୧୭ ତମ ଏସୀୟ ଜ୍ୟୋତିଷ ସମ୍ମିଳନୀ-୨୦୨୪

ଝାରସୁଗୁଡା ୧୧/୦୧ (ଓଡ଼ିଶା ନ୍ୟୁଜ) ଭୁବନେଶ୍ୱର ଭୃଗୁ ଜ୍ୟୋତିଷ ସଂସ୍ଥାନ ପକ୍ଷରୁ ଚଳିତ ଜାନୁଆରୀ ୬ ଓ ୭ ତାରିଖ ଦୁଇଦିନ ଧରି ୧୭ ତମ ଏସୀୟ ଜ୍ୟୋତିଷ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଝାରସୁଗୁଡା ଜିଲ୍ଲା ବେଳପାହାଡ଼ର ଜ୍ୟୋତିର୍ବିଦ ଯୋଗେଶ୍ୱର ସାହୁ ଓ ତାଙ୍କ ସହଯୋଗୀ ଦଳ ଉକ୍ତ ସମ୍ମିଳନୀରେ ଯୋଗଦାନ କରି ଅଞ୍ଚଳର ଗୌରବ ବର୍ଦ୍ଧନ କରିଛନ୍ତି । ଏହି ସମ୍ମିଳନୀରେ ଦେଶ ତଥା ବିଭିନ୍ନ ରାଜ୍ୟର ଜ୍ୟୋତିର୍ବିଦ ମାନେ ଅଂଶଗ୍ରହଣ କରି ଜ୍ୟୋତିଷ […] The post ୧୭ ତମ ଏସୀୟ ଜ୍ୟୋତିଷ ସମ୍ମିଳନୀ-୨୦୨୪ appeared first on Odisha.News.

୧୭ ତମ ଏସୀୟ ଜ୍ୟୋତିଷ ସମ୍ମିଳନୀ-୨୦୨୪

ଝାରସୁଗୁଡା ୧୧/୦୧ (ଓଡ଼ିଶା ନ୍ୟୁଜ) ଭୁବନେଶ୍ୱର ଭୃଗୁ ଜ୍ୟୋତିଷ ସଂସ୍ଥାନ ପକ୍ଷରୁ ଚଳିତ ଜାନୁଆରୀ ୬ ଓ ୭ ତାରିଖ ଦୁଇଦିନ ଧରି ୧୭ ତମ ଏସୀୟ ଜ୍ୟୋତିଷ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଝାରସୁଗୁଡା ଜିଲ୍ଲା ବେଳପାହାଡ଼ର ଜ୍ୟୋତିର୍ବିଦ ଯୋଗେଶ୍ୱର ସାହୁ ଓ ତାଙ୍କ ସହଯୋଗୀ ଦଳ ଉକ୍ତ ସମ୍ମିଳନୀରେ ଯୋଗଦାନ କରି ଅଞ୍ଚଳର ଗୌରବ ବର୍ଦ୍ଧନ କରିଛନ୍ତି । ଏହି ସମ୍ମିଳନୀରେ ଦେଶ ତଥା ବିଭିନ୍ନ ରାଜ୍ୟର ଜ୍ୟୋତିର୍ବିଦ ମାନେ ଅଂଶଗ୍ରହଣ କରି ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର, ହସ୍ତରେଖା, ତନ୍ତ୍ର ଶାସ୍ତ୍ର ଆଦି ବିଷୟରେ ଗବେଷଣା ପୂର୍ବକ ନିଜ ଜ୍ଞାନ ବର୍ଦ୍ଧନ କରିଛନ୍ତି । ଆୟୋଜିତ ସମ୍ମିଳନୀରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ମୁଖ୍ୟ ଅତିଥି, ମୁଖ୍ୟବକ୍ତା କିସ ବିଶ୍ୱବିଦ୍ୟାଳୟ ଉପ କୁଳପତି ପ୍ରଫେସର ଡ.ହରେକୃଷ୍ଣ ଶତପଥୀ ଏବଂ ବାଙ୍ଗଳାଦେଶ (ସିଏଏଏସଏଆର) ଡ.ମଞ୍ଜୁ ରୁଆନ ଆସାନ ଏବଂ ଭୃଗୁ ସଂସ୍ଥାନ ଅଧ୍ୟକ୍ଷ ପଣ୍ଡିତ ଶ୍ରୀଧର ଆଚାର୍ଯ୍ୟ ଙ୍କ ସମେତ ଅନ୍ୟ ଅଧିକାରୀ ମାନେ ଯୋଗଦାନ କରିଥିଲେ ଏବଂ ଶିବିରାର୍ଥୀ ମାନଙ୍କୁ ମାନପତ୍ର ସହ ଉପଢୋକନ ଦେଇ ସମ୍ମାନିତ କରିଥିଲେ । ଏଥିପାଇଁ ଜ୍ୟୋତିଷ ଶ୍ରୀ ସାହୁ ଓ ତାଙ୍କ ଦଳକୁ ବିଭିନ୍ନ ମହଲରୁ ଶୁଭେଚ୍ଛା ବାର୍ତ୍ତାର ସୁଅ ଛୁଟୁଛି ।

The post ୧୭ ତମ ଏସୀୟ ଜ୍ୟୋତିଷ ସମ୍ମିଳନୀ-୨୦୨୪ appeared first on Odisha.News.