୧୮ ଇଭେଣ୍ଟରେ ପାରଦର୍ଶିତା ଦେଖାଇଲେ ଛାତ୍ରୀଛାତ୍ର
ଥୁଆମୂଳ ରାମପୁର,୧୯।୧୨-(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟଠାରେ ଦୁଇଦିନ ଧରି ଚାଲିଥିବା ବାର୍ଷିକ କ୍ରୀଡୋତ୍ସବ ଉଦ୍ଯାପିତ ହୋଇଯାଇଛି। ଏହି ବାର୍ଷିକ କ୍ରୀଡା ପ୍ରତିଯୋଗିତାର ପ୍ରଥମ ଦିବସରେ ବିଦ୍ୟାଳୟର ଭାରପ୍ରାପ୍ତ ଅଧକ୍ଷ ସୀତାକାନ୍ତ ରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ରୀଡା ପ୍ରତିଯୋଗିତାର ଆରମ୍ଭ ପୂର୍ବକ ଛାତ୍ରୀଛାତ୍ରମାନେ ମାଁ ମାଣିକେଶ୍ବରୀ ମନ୍ଦିରଠାରୁ ମଶାଲ ଯାତ୍ରାରେ ଯାଇ ବିଦ୍ୟାଳୟରେ ସ୍ଥାପନ କରାଯାଇଥିଲା l ପରେ ଅଧ୍ୟକ୍ଷ ଖେଳ ପତାକା ଉତ୍ତୋଳନ କରି ଉତ୍ସବକୁ […] The post ୧୮ ଇଭେଣ୍ଟରେ ପାରଦର୍ଶିତା ଦେଖାଇଲେ ଛାତ୍ରୀଛାତ୍ର appeared first on Dharitri Odia News.
ଥୁଆମୂଳ ରାମପୁର,୧୯।୧୨-(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟଠାରେ ଦୁଇଦିନ ଧରି ଚାଲିଥିବା ବାର୍ଷିକ କ୍ରୀଡୋତ୍ସବ ଉଦ୍ଯାପିତ ହୋଇଯାଇଛି। ଏହି ବାର୍ଷିକ କ୍ରୀଡା ପ୍ରତିଯୋଗିତାର ପ୍ରଥମ ଦିବସରେ ବିଦ୍ୟାଳୟର ଭାରପ୍ରାପ୍ତ ଅଧକ୍ଷ ସୀତାକାନ୍ତ ରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ରୀଡା ପ୍ରତିଯୋଗିତାର ଆରମ୍ଭ ପୂର୍ବକ ଛାତ୍ରୀଛାତ୍ରମାନେ ମାଁ ମାଣିକେଶ୍ବରୀ ମନ୍ଦିରଠାରୁ ମଶାଲ ଯାତ୍ରାରେ ଯାଇ ବିଦ୍ୟାଳୟରେ ସ୍ଥାପନ କରାଯାଇଥିଲା l ପରେ ଅଧ୍ୟକ୍ଷ ଖେଳ ପତାକା ଉତ୍ତୋଳନ କରି ଉତ୍ସବକୁ ଉଦ୍ଘାଟନ କରିଥିବା ବେଳେ କ୍ରୀଡ଼ା ଶିକ୍ଷକ ଅନିରୁଦ୍ଧ ମୁଦୁଲି ସମସ୍ତ ପ୍ରକାର କ୍ରୀଡା ପ୍ରତିଯୋଗିତା ଆଗେଇ ନେଇଥିଲେ।
ଉକ୍ତ ପ୍ରତିଯୋଗିତାର ମୋଟ ୧୮ଟି ଇଭେଣ୍ଟରେ ୧୯୦ ଜଣ ଛାତ୍ରୀଛାତ୍ର ଭାଗ ନେଇଥିଲେ। ଉଦଯାପନୀ ସଭାରେ କଲମପୁର ୟୋଗା ଶିକ୍ଷକ ଚନ୍ଦ୍ରଶେଖର ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସମସ୍ତ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ ପୂର୍ବକ ଉତ୍ସାହିତ କରିଥିଲେ। ବିଦ୍ୟାଳୟର ସହକାରୀ ଶିକ୍ଷୟତ୍ରୀ ସଂଗୀତା ଧାରୁଆ ମଞ୍ଚ ପରିଚାଳନା କରିଥିବା ବେଳେ ଅନୁଷ୍ଠାନର ଅଧକ୍ଷ ଧନ୍ୟବାଦ ଅର୍ପଣ କରିଥିଲେ l ଏବଂ କ୍ରୀଡା ଉତ୍ସବ କୁ ବିଦ୍ୟାଳୟ ଶିକ୍ଷକ ଟିପୁନ ମହାଲିକ, ଶିକ୍ଷକ ମୁକେଶ ସାହୁ, ଶିକ୍ଷକ କ୍ଷୀରସିନ୍ଧୁ ଲୁହା, ଶିକ୍ଷକ ସିଦ୍ଧେଶ୍ବର ଭୋଇ, ଶିକ୍ଷକ ପ୍ରଦୀପ କୁମାର ନାଗ, ଶିକ୍ଷକ ସଂଜୀବ କୁମାର ଭୋଇ, କିରାଣୀ ଲୋହିତ କୁମାର ନାଗ, ଶିକ୍ଷୟତ୍ରୀ ଶେଫାଳି ତନ୍ତି, ଶିକ୍ଷକ ସଂଜୀବ କୁମାର ଭୁଏ, ଶିକ୍ଷକ ଦେବବ୍ରତ ଦାସ, ଶିକ୍ଷକ ବିଶ୍ବନାଥ ହେମ୍ବ୍ରମ, ଶିକ୍ଷୟିତ୍ରୀ ଲିପିଶ୍ରୀ ବାରିକ, ଶିକ୍ଷକ ଆଲୋକ କୁମାର ମହନ୍ତ, ଶିକ୍ଷକ ରଣଜିତ ସାହୁ, ଶିକ୍ଷକ ପରମେଶ୍ବର ସାମଲ ପ୍ରମୁଖ ସହଯୋଗ କରିଥିଲେ।
The post ୧୮ ଇଭେଣ୍ଟରେ ପାରଦର୍ଶିତା ଦେଖାଇଲେ ଛାତ୍ରୀଛାତ୍ର appeared first on Dharitri Odia News.