୧୯ ଖଣ୍ଡ ମୌଜା ଅଞ୍ଚଳରେ କାଳ ବୈଶାଖୀ ତାଣ୍ଡବ
ଝାରସୁଗୁଡା ୧୩/୫ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ସୀମାନ୍ତ ୧୯ ଖଣ୍ଡ ମୌଜା ରେମତା ପଞ୍ଚାୟତ ଏବଂ ଏହାର ଆଖପାଖ ଅଞ୍ଚଳରେ ରବିବାର ସନ୍ଧ୍ୟାରେ କାଳ ବୈଶାଖୀ ତାଣ୍ଡବ ରଚିଥିଲା । ଏହାର ପ୍ରଭାବରେ ପ୍ରବଳ ବର୍ଷା ସହ ଝଡ଼ ତୋଫାନ ହୋଇଥିଲା । ଫଳରେ ରେମତା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରେମତା,କିରିତମାଲ,ସରଧା,ଚିଖିଲି ଓ ମୁହୁଦି ଏବଂ ଚାରପାଲି ପଞ୍ଚାୟତର ଧୁଲୁଣ୍ଡା, ମୁରଲୀପାଲି , କଣ୍ଡେଇକେଲା ପଞ୍ଚାୟତ ର ସୁଖାସୋଢା ଓ ସେମେଳିଆ ଗ୍ରାମର […] The post ୧୯ ଖଣ୍ଡ ମୌଜା ଅଞ୍ଚଳରେ କାଳ ବୈଶାଖୀ ତାଣ୍ଡବ appeared first on Odisha.News.

ଝାରସୁଗୁଡା ୧୩/୫ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ସୀମାନ୍ତ ୧୯ ଖଣ୍ଡ ମୌଜା ରେମତା ପଞ୍ଚାୟତ ଏବଂ ଏହାର ଆଖପାଖ ଅଞ୍ଚଳରେ ରବିବାର ସନ୍ଧ୍ୟାରେ କାଳ ବୈଶାଖୀ ତାଣ୍ଡବ ରଚିଥିଲା । ଏହାର ପ୍ରଭାବରେ ପ୍ରବଳ ବର୍ଷା ସହ ଝଡ଼ ତୋଫାନ ହୋଇଥିଲା । ଫଳରେ ରେମତା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରେମତା,କିରିତମାଲ,ସରଧା,ଚିଖିଲି ଓ ମୁହୁଦି ଏବଂ ଚାରପାଲି ପଞ୍ଚାୟତର ଧୁଲୁଣ୍ଡା, ମୁରଲୀପାଲି , କଣ୍ଡେଇକେଲା ପଞ୍ଚାୟତ ର ସୁଖାସୋଢା ଓ ସେମେଳିଆ ଗ୍ରାମର ଚାଷୀ ମାନଙ୍କ ପ୍ରାୟ ୫୦୦ ଏକରରୁ ଅଧିକ ଡାଲୁଆ ଧାନ ଫସଲ ନଷ୍ଟ ହେବା ସହିତ ଅନେକ ଲୋକଙ୍କ ଘରର ଆରବେଷ୍ଟର ମଧ୍ୟ ଉଡ଼ି ଯାଇଛି । ଏହା ବ୍ୟତୀତ ଅନେକ ସ୍ଥାନରେ ବଡ଼ ବଡ଼ ଗଛ ଭାଙ୍ଗି ବିଦ୍ୟୁତ ତାର ଛିଣ୍ଡି ଯାଇଥିବା ଯୋଗୁଁ କେତେକ ଗାଁକୁ ବର୍ତ୍ତମାନ ସୁଦ୍ଧା ବିଦ୍ୟୁତ ସଂଯୋଗ ହୋଇ ନ ଥିବା ସ୍ଥାନୀୟ ଲୋକଙ୍କ ଠାରୁ ପ୍ରକାଶ । ଯାହା ଫଳରେ ଭୀଷଣ ଗରମ ଓ ପିଇବା ପାଣି ପାଇଁ ସ୍ଥାନୀୟ ଲୋକେ ନାହିଁ ନ ଥିବା ଅସୁବିଧା ସମ୍ମୁଖୀନ ହେଉଥିବା ଅଭିଯୋଗ କରୁଛନ୍ତି । ତେଣୁ ଯଥାଶୀଘ୍ର ବିଦ୍ୟୁତ ସଂଯୋଗ କରିବା ସହିତ କାଳ ବୈଶାଖୀ ପ୍ରଭାବରେ ନଷ୍ଟ ହୋଇଥିବା ଧାନ ଫସଲର କ୍ଷୟକ୍ଷତି ଆକଳନ କରି ଆର୍ଥିକ ସରକାରୀ ସହାୟତା ଯୋଗାଇ ଦେବାକୁ ରାମ ସା, ମହାବୀର ପଧାନ, ବୃନ୍ଦାବନ ଭୋଇ, କେଶବ ଭୋଇ, ରଞ୍ଜିତ ସାହୁ, ପ୍ରଫୁଲ୍ଲ ସାହୁ, ସଞ୍ଜୟ ମିଶ୍ର, ଗଜାନନ ପଧାନ, ସୁରେନ୍ଦ୍ର ପଧାନ, ଭକ୍ତ ସାହୁ, ଶ୍ରୀମୁଖ ସାହୁଙ୍କ ସମେତ କ୍ଷତିଗ୍ରସ୍ତ ସମସ୍ତ ଚାଷୀ ଦାବି କରିଛନ୍ତି ।
The post ୧୯ ଖଣ୍ଡ ମୌଜା ଅଞ୍ଚଳରେ କାଳ ବୈଶାଖୀ ତାଣ୍ଡବ appeared first on Odisha.News.