୧୭ରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ: ଓଡ଼ିଶାରେ ବିଜେପି ପାଳିବ ଜନ୍ମଦିନ, ଆରମ୍ଭ ହେବ ସୁଭଦ୍ରା ଯୋଜନା
କନକ ବ୍ୟୁରୋ: ଏବର୍ଷ ଓଡିଶାରେ ଜନ୍ମଦିନ ପାଳିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏଥିପାଇଁ ସେପ୍ଟେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିବେ । ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଗସ୍ତସୂଚୀ ଜାରି କରାଯାଇଛି। ଗସ୍ତ ସୂଚୀ ଅନୁସାରେ ୧୭ ତାରିଖ ଦିନ ୧୧ଟା ୩୫ ମିନିଟରେ ମୋଦୀ ବାୟୁସେନାର ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ। ସେଠାରୁ ସିଧାସଳଖ ଯିବେ ଜନତା ମଇଦାନ। ଦିନ ୧୨ଟାରୁ ଗୋଟାଏ ମଧ୍ୟରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ। ଦେଶର ବିଭିନ୍ନ ସ୍ଥାନରେ ହେବାକୁ ଥିବା ପ୍ରକଳ୍ପ ପାଇଁ ଜନତା ମଇଦାନରୁ ଭର୍ଚୁଆଲ ମାଧ୍ୟମରେ ଶିଳାନ୍ୟାସ କରିବେ ମୋଦୀ। ଏଥିସହ ସୁଭଦ୍ରା ଯୋଜନାରେ ଆବେଦନ କରିଥିବା ହିତାଧିକାରୀ ମାନଙ୍କୁ ସେହିଦିନ ପ୍ରଥମ କିସ୍ତି ଟଙ୍କା ପ୍ରଦାନ କରାଯିବ। ୧୭ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଥିବାରୁ ସେଦିନ ସୁଭଦ୍ରା ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ଦିଆଯିବ ବୋଲି ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଘୋଷଣା କରିଥିଲେ। ସୁଭଦ୍ରା ଯୋଜନାରେ କୋଟିଏ ମହିଳାଙ୍କୁ ବର୍ଷକୁ ୧୦ହଜାର ଲେଖାଏଁ ହିସାବରେ ପାଂଚ ବର୍ଷରେ ୫୦ ହଜାର ଟଙ୍କା ମିଳିବ। ଏହି ଯୋଜନାରେ ସାମିଲ ହେବାକୁ ୪ତାରିଖରୁ ଆବେଦନ ଚାଲଛି। ବିନା ଦେୟରେ ମହିଳାମାନେ ଆବଦେନ କରିପାରିବେ ବୋଲି ସରକାର କହିଛନ୍ତି।