୧୭୭ ଦିନ ପରେ ଜେଲରୁ ମୁକୁଳିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ
ନୂଆଦିଲ୍ଲୀ: ମଦ ଦୁର୍ନୀତି ମାମଲାରେ ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିବା ପରେ ତିହାର ଜେଲରୁ ମୁକୁଳିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଅରବିନ୍ଦ କେଜ୍ରିୱାଲ ତିହାର ଜେଲରୁ ବାହାରି ଛାଡି ଚାନ୍ଦିରାମ ଅଖରା ଯାଇଥିଲେ। ସିଏମ କେଜ୍ରିୱାଲ ଚାନ୍ଦିରାମ ଅଖରା ଠାରୁ ସିଏମ ବାସଭବନ ପର୍ଯ୍ୟନ୍ତ ଏକ ରୋଡ ଶୋ କରିଛନ୍ତି। ଏହାପୂର୍ବରୁ ମନୀଷ ସିସୋଦିଆ ଏବଂ ପଞ୍ଜାବର ମୁଖ୍ୟ ଭଗବତ ମନ ତିହାର ଜେଲର ଗେଟ୍ ନମ୍ବର ୩ରେ ପହଞ୍ଚିଥିଲେ। ଆମ ଆଦମ ପାର୍ଟି କର୍ମୀମାନେ ଅରବିନ୍ଦ କେଜ୍ରିୱାଲଙ୍କୁ ସ୍ୱାଗତ କରିବା ପାଇଁ ଚାନ୍ଦିରାମ ଅଖରା ନିକଟରେ ଏକାଠି ହୋଇଛନ୍ତି। ରାଜଧାନୀରେ ଢୁଢୁ ବର୍ଷା ହେଉଥିଲେ ମଧ୍ୟ ଏହା ଆପ୍ର ନେତା ଓ କର୍ମୀଙ୍କ ଉତ୍ସାହକୁ ଫିକା କରିପାରି ନାହିଁ। ସେମାନେ ଓଦା ହୋଇ ଓ ଛତା ଧରି କେଜ୍ରିୱାଲଙ୍କୁ ସ୍ୱାଗତ କରିଛନ୍ତି। କେଜ୍ରିୱାଲ ମଧ୍ୟ ସମସ୍ତଙ୍କୁ କୃତଜ୍ଞତା ଜଣାଇ ବେଶ ଭାବବିହ୍ୱଳ ଭାଷଣ ଦେଇଛନ୍ତି। ଜୁନ୍ ୨୬ରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଏକ୍ସାଇଜ୍ ନୀତି ସହ ଜଡିତ ଏକ ଦୁର୍ନୀତି ମାମଲାରେ ସିବିଆଇ ଗିରଫ କରିଥିଲା। ବର୍ତ୍ତମାନ ୧୭୭ ଦିନ ପରେ ଅରବିନ୍ଦ କେଜ୍ରିୱାଲ ତିହାର ଜେଲରୁ ବାହାରିଛନ୍ତି। #WATCH | Delhi CM and AAP national convener Arvind Kejriwal released from Tihar JailThe Supreme Court granted him bail in the Delhi excise policy case
ନୂଆଦିଲ୍ଲୀ: ମଦ ଦୁର୍ନୀତି ମାମଲାରେ ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିବା ପରେ ତିହାର ଜେଲରୁ ମୁକୁଳିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଅରବିନ୍ଦ କେଜ୍ରିୱାଲ ତିହାର ଜେଲରୁ ବାହାରି ଛାଡି ଚାନ୍ଦିରାମ ଅଖରା ଯାଇଥିଲେ। ସିଏମ କେଜ୍ରିୱାଲ ଚାନ୍ଦିରାମ ଅଖରା ଠାରୁ ସିଏମ ବାସଭବନ ପର୍ଯ୍ୟନ୍ତ ଏକ ରୋଡ ଶୋ କରିଛନ୍ତି। ଏହାପୂର୍ବରୁ ମନୀଷ ସିସୋଦିଆ ଏବଂ ପଞ୍ଜାବର ମୁଖ୍ୟ ଭଗବତ ମନ ତିହାର ଜେଲର ଗେଟ୍ ନମ୍ବର ୩ରେ ପହଞ୍ଚିଥିଲେ। ଆମ ଆଦମ ପାର୍ଟି କର୍ମୀମାନେ ଅରବିନ୍ଦ କେଜ୍ରିୱାଲଙ୍କୁ ସ୍ୱାଗତ କରିବା ପାଇଁ ଚାନ୍ଦିରାମ ଅଖରା ନିକଟରେ ଏକାଠି ହୋଇଛନ୍ତି।
ରାଜଧାନୀରେ ଢୁଢୁ ବର୍ଷା ହେଉଥିଲେ ମଧ୍ୟ ଏହା ଆପ୍ର ନେତା ଓ କର୍ମୀଙ୍କ ଉତ୍ସାହକୁ ଫିକା କରିପାରି ନାହିଁ। ସେମାନେ ଓଦା ହୋଇ ଓ ଛତା ଧରି କେଜ୍ରିୱାଲଙ୍କୁ ସ୍ୱାଗତ କରିଛନ୍ତି। କେଜ୍ରିୱାଲ ମଧ୍ୟ ସମସ୍ତଙ୍କୁ କୃତଜ୍ଞତା ଜଣାଇ ବେଶ ଭାବବିହ୍ୱଳ ଭାଷଣ ଦେଇଛନ୍ତି।
ଜୁନ୍ ୨୬ରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଏକ୍ସାଇଜ୍ ନୀତି ସହ ଜଡିତ ଏକ ଦୁର୍ନୀତି ମାମଲାରେ ସିବିଆଇ ଗିରଫ କରିଥିଲା। ବର୍ତ୍ତମାନ ୧୭୭ ଦିନ ପରେ ଅରବିନ୍ଦ କେଜ୍ରିୱାଲ ତିହାର ଜେଲରୁ ବାହାରିଛନ୍ତି।
#WATCH | Delhi CM and AAP national convener Arvind Kejriwal released from Tihar Jail
The Supreme Court granted him bail in the Delhi excise policy case today pic.twitter.com/xacY3zo9fO— ANI (@ANI) September 13, 2024
ଏହାପୂର୍ବରୁ ଶୁକ୍ରବାର ଜଷ୍ଟିସ ସୂର୍ଯ୍ୟ କାନ୍ତ ଏବଂ ଜଷ୍ଟିସ ଉଜୱାଲ ଭୁୟାନଙ୍କ ଏକ ବେଞ୍ଚ ଅରବିନ୍ଦ କେଜ୍ରିୱାଲଙ୍କୁ ୧୦ ଲକ୍ଷ ଟଙ୍କା ମୁଚଲିକା ବଦଳରେ ଜାମିନ ପ୍ରଦାନ କରିଛନ୍ତି। କେଜ୍ରିୱାଲଙ୍କୁ ଏହି ମାମଲା ସମ୍ପର୍କରେ କୌଣସି ମନ୍ତବ୍ୟ ନଦେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।