୧୮ ବର୍ଷ ବୟସରେ ନିର୍ବନ୍ଧ, ୨୧ ବର୍ଷରେ କରିଥିଲେ ବିବାହ; ସେବିର ପ୍ରଥମ ମହିଳା ଚିଫ୍‌, ପରିବାରକୁ ମାନନ୍ତି ବଡ ଶକ୍ତି

ନୂଆଦିଲ୍ଲୀ ୧୩।୦୮: ଡରାଇଲାଣି ହିଣ୍ଡେନ୍‌ବର୍ଗ । ଖୁବ୍‌ଶୀଘ୍ର ଭାରତରେ ହେବ ଆଉ ଏକ ବଡ ଧମାକା । ତେବେ ଏଥର ହିଣ୍ଡେନବର୍ଗ ଟାର୍ଗେଟରେ କୌଣସି କମ୍ପାନୀ ନୁହେଁ  ବରଂ ସେବି ମୁଖ୍ୟ ରହିଛନ୍ତି  । ଶର୍ଟ ସେଲର ସେବି ମୁଖ୍ୟ ମାଧବୀ ପୁରୀ ବୁଚ୍‌ଙ୍କ ଉପରେ ନିଶାନା ଲଗାଇଛି । ସେ କହିଛି କି ଆଦାନୀ ସ୍କାଣ୍ଡାଲରେ ମାଧବୀ ଏବଂ ତାଙ୍କ ସ୍ବାମୀଙ୍କର ରହିଛି କନେକ୍ସନ୍‌ ।ତେବେ କିଏ ଏହି ମାଧବୀ ବୁଚ୍‌ ? ସେବିର ପ୍ରଥମ ମହିଳା ଚେୟାର ପର୍ସନ୍‌ ହେଉଛନ୍ତି ମାଧବୀ ପୁରୀ ବୁଚ । ୨୦୨୨ ମାର୍ଚ୍ଚ ୧ରେ ଏହି ପଦ ସମ୍ଭାଳିଥିଲେ ସେ । ମାଧବୀ ସେବି ଚେୟାରପର୍ସନ ହେବା ପୂର୍ବରୁ ୨୦୧୭ ଏପ୍ରିଲ୍‌ରେ ହୋଇଥିଲେ ସେବିର ପୂର୍ଣ୍ଣକାଳୀନ ନିର୍ଦ୍ଦେଶକ । ୧୯୬୬ ମସିହାରେ ଜନ୍ମ ହୋଇଥିଲା ମାଧବୀ ପୁରୀ ବୁଚ୍‌ । ମାଧବୀଙ୍କ ପିତା କର୍ପୋରେଟ ସେକ୍ଟରରେ କାମ କରୁଥିଲେ । ତାଙ୍କ ମା ରାଜନୀତି ବିଜ୍ଞାନରେ ଡକ୍ଟରେଟ୍‌ ଉପାଧି ପ୍ରାପ୍ତ ଶିକ୍ଷାବିତ ଥିଲେ । ମାଧବୀ ଦିଲ୍ଲୀ ଏବଂ ମୁମ୍ବାଇରେ ସ୍କୁଲ୍‌ ଶିକ୍ଷା ଶେଷ କରିଥିଲେ । ଏହାପରେ ଦିଲ୍ଲୀର ସେଣ୍ଟ ଷ୍ଟିଫନ କଲେଜରେ ବ୍ୟାଚଲର ଡିଗ୍ରୀ କରିବା ପରେ ଆଇଆଇଟି ଅହମ୍ମଦାବାଦରୁ କରିଥିଲେ ଏମବିଏ । ଏମବିଏ କରିବା ପରେ ମାଧବୀ କିଛି ସମୟ ପାଇଁ ଏନଜିଓ ସହିତ କାମ କରିଥିଲେ । ୧୯୮୯ରେ ସେ ଆଇସିଆଇସିଆଇ ବ୍ୟାଙ୍କରେ ଚାକିରୀ କଲେ । ଏହାପରେ ସେ ଇଂଲଣ୍ଡର ବେଷ୍ଟ ଚେଷୟର୍‌ କଲେଜରେ ଭାବେ ଲେକ୍ଚର ଭାବେ କାମ କରିଥିଲେ । ୨

