୧୭ରେ ମହିଳାଙ୍କ ଆକାଉଣ୍ଟକୁ ଆସିବ ସୁଭଦ୍ରା ପ୍ରଥମ କିସ୍ତି, ଏହି ତାରିଖରୁ ଆବେଦନ କରିଥିଲେ ଆପଣବି ପାଇବେ ପ୍ରଥମ….

ଭୁବନେଶ୍ୱର,୧୪।୯: ଆସନ୍ତା ୧୭ରେ ମହିଳାଙ୍କ ଆକାଉଣ୍ଟକୁ ଯିବ  ‘ସୁଭଦ୍ରା’ ଯୋଜନାର ପ୍ରଥମ କିସ୍ତି। ଏଯାବତ୍‌ ୫୦ ଲକ୍ଷରୁ ଊର୍ଦ୍ଧ୍ୱ ମହିଳା ପଞ୍ଜୀକରଣ କରିସାରିଲେଣି।ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏ ନେଇ ସୂଚନା ଦେଇଛନ୍ତି। ୧୫ ସୁଦ୍ଧା ଆବେଦନ କରିଥିବା ହିତାଧିକାରୀଙ୍କୁ ୧୭ରେ ପ୍ରଥମ କିସ୍ତି ମିଳିବ । ରବିବାର ରାଜ୍ୟବ୍ୟାପୀ ୧୦ ହଜାର ରାଜସ୍ବ ଗାଁରେ ସୁଭଦ୍ରା ପଦଯାତ୍ରା ହେବ। ଭୁବନେଶ୍ୱରରେ ଗିରିଦୁର୍ଗା ମନ୍ଦିରରୁ ରମାଦେବୀ ଯାଏଁ ସୁଭଦ୍ରା ପଦଯାତ୍ରା ହେବ। ଅନ୍ୟପକ୍ଷେ  ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀଙ୍କ ଲୋକାର୍ପଣ ଓ […] The post ୧୭ରେ ମହିଳାଙ୍କ ଆକାଉଣ୍ଟକୁ ଆସିବ ସୁଭଦ୍ରା ପ୍ରଥମ କିସ୍ତି, ଏହି ତାରିଖରୁ ଆବେଦନ କରିଥିଲେ ଆପଣବି ପାଇବେ ପ୍ରଥମ…. appeared first on Dharitri Odia News.

୧୭ରେ ମହିଳାଙ୍କ ଆକାଉଣ୍ଟକୁ ଆସିବ ସୁଭଦ୍ରା ପ୍ରଥମ କିସ୍ତି, ଏହି ତାରିଖରୁ ଆବେଦନ କରିଥିଲେ ଆପଣବି ପାଇବେ ପ୍ରଥମ….
ଭୁବନେଶ୍ୱର,୧୪।୯: ଆସନ୍ତା ୧୭ରେ ମହିଳାଙ୍କ ଆକାଉଣ୍ଟକୁ ଯିବ  ‘ସୁଭଦ୍ରା’ ଯୋଜନାର ପ୍ରଥମ କିସ୍ତି। ଏଯାବତ୍‌ ୫୦ ଲକ୍ଷରୁ ଊର୍ଦ୍ଧ୍ୱ ମହିଳା ପଞ୍ଜୀକରଣ କରିସାରିଲେଣି।ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏ ନେଇ ସୂଚନା ଦେଇଛନ୍ତି। ୧୫ ସୁଦ୍ଧା ଆବେଦନ କରିଥିବା ହିତାଧିକାରୀଙ୍କୁ ୧୭ରେ ପ୍ରଥମ କିସ୍ତି ମିଳିବ । ରବିବାର ରାଜ୍ୟବ୍ୟାପୀ ୧୦ ହଜାର ରାଜସ୍ବ ଗାଁରେ ସୁଭଦ୍ରା ପଦଯାତ୍ରା ହେବ। ଭୁବନେଶ୍ୱରରେ ଗିରିଦୁର୍ଗା ମନ୍ଦିରରୁ ରମାଦେବୀ ଯାଏଁ ସୁଭଦ୍ରା ପଦଯାତ୍ରା ହେବ।
ଅନ୍ୟପକ୍ଷେ  ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀଙ୍କ ଲୋକାର୍ପଣ ଓ ଶିଳାନ୍ୟାସ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଛି। ସୁଭଦ୍ରାର ଶୁଭାରମ୍ଭ ସହ ଏକାଧିକ ପ୍ରକଳ୍ପର ଶିଳାନ୍ୟାସ କରିବେ। ଗୋଟିଏ ସ୍କିମରେ ସବୁଠୁ ବେଶୀ ମହିଳା ଉପକୃତ ଯୋଜନା ହେଉଛି ‘ସୁଭଦ୍ରା’। ଓଡ଼ିଶାର ୧ କୋଟିରୁ ଊର୍ଦ୍ଧ୍ୱ ମହିଳା ‘ସୁଭଦ୍ରା’ର ସୁଫଳ ପାଇବେ।
ଏହା ସହ ଭୁବନେଶ୍ୱରରେ ୨୮୦୦ କୋଟିର ରେଲ ପ୍ରକଳ୍ପର ଶିଳାନ୍ୟାସ କରିବେ। ୧ ହଜାର କୋଟିର ନ୍ୟାସନାଲ ହାଇୱେ ପ୍ରକଳ୍ପ ଶିଳାନ୍ୟାସ କାର୍ଯ୍ୟକ୍ରମ ରାହିଛି।  ଦେଶର ୧୩ ଲକ୍ଷ PMAY-G ହିତାଧିକାରୀଙ୍କ ପ୍ରଥମ କିସ୍ତି ରିଲିଜ କରିବା ସହ। ୧୪ଟି ରାଜ୍ୟର PMAY-G ହିତାଧିକାରୀ ଏହାର ଉପକାର ପାଇବେ।

The post ୧୭ରେ ମହିଳାଙ୍କ ଆକାଉଣ୍ଟକୁ ଆସିବ ସୁଭଦ୍ରା ପ୍ରଥମ କିସ୍ତି, ଏହି ତାରିଖରୁ ଆବେଦନ କରିଥିଲେ ଆପଣବି ପାଇବେ ପ୍ରଥମ…. appeared first on Dharitri Odia News.