୧୬ ମନ୍ତ୍ରୀଙ୍କୁ ଜଗିବେ ୫୦ ବିଜେଡି ବିଧାୟକ

ବିଧାୟକଙ୍କୁ ନବୀନଙ୍କ ଦାୟିତ୍ୱ ବଣ୍ଟନ, ସରଗରମ ରାଜ୍ୟ ରାଜନୀତି । ନିଷ୍ପତ୍ତି ତାମିଲ ବାବୁଙ୍କର କହି ବର୍ଷିଲା ଶାସକ ବିଜେପି ।

୧୬ ମନ୍ତ୍ରୀଙ୍କୁ ଜଗିବେ ୫୦ ବିଜେଡି ବିଧାୟକ

ନବୀନଙ୍କ ବ୍ରିଟିଶ ମଡେଲ୍ । ୧୬ ମନ୍ତ୍ରୀଙ୍କୁ ଜଗିବେ ୫୦ ବିଜେଡି ବିଧାୟକ । ବିଭାଗୱାରୀ ଦାୟିତ୍ୱ ବାଣ୍ଟିଲେ, ନଜର ରଖିବାକୁ ନିର୍ଦ୍ଦେଶ ଦେଲେ । ଗତକାଲି ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବିଧାୟକମାନଙ୍କୁ ସରକାରର ବିଭିନ୍ନ ବିଭାଗ ଦାୟିତ୍ୱ ଦେଇଛନ୍ତି। ପ୍ରତିଟି ବିଭାଗୀୟ ହଲ୍‌ଚଲ୍ ଉପରେ ବିଜେଡି ବିଧାୟକଙ୍କୁ ନଜର ରଖିବାକୁ କୁହାଯାଇଛି। ଦାୟିତ୍ୱ ପାଇବା ପରେ ବିଧାୟକମାନେ ତର୍ଜମା ବି ଆରମ୍ଭ କଲେଣି। ଉଦ୍ଦେଶ୍ୟ, ସରକାରରେ ଯେପରି ସବୁ କିଛି ସ୍ୱଚ୍ଛ ଭାବେ ଚାଲିବ ଏବଂ ନବୀନ ସରକାରରେ ଧାର୍ଯ୍ୟ କରାଯାଇଥିବା ଲକ୍ଷ୍ୟ କିପରି ପୂରଣ ହେବ।