୧୮ ବର୍ଷ ବୟସରେ ନିର୍ବନ୍ଧ, ୨୧ ବର୍ଷରେ କରିଥିଲେ ବିବାହ; ସେବିର ପ୍ରଥମ ମହିଳା ଚିଫ୍‌, ପରିବାରକୁ ମାନନ୍ତି ବଡ ଶକ୍ତି

ନୂଆଦିଲ୍ଲୀ ୧୩।୦୮: ଡରାଇଲାଣି ହିଣ୍ଡେନ୍‌ବର୍ଗ । ଖୁବ୍‌ଶୀଘ୍ର ଭାରତରେ ହେବ ଆଉ ଏକ ବଡ ଧମାକା । ତେବେ ଏଥର ହିଣ୍ଡେନବର୍ଗ ଟାର୍ଗେଟରେ କୌଣସି କମ୍ପାନୀ ନୁହେଁ  ବରଂ ସେବି ମୁଖ୍ୟ ରହିଛନ୍ତି  । ଶର୍ଟ ସେଲର ସେବି ମୁଖ୍ୟ ମାଧବୀ ପୁରୀ ବୁଚ୍‌ଙ୍କ ଉପରେ ନିଶାନା ଲଗାଇଛି । ସେ କହିଛି କି ଆଦାନୀ ସ୍କାଣ୍ଡାଲରେ ମାଧବୀ ଏବଂ ତାଙ୍କ ସ୍ବାମୀଙ୍କର ରହିଛି କନେକ୍ସନ୍‌ ।

ତେବେ କିଏ ଏହି ମାଧବୀ ବୁଚ୍‌ ? ସେବିର ପ୍ରଥମ ମହିଳା ଚେୟାର ପର୍ସନ୍‌ ହେଉଛନ୍ତି ମାଧବୀ ପୁରୀ ବୁଚ । ୨୦୨୨ ମାର୍ଚ୍ଚ ୧ରେ ଏହି ପଦ ସମ୍ଭାଳିଥିଲେ ସେ । ମାଧବୀ ସେବି ଚେୟାରପର୍ସନ ହେବା ପୂର୍ବରୁ ୨୦୧୭ ଏପ୍ରିଲ୍‌ରେ ହୋଇଥିଲେ ସେବିର ପୂର୍ଣ୍ଣକାଳୀନ ନିର୍ଦ୍ଦେଶକ । 

୧୯୬୬ ମସିହାରେ ଜନ୍ମ ହୋଇଥିଲା ମାଧବୀ ପୁରୀ ବୁଚ୍‌ । ମାଧବୀଙ୍କ ପିତା କର୍ପୋରେଟ ସେକ୍ଟରରେ କାମ କରୁଥିଲେ । ତାଙ୍କ ମା ରାଜନୀତି ବିଜ୍ଞାନରେ ଡକ୍ଟରେଟ୍‌ ଉପାଧି ପ୍ରାପ୍ତ ଶିକ୍ଷାବିତ ଥିଲେ । ମାଧବୀ ଦିଲ୍ଲୀ ଏବଂ ମୁମ୍ବାଇରେ ସ୍କୁଲ୍‌ ଶିକ୍ଷା ଶେଷ କରିଥିଲେ । ଏହାପରେ ଦିଲ୍ଲୀର ସେଣ୍ଟ ଷ୍ଟିଫନ କଲେଜରେ ବ୍ୟାଚଲର ଡିଗ୍ରୀ କରିବା ପରେ ଆଇଆଇଟି ଅହମ୍ମଦାବାଦରୁ କରିଥିଲେ ଏମବିଏ । 

