୧୭ ବର୍ଷ ପରେ ଭାରତ ଜିତିବ ବିଶ୍ବକପ୍‌, ୩ଟି କାରଣରୁ ହୋଇପାରେ ଚାମ୍ପିଅନ୍‌ !

ନୂଆଦିଲ୍ଲୀ ୦୨।୦୬: ଟି-୨୦ ଓ୍ବାର୍ଲକପ୍‌ କ୍ରେଜ୍‌ । ଫ୍ୟାନ୍ସଙ୍କ ମଧ୍ୟରେ ଜୋରଦାର୍‌ ଜୋସ୍‌ । କଣ ବିଶ୍ବ ବିଜେତା ହେବ ଭାରତ ?  ୧୭ ବର୍ଷ ପରେ ଜିତିବ କି ଟାଇଟଲ୍‌ । ଚୟନକର୍ତ୍ତାଙ୍କୁ ସଠିକ୍‌ ପ୍ରମାଣିତ କରିବେ ତ ସିଲେକ୍ଟ ପ୍ଲେୟର ? ଟି-୨୦ ଖେଳାଳୀଙ୍କ ଫର୍ମ ପାଲଟିଛି ଚିନ୍ତାର ବିଷୟ । ରୋହିତ ଶର୍ମାଙ୍କ, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଶିବମ ଦୁବେ ଆଇପିଏଲ୍‌ରେ କରିଥିଲେ ଖରାପ ପ୍ରଦର୍ଶନ । କିନ୍ତୁ ଆଇପିଏଲ୍‌ ଆଧାରରେ ଟି-୨୦ରେ କିପରି ପ୍ରଦର୍ଶନ କରିବ ଟିମ୍‌ ଇଣ୍ଡିଆ ସେନେଇ ଆକଳନ କରିବା ଠିକ୍‌ ନୁହେଁ । ଓ୍ବେଷ୍ଟଇଣ୍ଡିଜ୍‌ ଏବଂ ୟୁଏସ୍‌ର ପିଚ୍‌ ଭିନ୍ନ । ତେଣୁ ପିଚ୍‌ ଯୋଗୁଁ ଟ୍ରଫି ହାତେଇପାରେ ଟିମ୍‌ ଇଣ୍ଡିଆ । ସ୍ପିନ୍ ବୋଲରଙ୍କୁ ସୁହାଇବ ନାସାଉ ପିଚ୍‌ । ଏପରି ହେଲେ ପଡିଆରେ ଚାଲିବ ଟିମ୍‌ ଇଣ୍ଡିଆର ସ୍ପିନରଙ୍କ ଯାଦୁ । ବିପକ୍ଷ ଟିମ୍‌ ପାଇଁ କାଳ ହୋଇପାରନ୍ତି ଟିମ୍‌ ଇଣ୍ଡିଆର ୟୁଜଭେନ୍ଦ୍ର ଚହଲ, କୁଲଦୀପ ଯାଦବ, ରବିନ୍ଦ୍ର ଜାଡେଜା ଏବଂ ଅକ୍ସର ପଟେଲଙ୍କ ଭଳି ବିଶ୍ୱସ୍ତରୀୟ ସ୍ପିନ୍ ବୋଲର । ଚହଲ ଅନ୍ତର୍ଜାତୀୟ ଟି-୨୦ କ୍ୟାରିୟରରେ ୯୬ ୱିକେଟ୍ ଏବଂ କୁଲଦୀପ ୩୫ଟି ମ୍ୟାଚରେ ନେଇଛନ୍ତି ୫୯ ୱିକେଟ୍ । ଏମାନଙ୍କ ବ୍ୟତୀତ ଜାଡେଜାଙ୍କ ଟର୍ଣ୍ଣ ଶୀର୍ଷ ବ୍ୟାଟରଙ୍କୁ ଦେଇଥାଏ ଚକ୍‌ମା । ଜାଡେଜା ତାଙ୍କ ଟି-୨୦ କ୍ୟାରିୟରରେ ନେଇଛନ୍ତି ୫୩ ୱିକେଟ୍ ।ଟିମ୍‌ ଇଣ୍ଡିଆ ବୋଲିଂଙ୍ଗରେ କମ୍‌ ଏବଂ ବ୍ୟାଟିଂ ପାଇଁ ଖୁବ୍‌ ପ୍ରସିଦ

୧୭ ବର୍ଷ ପରେ ଭାରତ ଜିତିବ ବିଶ୍ବକପ୍‌,  ୩ଟି କାରଣରୁ ହୋଇପାରେ ଚାମ୍ପିଅନ୍‌ !

