୧୯ ଦିନରେ ରଥ ନିର୍ମାଣ, ଭଉଁରୀ ତିଥିରେ ସରିଲା ତିନି ରଥର ଚକ-ଅଖ ଡେରା ନୀତି

ପୁରୀ: ସୋମବାର ପବିତ୍ର ଭଉଁରୀ ତିଥିରେ ଚକ-ଅଖ ଡେରା ନୀତି ପରମ୍ପରା ଅନୁସାରେ ପାଳିତ ହୋଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ, ବଳଭଦ୍ର ମହାପ୍ରଭୁଙ୍କ ତାଳଧ୍ଵଜ ରଥ ଏବଂ ଦେବୀ ସୁଭଦ୍ରାଙ୍କ ଦର୍ପ ଦଳନ ରଥର ଚକ ସହ ଅଖ ସଂଯୋଗ କାରଯାଇଛି। ଶ୍ରୀମନ୍ଦିରରୁ ଶ୍ରୀବିଗ୍ରହଙ୍କ ଆଜ୍ଞାମାଳ ବିଜେ ପରେ ପୂଜାର୍ଚ୍ଚନା ପୂର୍ବକ ଚକ ଡେରା ନୀତି ସମ୍ପନ୍ନ ହୋଇଅଛି।ମହାପ୍ରଭୁଙ୍କ ସକାଳଧୂପ ଶେଷ ହେବାପରେ ରତ୍ନ ସିଂହାସନରୁ ତିନି ଠାକୁରଙ୍କ ଆଜ୍ଞାମାଳ ବିଜେ କରାଇ ଶୋଭାଯାତ୍ରାରେ ବଡ଼ଠାକୁରଙ୍କ ବାଡ଼ରୁ ଲକ୍ଷ୍ମୀ ନାରାୟଣ ପୂଜାପଣ୍ଡା ସାମନ୍ତ,ଦେବୀ ସୁଭଦ୍ରାଙ୍କ ବାଡ଼ରୁ ଗୋପବନ୍ଧୁ ପୂଜାପଣ୍ଡା ସାମନ୍ତ ଏବଂ ମହାପ୍ରଭୁ ଜଗନ୍ନାଥଙ୍କ ବାଡରୁ ବିଶ୍ଵନାଥ ପୂଜାପଣ୍ଡା ସାମନ୍ତେ ଆସି ଭଉଁରୀ ତିଥିରେ ତିନି ରଥର ଚକ-ଆଖରେ ଆଜ୍ଞାମାଳ ଲାଗି ସମ୍ପନ୍ନ କରିଥିଲେ। ଭଉଁରୀ ତିଥିରେ ଚକାଡେରା ନୀତି ପରେ ପରମ୍ପରା ଅନୁଯାୟୀ ରଥ ଖଳାରେ ନିର୍ମାଣ କାର୍ଯ୍ୟ ବନ୍ଦ ରହିଥାଏ। ସୋମବାର ସୁଦ୍ଧା ତିନି ରଥର ମୋଟ ୨୬ ଗୋଟି ଚକ ନିର୍ମାଣ ଶେଷ ହୋଇଛି।

୧୯ ଦିନରେ ରଥ ନିର୍ମାଣ, ଭଉଁରୀ ତିଥିରେ ସରିଲା ତିନି ରଥର ଚକ-ଅଖ ଡେରା ନୀତି

ପୁରୀ: ସୋମବାର ପବିତ୍ର ଭଉଁରୀ ତିଥିରେ ଚକ-ଅଖ ଡେରା ନୀତି ପରମ୍ପରା ଅନୁସାରେ ପାଳିତ ହୋଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ, ବଳଭଦ୍ର ମହାପ୍ରଭୁଙ୍କ ତାଳଧ୍ଵଜ ରଥ ଏବଂ ଦେବୀ ସୁଭଦ୍ରାଙ୍କ ଦର୍ପ ଦଳନ ରଥର ଚକ ସହ ଅଖ ସଂଯୋଗ କାରଯାଇଛି। ଶ୍ରୀମନ୍ଦିରରୁ ଶ୍ରୀବିଗ୍ରହଙ୍କ ଆଜ୍ଞାମାଳ ବିଜେ ପରେ ପୂଜାର୍ଚ୍ଚନା ପୂର୍ବକ ଚକ ଡେରା ନୀତି ସମ୍ପନ୍ନ ହୋଇଅଛି।

ମହାପ୍ରଭୁଙ୍କ ସକାଳଧୂପ ଶେଷ ହେବାପରେ ରତ୍ନ ସିଂହାସନରୁ ତିନି ଠାକୁରଙ୍କ ଆଜ୍ଞାମାଳ ବିଜେ କରାଇ ଶୋଭାଯାତ୍ରାରେ ବଡ଼ଠାକୁରଙ୍କ ବାଡ଼ରୁ ଲକ୍ଷ୍ମୀ ନାରାୟଣ ପୂଜାପଣ୍ଡା ସାମନ୍ତ,ଦେବୀ ସୁଭଦ୍ରାଙ୍କ ବାଡ଼ରୁ ଗୋପବନ୍ଧୁ ପୂଜାପଣ୍ଡା ସାମନ୍ତ ଏବଂ ମହାପ୍ରଭୁ ଜଗନ୍ନାଥଙ୍କ ବାଡରୁ ବିଶ୍ଵନାଥ ପୂଜାପଣ୍ଡା ସାମନ୍ତେ ଆସି ଭଉଁରୀ ତିଥିରେ ତିନି ରଥର ଚକ-ଆଖରେ ଆଜ୍ଞାମାଳ ଲାଗି ସମ୍ପନ୍ନ କରିଥିଲେ। ଭଉଁରୀ ତିଥିରେ ଚକାଡେରା ନୀତି ପରେ ପରମ୍ପରା ଅନୁଯାୟୀ ରଥ ଖଳାରେ ନିର୍ମାଣ କାର୍ଯ୍ୟ ବନ୍ଦ ରହିଥାଏ। ସୋମବାର ସୁଦ୍ଧା ତିନି ରଥର ମୋଟ ୨୬ ଗୋଟି ଚକ ନିର୍ମାଣ ଶେଷ ହୋଇଛି।