ୍‌ ଏବଂ କାଲିଫର୍ଣ୍ଣିଆ କିଙ୍ଗ୍‌ ସାମିଲ ଥିବା ଜଣାପଡିଛିି। ତେବେ ଏଥିମଧ୍ୟରୁ ଅଧିକାଂଶ ସାପ ବିଷହୀନ ବୋଲି କୁହାଯାଇଛି। […]

୧୬ ବିରଳ ପ୍ରଜାତିର ସାପ ଜବତ, ବିମାନ ଯାତ୍ରୀ ଗିରଫ

ମୁମ୍ବଇ: ବହିଃଶୁଳ୍କ ଅଧିକାରୀମାନେ ଶୁକ୍ରବାର ରାତିରେ ମୁମ୍ବଇ ବିମାନବନ୍ଦରରେ ଜଣେ ବିଦେଶ ଫେରନ୍ତା ଯାତ୍ରୀଙ୍କୁ ଗିରଫ କରିଥିବାବେଳେ ତାଙ୍କ ନିକଟରୁ ୧୬ଟି ବିରଳ ପ୍ରଜାତିର ସାପ ଜବତ କରିଛନ୍ତି। ୩୪ ବର୍ଷୀୟ ଲିନ୍‌ଫୋର୍ଡ ଲିଓ ନାମକ ଏହି ଅଭିଯୁକ୍ତ ଚେନ୍ନଇ ବାସିନ୍ଦା ହୋଇଥିବାବେଳେ ବ୍ୟାଙ୍କକ୍‌ରୁ ଫେରୁଥିଲେ। ଜବତ ସାପ ମଧ୍ୟରେ ଗାର୍ଟର, କେନିଆନ୍‌ ସ୍ୟାଣ୍ଡ୍‌ ବୋଆ, ଆଲବିନୋ ୠାଟ୍‌ ଏବଂ କାଲିଫର୍ଣ୍ଣିଆ କିଙ୍ଗ୍‌ ସାମିଲ ଥିବା ଜଣାପଡିଛିି।

ତେବେ ଏଥିମଧ୍ୟରୁ ଅଧିକାଂଶ ସାପ ବିଷହୀନ ବୋଲି କୁହାଯାଇଛି। ବନ୍ୟପ୍ରାଣୀ ଆଇନର ବିଭିନ୍ନ ଧାରା ଅନୁଯାୟୀ ଲିଓଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ବିଗତ ଏକ ସପ୍ତାହ ମଧ୍ୟରେ ବିଦେଶରୁ ସାପ, କଇଁଛ ଏବଂ ଅନ୍ୟ ବନ୍ୟପ୍ରାଣୀ ଚାଲାଣ ଅଭିଯୋଗରେ ମୁମ୍ବଇ ବିମାନବନ୍ଦରରୁ ୩ ଜଣ ଗିରଫ ହୋଇସାରିଲେଣି।