୧୯ ବର୍ଷୀୟା ଯୁବତୀଙ୍କୁ ବିବାହ କରୁଥିଲେ ନାବାଳକ, ଆଉ ତାପରେ…
ଦଶମନ୍ତପୁର, ୫ା୮(ଅରବିନ୍ଦ ନାୟକ): କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପରଜାବେଡା ପଦର ପଞ୍ଚାୟତର ବି.ନୂଆଗୁଡା ଗ୍ରାମରେ ପ୍ରଶାସନ ସୋମବାର ଏକ ବାଲ୍ୟ ବିବାହକୁ ରୋକିଛି। ନୂଆଗୁଡା ଗ୍ରାମର ଜଣେ ବ୍ୟକ୍ତିଙ୍କ ନାବାଳକ ପୁଅ (୧୬)ଙ୍କ ସହ ପୂର୍ବ ପ୍ରସ୍ତୁତି ଅନୁସାରେ ଲୁଲ୍ଲା ପଞ୍ଚାୟତ ମାରିଚମାଳ ଗ୍ରାମର ଜଣେ ବ୍ୟକ୍ତିଙ୍କ ୧୯ ବର୍ଷର ଝିଅଙ୍କ ବିବାହ କରିବା ପାଇଁ ପ୍ରସ୍ତୁତି କରାଯାଉଥିଲା। କୋରାପୁଟ ଏକତା ସ୍ବେଚ୍ଛାସେବୀ ଅନୁଷ୍ଠାନର କ୍ଷେତ୍ର ସଂଯୋଜକ ବେଣୁଧର ନାୟକ ଏବଂ ଲୁଲ୍ଲାରେ କାର୍ଯ୍ୟରତ […] The post ୧୯ ବର୍ଷୀୟା ଯୁବତୀଙ୍କୁ ବିବାହ କରୁଥିଲେ ନାବାଳକ, ଆଉ ତାପରେ… appeared first on Dharitri Odia News.
ଦଶମନ୍ତପୁର, ୫ା୮(ଅରବିନ୍ଦ ନାୟକ): କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପରଜାବେଡା ପଦର ପଞ୍ଚାୟତର ବି.ନୂଆଗୁଡା ଗ୍ରାମରେ ପ୍ରଶାସନ ସୋମବାର ଏକ ବାଲ୍ୟ ବିବାହକୁ ରୋକିଛି। ନୂଆଗୁଡା ଗ୍ରାମର ଜଣେ ବ୍ୟକ୍ତିଙ୍କ ନାବାଳକ ପୁଅ (୧୬)ଙ୍କ ସହ ପୂର୍ବ ପ୍ରସ୍ତୁତି ଅନୁସାରେ ଲୁଲ୍ଲା ପଞ୍ଚାୟତ ମାରିଚମାଳ ଗ୍ରାମର ଜଣେ ବ୍ୟକ୍ତିଙ୍କ ୧୯ ବର୍ଷର ଝିଅଙ୍କ ବିବାହ କରିବା ପାଇଁ ପ୍ରସ୍ତୁତି କରାଯାଉଥିଲା।
କୋରାପୁଟ ଏକତା ସ୍ବେଚ୍ଛାସେବୀ ଅନୁଷ୍ଠାନର କ୍ଷେତ୍ର ସଂଯୋଜକ ବେଣୁଧର ନାୟକ ଏବଂ ଲୁଲ୍ଲାରେ କାର୍ଯ୍ୟରତ ଏକତା ସ୍ବେଚ୍ଛାସେବୀ ମକର ମୁଦୁଲି ନୂଆଗୁଡା ଗ୍ରାମର ଏକ ବିଦ୍ୟାଳୟକୁ ଅନୁଧ୍ୟାନ ପାଇଁ ଯାଇଥିବା ବେଳେ ବାଲ୍ୟ ବିବାହ ହେଉଥିବା ନେଇ ସୂଚନା ପାଇଥିଲେ। ଉଭୟେ ଶିଶୁ ବିଭାଗକୁ ଏ ସମ୍ପର୍କରେ ଜଣାଇଥିଲେ। ବ୍ଲକ ସମନ୍ବିତ ଶିଶୁ ବିଭାଗ ଅଧିକାରୀ ଶକୁନ୍ତଳା ଦାସଙ୍କ ନିର୍ଦ୍ଦେଶରେ ଲୁଲ୍ଲା ଓ ପରଜାବେଡାପଦର ପଞ୍ଚାୟତ ସୁପରଭାଇଜର ଅଖବତୀ ମୁସ୍କା ଏବଂ ସୁକାନ୍ତି କୁଲିସିକା ଘଟଣା ସ୍ଥଳରେ ପହଞ୍ଚତ୍ ବାଲ୍ୟ ବିବାହ ହେଉଥିବା ସ୍ଥାନରେ ପରିବାର ଲୋକଙ୍କୁ ବାଲ୍ୟ ଦମ୍ପତିଙ୍କ ଆଧାର କାର୍ଡ ମାଗି ବୟସ ଯାଞ୍ଚ କରିଥିଲେ। ଏଥିରେ ନାବାଳକଙ୍କ ବୟସ ୧୬ ହୋଇଥିବା ବେଳେ ଝିଅର ବୟସ ୧୯ ହୋଇଥିଲା। ଫଳରେ ପୁଅର ବୟସ କମ୍ ଥିବାରୁ ବିବାହକୁ ବାରଣ କରି ବାଲ୍ୟ ବିବାହ ଏକ ଦଣ୍ଡନୀୟ ଅପରାଧ ବୋଲି ସେମାନଙ୍କୁ ବୁଝାଇଥିଲେ। ଏହି ସମୟରେ ବିବାହ ସ୍ଥଳରୁ ନାବାଳକ ଜଣକ ଫେରାର ହୋଇଯାଇଥିଲେ।
ପ୍ରଶାସନ ନାବାଳକଙ୍କ ବାପା ଓ ସମ୍ପୃକ୍ତା ଝିଅକୁ ଗ୍ରାମରୁ ଉଦ୍ଧାର କରି ସ୍ଥାନୀୟ ଦଶମନ୍ତପୁର ଥାନାରେ ପୋଲିସ ଜିମା ଦେଇଥିବା ଜଣାପଡ଼ିଛି। ତେବେ ସମ୍ପୃକ୍ତ ଯୁବତୀ ଜଣକ ନୂଆଗୁଡ଼ାରେ ରହୁଥିବା ନିଜ ବଡ଼ ଭଉଣୀଙ୍କ ଘରକୁ ବୁଲିବାକୁ ଆସିଥିବା ବେଳେ ନାବାଳକ ଜଣକ ଘର ଟାଣି ନେଇଥିଲେ ବୋଲି ସମ୍ପୃକ୍ତା ଯୁବତୀ ଜଣକ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଜିଲା ଶିଶୁ ସୁରକ୍ଷା ଅଧିକାରୀ ରାଜଶ୍ରୀ ଦାସଙ୍କୁ ପଚାରିବାରୁ ସେ କହିଲେ, ସେମାନଙ୍କୁ ଜିଲା ଶିଶୁ ସୁରକ୍ଷା ସମିତିକୁ ହସ୍ତାନ୍ତର କରାଯିବ।
The post ୧୯ ବର୍ଷୀୟା ଯୁବତୀଙ୍କୁ ବିବାହ କରୁଥିଲେ ନାବାଳକ, ଆଉ ତାପରେ… appeared first on Dharitri Odia News.