୧୭୨୮ବୋତଲ କଫ୍‌ ସିରପ ଜବତ, ଜଣେ ଗିରଫ

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ବୋରିଆ -ଜୋଲକୋ ଗ୍ରାମ ଦେଇ ଯାଇଥିବା ଜାତୀୟ ରାଜପଥରେ କେସିଙ୍ଗା ପୋଲିସ ମଙ୍ଗଳବାର ଚଢାଉ କରି ଏକ କାର୍‌ରୁ ୧୭୨୮ ବୋତଲ କଫ୍‌ ସିରପ ଜବତ କରିଛି। ଏହାସହ ନୂଆପଡ଼ା ଜିଲା କୋମନା ବ୍ଲକ ଉଦ୍ୟାନବନ୍ଧ ଗ୍ରାମର କାର୍‌ ଡ୍ରାଇଭର ଆକାଶ ଅଗ୍ରଓ୍ବାଲଙ୍କୁ ଗିରଫ କରିଛି। ସିଜି୦୪ଏଲ୍‌ୟୁ-୦୩୧୬ନଂ. ବିଶିଷ୍ଟ କାର୍‌ କେସିଙ୍ଗା ରେଳ ଷ୍ଟେଶନରୁ ନୂଆପଡ଼ା ଯାଉଥିବାବେଳେ ପୋଲିସ କଫ୍‌ ସିରପ ଥିବା ଖବର ପାଇ ପିଛା କରିଥିଲା। […] The post ୧୭୨୮ବୋତଲ କଫ୍‌ ସିରପ ଜବତ, ଜଣେ ଗିରଫ appeared first on Dharitri Odia News.

୧୭୨୮ବୋତଲ କଫ୍‌ ସିରପ ଜବତ, ଜଣେ ଗିରଫ

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ବୋରିଆ -ଜୋଲକୋ ଗ୍ରାମ ଦେଇ ଯାଇଥିବା ଜାତୀୟ ରାଜପଥରେ କେସିଙ୍ଗା ପୋଲିସ ମଙ୍ଗଳବାର ଚଢାଉ କରି ଏକ କାର୍‌ରୁ ୧୭୨୮ ବୋତଲ କଫ୍‌ ସିରପ ଜବତ କରିଛି। ଏହାସହ ନୂଆପଡ଼ା ଜିଲା କୋମନା ବ୍ଲକ ଉଦ୍ୟାନବନ୍ଧ ଗ୍ରାମର କାର୍‌ ଡ୍ରାଇଭର ଆକାଶ ଅଗ୍ରଓ୍ବାଲଙ୍କୁ ଗିରଫ କରିଛି। ସିଜି୦୪ଏଲ୍‌ୟୁ-୦୩୧୬ନଂ. ବିଶିଷ୍ଟ କାର୍‌ କେସିଙ୍ଗା ରେଳ ଷ୍ଟେଶନରୁ ନୂଆପଡ଼ା ଯାଉଥିବାବେଳେ ପୋଲିସ କଫ୍‌ ସିରପ ଥିବା ଖବର ପାଇ ପିଛା କରିଥିଲା। ଜୋଲକୋ ବୋରିଆ ଗ୍ରାମ ନିକଟରେ ଗାଡ଼ି ଅଟକାଇ ପୋଲିସ ଯାଞ୍ଚ କରିବାରେ ସେଥିରୁ ଉପରୋକ୍ତ ପରିମାଣ କଫ ସିରଫ ଜବତ ବାହାରିଥିଲା। ମାଜିଷ୍ଟ୍ରେଟ ଭାବେ କେସିଙ୍ଗା ତହସିଲଦାର ପ୍ରଶାନ୍ତି ପ୍ରଧାନ ଘଟଣାସ୍ଥଳରେ ପହଞ୍ଚତ୍ଲା ପରେ କଫ ସିରପ ବୋତଲ ଗଣତି କରାଯାଇଥିଲା। ବର୍ତ୍ତମାନ ଜବତ କଫ୍‌ ସିରପ କେସିଙ୍ଗା ଥାନାରେ ରଖାଯାଇ ତଦନ୍ତ ଜାରି ରହିଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି।

The post ୧୭୨୮ବୋତଲ କଫ୍‌ ସିରପ ଜବତ, ଜଣେ ଗିରଫ appeared first on Dharitri Odia News.