ଏମବିଏ କରିବା ପରେ ମାଧବୀ କିଛି ସମୟ ପାଇଁ ଏନଜିଓ ସହିତ କାମ କରିଥିଲେ । ୧୯୮୯ରେ ସେ ଆଇସିଆଇସିଆଇ ବ୍ୟାଙ୍କରେ ଚାକିରୀ କଲେ । ଏହାପରେ ସେ ଇଂଲଣ୍ଡର ବେଷ୍ଟ ଚେଷୟର୍‌ କଲେଜରେ ଭାବେ ଲେକ୍ଚର ଭାବେ କାମ କରିଥିଲେ । ୨୦୦୬ରେ ଆଇସିଆଇସିଆଇ ସିକ୍ୟୁରିଟିଜ୍‌ରେ ସାମିଲ ହୋଇଥିଲେ । ଫେବୃୟାରୀ ୨୦୦୯ରୁ ମଇ ୨୦୧୧ ଯାଏଁ ସେ କମ୍ପାନୀର ପ୍ରବନ୍ଧ ନିର୍ଦ୍ଦେଶକ ଏବଂ ସିଇଓ ରହିଥିଲେ ।

ମାଧବୀ ପୁରୀ ବୁଚ୍ ୨୦୧୧ରେ ଗ୍ରେଟର ପୈସିଫିକ୍‌ କ୍ୟାପିଟାଲରେ ସାମିଲ ହେବା ପାଇଁ ସେ  ସିଙ୍ଗାପୁର ଚାଲି ଯାଇଥିଲେ । ୨୦୧୧ରୁ ୨୦୧୭ ମଧ୍ୟରେ ସେ ଜେନସର ଟେକ୍ନୋଲୋଜି, ଇନୋଭେନ କ୍ୟାପିଟାଲ ଏବଂ ମ୍ୟାକ୍ସ ହେଲଥ କେୟାର ଭଳି ଅନେକ କମ୍ପାନୀର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ । ବୁଚ୍ ଇଣ୍ଡିଆନ୍ ସ୍କୁଲ୍ ଅଫ୍ ଡେଭଲପମେଣ୍ଟ ମ୍ୟାନେଜମେଣ୍ଟରେ ସ୍ବାଧୀନ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଛନ୍ତି ଏବଂ ନ୍ୟୁ ଡେଭଲେପମେଣ୍ଟ ବ୍ୟାଙ୍କର ପରାମର୍ଶଦାତା ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି ।   

ମାଧବୀଙ୍କର ମାତ୍ର ୧୮ ବର୍ଷ ବୟସରେ ଧବଳ ବୁଚଙ୍କ ସହିତ ନିର୍ବନ୍ଧ ହୋଇଥିଲା । ଧବଳ ଏକ ବହୁରାଷ୍ଟ୍ରୀୟ କମ୍ପାନୀରେ ବଡ ପଦବୀରେ କାମ କରୁଥିଲେ । ୨୧ ବର୍ଷ ବୟସରେ ମାଧବୀ ଏବଂ ଧବଳଙ୍କର ହୋଇଥିଲା ବିବାହ । କିନ୍ତୁ ଏତେ ସଫଳତା ମଧ୍ୟରେ ମାଧବୀ ନିଜ ବିବାହକୁ ବୋଝ ମାନି ନଥିଲେ । ସେ କୁହନ୍ତି କି ତାଙ୍କ ପରିବାର ହେଉଛି ତାଙ୍କର ସବୁଠାରୁ ବଡ ଶକ୍ତି । ସେ ନିଜ ସ୍ବାମୀ ଧବଳ ବୁଚଙ୍କୁ ତାଙ୍କ ସାଙ୍ଗ, ଦାର୍ଶନିକ ଏବଂ ମାର୍ଗଦର୍ଶକ ମାନଥାନ୍ତି ।