ନୂଆଦିଲ୍ଲୀ ୦୨।୦୬: ଟି-୨୦ ଓ୍ବାର୍ଲକପ୍‌ କ୍ରେଜ୍‌ । ଫ୍ୟାନ୍ସଙ୍କ ମଧ୍ୟରେ ଜୋରଦାର୍‌ ଜୋସ୍‌ । କଣ ବିଶ୍ବ ବିଜେତା ହେବ ଭାରତ ?  ୧୭ ବର୍ଷ ପରେ ଜିତିବ କି ଟାଇଟଲ୍‌ । ଚୟନକର୍ତ୍ତାଙ୍କୁ ସଠିକ୍‌ ପ୍ରମାଣିତ କରିବେ ତ ସିଲେକ୍ଟ ପ୍ଲେୟର ? ଟି-୨୦ ଖେଳାଳୀଙ୍କ ଫର୍ମ ପାଲଟିଛି ଚିନ୍ତାର ବିଷୟ । ରୋହିତ ଶର୍ମାଙ୍କ, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଶିବମ ଦୁବେ ଆଇପିଏଲ୍‌ରେ କରିଥିଲେ ଖରାପ ପ୍ରଦର୍ଶନ । କିନ୍ତୁ ଆଇପିଏଲ୍‌ ଆଧାରରେ ଟି-୨୦ରେ କିପରି ପ୍ରଦର୍ଶନ କରିବ ଟିମ୍‌ ଇଣ୍ଡିଆ ସେନେଇ ଆକଳନ କରିବା ଠିକ୍‌ ନୁହେଁ । ଓ୍ବେଷ୍ଟଇଣ୍ଡିଜ୍‌ ଏବଂ ୟୁଏସ୍‌ର ପିଚ୍‌ ଭିନ୍ନ । ତେଣୁ ପିଚ୍‌ ଯୋଗୁଁ ଟ୍ରଫି ହାତେଇପାରେ ଟିମ୍‌ ଇଣ୍ଡିଆ । 

ସ୍ପିନ୍ ବୋଲରଙ୍କୁ ସୁହାଇବ ନାସାଉ ପିଚ୍‌ । ଏପରି ହେଲେ ପଡିଆରେ ଚାଲିବ ଟିମ୍‌ ଇଣ୍ଡିଆର ସ୍ପିନରଙ୍କ ଯାଦୁ । ବିପକ୍ଷ ଟିମ୍‌ ପାଇଁ କାଳ ହୋଇପାରନ୍ତି ଟିମ୍‌ ଇଣ୍ଡିଆର ୟୁଜଭେନ୍ଦ୍ର ଚହଲ, କୁଲଦୀପ ଯାଦବ, ରବିନ୍ଦ୍ର ଜାଡେଜା ଏବଂ ଅକ୍ସର ପଟେଲଙ୍କ ଭଳି ବିଶ୍ୱସ୍ତରୀୟ ସ୍ପିନ୍ ବୋଲର । ଚହଲ ଅନ୍ତର୍ଜାତୀୟ ଟି-୨୦ କ୍ୟାରିୟରରେ ୯୬ ୱିକେଟ୍ ଏବଂ କୁଲଦୀପ ୩୫ଟି ମ୍ୟାଚରେ ନେଇଛନ୍ତି ୫୯ ୱିକେଟ୍ । ଏମାନଙ୍କ ବ୍ୟତୀତ ଜାଡେଜାଙ୍କ ଟର୍ଣ୍ଣ ଶୀର୍ଷ ବ୍ୟାଟରଙ୍କୁ ଦେଇଥାଏ ଚକ୍‌ମା । ଜାଡେଜା ତାଙ୍କ ଟି-୨୦ କ୍ୟାରିୟରରେ ନେଇଛନ୍ତି ୫୩ ୱିକେଟ୍ ।

