୧୯ରେ ସିୟୁଇଟି-ୟୁଜି ପୁନଃପରୀକ୍ଷା କରିବ ଏନ୍‌ଟିଏ

ନୂଆଦିଲ୍ଲୀ,୧୫ା୭: ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ୧,୦୦୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ରଙ୍କ ପାଇଁ କମନ ୟୁନିଭର୍ସିଟି ଏଣ୍ଟ୍ରାନ୍ସ ଟେଷ୍ଟ ଅଣ୍ଡରଗ୍ରାଜୁଏଟ୍‌ (ସିୟୁଇଟି-ୟୁଜି) ପରୀକ୍ଷା ୧୯ରେ ପୁଣିଥରେ କରାଇବାକୁ ଘୋଷଣା କରିଛି। ଏହି ଛାତ୍ରୀଛାତ୍ର ପରୀକ୍ଷା ପରିଚାଳନାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିବା ସହ ଏନ୍‌ଟିଏ ନିକଟରେ ଅଭିଯୋଗ କରିଥିଲେ। ଆସନ୍ତା ୧୯ ତାରିଖରେ କମ୍ପ୍ୟୁଟର ଆଧାରିତ ମୋଡ୍‌ରେ ଏହି ପରୀକ୍ଷା କରାଯିବ। ସୂଚନାଯୋଗ୍ୟ, ଦେଶର ୩୭୯ ସହର ସମେତ ଦେଶ ବାହାରେ ୨୬ ସହରରେ ଚଳିତବର୍ଷ ସିୟୁଇଟି-ୟୁଜି ପରୀକ୍ଷା […] The post ୧୯ରେ ସିୟୁଇଟି-ୟୁଜି ପୁନଃପରୀକ୍ଷା କରିବ ଏନ୍‌ଟିଏ appeared first on Dharitri Odia News.

୧୯ରେ ସିୟୁଇଟି-ୟୁଜି ପୁନଃପରୀକ୍ଷା କରିବ ଏନ୍‌ଟିଏ

ନୂଆଦିଲ୍ଲୀ,୧୫ା୭: ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ୧,୦୦୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ରଙ୍କ ପାଇଁ କମନ ୟୁନିଭର୍ସିଟି ଏଣ୍ଟ୍ରାନ୍ସ ଟେଷ୍ଟ ଅଣ୍ଡରଗ୍ରାଜୁଏଟ୍‌ (ସିୟୁଇଟି-ୟୁଜି) ପରୀକ୍ଷା ୧୯ରେ ପୁଣିଥରେ କରାଇବାକୁ ଘୋଷଣା କରିଛି। ଏହି ଛାତ୍ରୀଛାତ୍ର ପରୀକ୍ଷା ପରିଚାଳନାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିବା ସହ ଏନ୍‌ଟିଏ ନିକଟରେ ଅଭିଯୋଗ କରିଥିଲେ। ଆସନ୍ତା ୧୯ ତାରିଖରେ କମ୍ପ୍ୟୁଟର ଆଧାରିତ ମୋଡ୍‌ରେ ଏହି ପରୀକ୍ଷା କରାଯିବ।
ସୂଚନାଯୋଗ୍ୟ, ଦେଶର ୩୭୯ ସହର ସମେତ ଦେଶ ବାହାରେ ୨୬ ସହରରେ ଚଳିତବର୍ଷ ସିୟୁଇଟି-ୟୁଜି ପରୀକ୍ଷା ମେ’ ୧୫ରୁ ୨୯ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ୧୩.୪୮ ଲକ୍ଷ ଛାତ୍ରୀଛାତ୍ର ଏହି ପରୀକ୍ଷା ଦେଇଥିଲେ। ଜୁଲାଇ ୭ରେ ଏନ୍‌ଟିଏ ଅସ୍ଥାୟୀ ଭାବେ ଉତ୍ତର ସେଟ୍‌ ପ୍ରକାଶ କରିବା ସହ ୯ ତାରିଖ ସୁଦ୍ଧା ଏହା ଉପରେ ଆପତ୍ତି ଅଭିଯୋଗ କରିବା ପାଇଁ ଆହ୍ବାନ ଦେଇଥିଲା। ଜୁନ୍‌ ୩୦ରେ ଉତ୍ତର ସେଟ୍‌ ପ୍ରକାଶ ପାଇବାକୁ ଥିବାବେଳେ ବିଳମ୍ବ ହୋଇଥିବାରୁ ବହୁ ଛାତ୍ରୀଛାତ୍ର ଅସନ୍ତୋଷ ବ୍ୟକ୍ତ କରିଥିଲେ।

The post ୧୯ରେ ସିୟୁଇଟି-ୟୁଜି ପୁନଃପରୀକ୍ଷା କରିବ ଏନ୍‌ଟିଏ appeared first on Dharitri Odia News.