୧୬୦ କୋଟିରୁ ଅଧିକ ଟଙ୍କାର କ୍ଷତି ସହିଲା ଆଇସିସି: ଜାଣନ୍ତୁ କାହିଁକି
ନୂଆଦିଲ୍ଲୀ,୧୮।୭: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଟି-୨୦ ବିଶ୍ୱକପ ୨୦୨୪ ଆମେରିକା ଏବଂ ୱେଷ୍ଟଇଣ୍ଡିଜରେ ଆୟୋଜନ କରିଥିଲା। ପ୍ରଥମ ଥର ପାଇଁ ଆମେରିକାରେ ଏତେ ବଡ କ୍ରିକେଟ ଇଭେଣ୍ଟ ଆୟୋଜିତ ହୋଇଥିଲା। ତେବେ ଆଇସିସି ପାଇଁ ଆମେରିକାରେ ଟି-୨୦ ବିଶ୍ୱକପ ଆୟୋଜନ କରିବା ମହଙ୍ଗା ପଡିଛି। ଏଠାରେ ଟି-୨୦ ବିଶ୍ୱକପ ଆୟୋଜନ କରି ଆଇସିସି ୧୬୦ କୋଟିରୁ ଅଧିକ କ୍ଷତି ସହିଛି। ଆମେରିକାରେ କ୍ରିକେଟକୁ ପ୍ରୋତ୍ସାହିତ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଥିଲା, ଯାହା ଅସଫଳ ହୋଇଥିଲା। […] The post ୧୬୦ କୋଟିରୁ ଅଧିକ ଟଙ୍କାର କ୍ଷତି ସହିଲା ଆଇସିସି: ଜାଣନ୍ତୁ କାହିଁକି appeared first on Dharitri Odia News.
ନୂଆଦିଲ୍ଲୀ,୧୮।୭: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଟି-୨୦ ବିଶ୍ୱକପ ୨୦୨୪ ଆମେରିକା ଏବଂ ୱେଷ୍ଟଇଣ୍ଡିଜରେ ଆୟୋଜନ କରିଥିଲା। ପ୍ରଥମ ଥର ପାଇଁ ଆମେରିକାରେ ଏତେ ବଡ କ୍ରିକେଟ ଇଭେଣ୍ଟ ଆୟୋଜିତ ହୋଇଥିଲା। ତେବେ ଆଇସିସି ପାଇଁ ଆମେରିକାରେ ଟି-୨୦ ବିଶ୍ୱକପ ଆୟୋଜନ କରିବା ମହଙ୍ଗା ପଡିଛି। ଏଠାରେ ଟି-୨୦ ବିଶ୍ୱକପ ଆୟୋଜନ କରି ଆଇସିସି ୧୬୦ କୋଟିରୁ ଅଧିକ କ୍ଷତି ସହିଛି।
ଆମେରିକାରେ କ୍ରିକେଟକୁ ପ୍ରୋତ୍ସାହିତ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଥିଲା, ଯାହା ଅସଫଳ ହୋଇଥିଲା। ଆମେରିକାର ଟି-୨୦ ବିଶ୍ୱକପ ୨୦୨୪ ପାଇଁ ଆୟୋଜକ ହେବା ଆଇସିସି ପାଇଁ ବହୁତ ମହଙ୍ଗା ପ୍ରମାଣିତ ହୋଇଛି।
ଟି-୨୦ ବିଶ୍ୱକପର ପ୍ରଥମ ମ୍ୟାଚ କେବଳ ଆମେରିକାରେ ଖେଳାଯାଇଥିଲା। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ ଆୟୋଜକ ଆମେରିକା ଏବଂ କାନାଡା ମଧ୍ୟରେ ହୋଇଥିଲା। ବିଶ୍ୱକପ ଆୟୋଜନ ପାଇଁ ଆମେରିକାରେ ଏକ ଅସ୍ଥାୟୀ ନାସାଉ କାଉଣ୍ଟି ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ ନିର୍ମାଣ କରାଯାଇଥିଲା।
ତେବେ ଆମେରିକାରେ କେବଳ ଗ୍ରୁପ ପର୍ଯ୍ୟାୟ ମ୍ୟାଚ ଖେଳାଯାଇଥିଲା। ଭାରତ ଏବଂ ପାକିସ୍ତାନ ସମେତ ଅନେକ ଦଳ ଆମେରିକାରେ ଗ୍ରୁପ ପର୍ଯ୍ୟାୟ ମ୍ୟାଚ ଖେଳିଥିଲେ। ଏହା ବ୍ୟତୀତ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଏବଂ ୱେଷ୍ଟଇଣ୍ଡିଜ ଭଳି ଅନେକ ଦଳ ୱେଷ୍ଟଇଣ୍ଡିଜରେ ଗ୍ରୁପ ପର୍ଯ୍ୟାୟ ମ୍ୟାଚ ଖେଳିଥିଲେ। ଗ୍ରୁପ ପର୍ଯ୍ୟାୟ ପରେ ସୁପର-୮, ସେମିଫାଇନାଲ ଏବଂ ଫାଇନାଲ ମ୍ୟାଚ ୱେଷ୍ଟଇଣ୍ଡିଜ ଦ୍ୱାରା ଆୟୋଜିତ ହୋଇଥିଲା।
The post ୧୬୦ କୋଟିରୁ ଅଧିକ ଟଙ୍କାର କ୍ଷତି ସହିଲା ଆଇସିସି: ଜାଣନ୍ତୁ କାହିଁକି appeared first on Dharitri Odia News.