ଟିମ୍‌ ଇଣ୍ଡିଆ ବୋଲିଂଙ୍ଗରେ କମ୍‌ ଏବଂ ବ୍ୟାଟିଂ ପାଇଁ ଖୁବ୍‌ ପ୍ରସିଦ୍ଧ । ଟି-୨୦ ବିଶ୍ୱକପ ବ୍ୟାଟିଂ ସ୍କାର୍ଡରେ ଅଛନ୍ତି  ବିସ୍ଫୋରକ ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା, ଯଶସ୍ବୀ ଜୈସୱାଲ ପରି ପ୍ଲେୟର । ଜସଶ୍ବୀ କେବଳ ୧୭ ଟି-୨୦ ମ୍ୟାଚରେ କରିଛନ୍ତି ୫୦୦ରନ୍‌ । ଅନ୍ୟପଟେ ବିରାଟ କୋହଲିଙ୍କ ଗର୍ଜୁଛି ବ୍ୟାଟ୍ ଏବଂ ଟିମ୍‌ ଇଣ୍ଡିଆରେ ରହିଛନ୍ତି ବିଶ୍ୱର ନମ୍ବର-୧ ଟି-୨୦ ବ୍ୟାଟ୍ସମ୍ୟାନ୍ ସୁର୍ଯ୍ୟକୁମାର ଯାଦବ । ଏଥିସହିତ ମିଡିଲ୍‌ ଅର୍ଡରରେ ଋଷଭ ପନ୍ତଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଭିଜ୍ଞତା ରହିଛି । 

ଏସବୁ ବ୍ୟତୀତ ନିର୍ଭୀକ ମନୋଭାବ ଟିମ୍‌କୁ କରିପାରେ ଚାମ୍ପିଅନ୍‌ । ରୋହିତଙ୍କ ନିର୍ଭୟ ବ୍ୟାଟିଂ ଅଧିକ ଷ୍ଟାଇକ୍‌ରେଟ୍ କରିବାରେ ସାହାଯ୍ୟ କରୁଥିବା ବେଳେ ଜୈସୱାଲ, ସୂର୍ଯ୍ୟକୁମାର ଯାଦବ ଏବଂ ଋଷଭ ପନ୍ତ ମଧ୍ୟ ନିର୍ଭୟରେ ଲମ୍ବା ଛକା ମାରିବାରେ ମାହିର୍‌ । ଅନ୍ୟପଟେ ସ୍ପିନ୍ ବୋଲରଙ୍କ  ଫ୍ଲାଇଡେଟ୍‌ ବୋଲିଂରେ ଘାଇଲା ହୋଇଥାନ୍ତି ବିପକ୍ଷ ବ୍ୟାଟର ।

ଜବରଦସ୍ତ ଛକା ଲୋଭରେ ହରାଇଥାନ୍ତି ଓ୍ବିକେଟ୍‌ । ଏପରି ବୋଲିଂ କରିବାରେ ଖୁବ୍‌ ମାହିର୍‌ ଉଭୟ ୟୁଜବେନ୍ଦ୍ର ଚହଲ ଏବଂ କୁଲଦୀପ ଯାଦବ । ସେହିପରି ଭାରତୀୟ ବୋଲିଂ ବାହାନୀର ନେତୃତ୍ୱ ନେବେ ଜସପ୍ରୀତ ବୁମ୍ରା । ଯାହାଙ୍କ ବଲ ସାମ୍ନାରେ ବଡ ବଡ ବ୍ୟାଟର ବି ଖାଇଯାଆନ୍ତି ଚକ୍‌ମା । ତେଣୁ ଏହି ଖେଳାଳୀଙ୍କ ଦମ୍‌ରେ ଚାମ୍ପିଅନ୍‌ ହୋଇପାରେ ଟିମ୍‌ ଇଣ୍ଡିଆ ।