୧୯୪୨ ଗାନ୍ଧିଜୀ ଲଗାଇଥିଲେ ବରଗଛ, ଚାରା ଏବେ ୨ ଏକରରେ ବ୍ୟାପ୍ତ
ନୂଆଦିଲ୍ଲୀ ୦୬/୦୭: ପରିବେଶ ସୁରକ୍ଷା ଓ ଭବିଷ୍ୟତ ପିଢ଼ି ପାଇଁ ବୃକ୍ଷରୋପଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବିଶ୍ୱବାସୀଙ୍କୁ ଅହିଂସାର ଜ୍ଞାନ ବାଣ୍ଟିଥିବା ମହାତ୍ମା ଗାନ୍ଧି ବ୍ରିଟିଶ ଶାସନ ବିରୋଧରେ ଆନ୍ଦୋଳନ କରିବା ସମୟରେ ବୃକ୍ଷରୋପଣର ମୂଲ୍ୟ ବୁଝିଥିଲେ । ସ୍ୱାଧୀନତା ଆନ୍ଦୋଳନ ସମୟରେ ସେ ଯେଉଁ ସ୍ଥାନକୁ ଯାଉଥିଲେ, ସେଠାରେ ବୃକ୍ଷରୋପଣ କରୁଥିଲେ । ୧୯୪୨ ମସିହା ଭାରତ ଛାଡ଼ ଆନ୍ଦୋଳନ ଅଭିଯାନ ସମୟରେ ଗାନ୍ଧିଜୀ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଯାତ୍ରା କରିଥିଲେ । ଏହି ସମୟରେ ରେଳ ଷ୍ଟେସନ୍ରେ ସେ ଏକ ବରଗଛ ଚାରା ରୋପଣ କରିଥିଲେ । ଏହି ଚାରା ଏବେ ବିଶାଳ ବୃକ୍ଷ ରୂପେ ସେ ଦିନର ସ୍ମୃତିକୁ ବର୍ଣ୍ଣନା କରୁଛି । ଭାରତ ଛାଡ଼ ଆନ୍ଦୋଳନ ସମୟରେ ଗାନ୍ଧିଜୀ ଟ୍ରେନ୍ରେ ଦେଶ ଭ୍ରମଣ କରୁଥିଲେ । ଏହି ସମୟରେ ସେ ଶ୍ରୀକାକୁଲମ୍ ଜିଲ୍ଲାର ଦୁସି ରେଳ ଷ୍ଟେସନ୍ରେ ଓହ୍ଲାଇଥିଲେ । ଏଠାରେ ସେ ଏକ ବରଗଛ ଚାରା ରୋପଣ କରିଥିଲେ । ଏହି ବୃକ୍ଷ ଏବେ ୨ ଏକରରୁ ଅଧିକ ସ୍ଥାନରେ ବ୍ୟାପିଛି । ଏହି ବାଟ ଦେଇ ଯାଉଥିବା ପଥିକଙ୍କୁ ଗଛଟି ଛାଇ ପ୍ରଦାନ କରୁଛି । ଭାରତୀୟ ସ୍ୱାଧୀନତା ଆନ୍ଦୋଳନରେ ଶ୍ରୀକାକୁଲମ ଜିଲ୍ଲା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା । ଏହି ସ୍ଥାନର ସ୍ୱତନ୍ତ୍ର ପରିଚୟ ରହିଛି । ଇତିହାସ କହେ, ଭାରତ ଛାଡ଼ ଆନ୍ଦୋଳନ ସମୟରେ ଗାନ୍ଧିଜୀ ସ୍ଥାନୀୟ ରେଳ ଷ୍ଟେସନ୍ରେ ଏକ ବିଶାଳ ସମାବେଶକୁ ସମ୍ବୋଧନ କରିଥି
ନୂଆଦିଲ୍ଲୀ ୦୬/୦୭: ପରିବେଶ ସୁରକ୍ଷା ଓ ଭବିଷ୍ୟତ ପିଢ଼ି ପାଇଁ ବୃକ୍ଷରୋପଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବିଶ୍ୱବାସୀଙ୍କୁ ଅହିଂସାର ଜ୍ଞାନ ବାଣ୍ଟିଥିବା ମହାତ୍ମା ଗାନ୍ଧି ବ୍ରିଟିଶ ଶାସନ ବିରୋଧରେ ଆନ୍ଦୋଳନ କରିବା ସମୟରେ ବୃକ୍ଷରୋପଣର ମୂଲ୍ୟ ବୁଝିଥିଲେ । ସ୍ୱାଧୀନତା ଆନ୍ଦୋଳନ ସମୟରେ ସେ ଯେଉଁ ସ୍ଥାନକୁ ଯାଉଥିଲେ, ସେଠାରେ ବୃକ୍ଷରୋପଣ କରୁଥିଲେ ।
୧୯୪୨ ମସିହା ଭାରତ ଛାଡ଼ ଆନ୍ଦୋଳନ ଅଭିଯାନ ସମୟରେ ଗାନ୍ଧିଜୀ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଯାତ୍ରା କରିଥିଲେ । ଏହି ସମୟରେ ରେଳ ଷ୍ଟେସନ୍ରେ ସେ ଏକ ବରଗଛ ଚାରା ରୋପଣ କରିଥିଲେ । ଏହି ଚାରା ଏବେ ବିଶାଳ ବୃକ୍ଷ ରୂପେ ସେ ଦିନର ସ୍ମୃତିକୁ ବର୍ଣ୍ଣନା କରୁଛି । ଭାରତ ଛାଡ଼ ଆନ୍ଦୋଳନ ସମୟରେ ଗାନ୍ଧିଜୀ ଟ୍ରେନ୍ରେ ଦେଶ ଭ୍ରମଣ କରୁଥିଲେ । ଏହି ସମୟରେ ସେ ଶ୍ରୀକାକୁଲମ୍ ଜିଲ୍ଲାର ଦୁସି ରେଳ ଷ୍ଟେସନ୍ରେ ଓହ୍ଲାଇଥିଲେ ।
ଏଠାରେ ସେ ଏକ ବରଗଛ ଚାରା ରୋପଣ କରିଥିଲେ । ଏହି ବୃକ୍ଷ ଏବେ ୨ ଏକରରୁ ଅଧିକ ସ୍ଥାନରେ ବ୍ୟାପିଛି । ଏହି ବାଟ ଦେଇ ଯାଉଥିବା ପଥିକଙ୍କୁ ଗଛଟି ଛାଇ ପ୍ରଦାନ କରୁଛି । ଭାରତୀୟ ସ୍ୱାଧୀନତା ଆନ୍ଦୋଳନରେ ଶ୍ରୀକାକୁଲମ ଜିଲ୍ଲା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା । ଏହି ସ୍ଥାନର ସ୍ୱତନ୍ତ୍ର ପରିଚୟ ରହିଛି । ଇତିହାସ କହେ, ଭାରତ ଛାଡ଼ ଆନ୍ଦୋଳନ ସମୟରେ ଗାନ୍ଧିଜୀ ସ୍ଥାନୀୟ ରେଳ ଷ୍ଟେସନ୍ରେ ଏକ ବିଶାଳ ସମାବେଶକୁ ସମ୍ବୋଧନ କରିଥିଲେ ।
ସ୍ଥାନୀୟ ଲୋକଙ୍କ ଅନୁସାରେ, କେବଳ ସେହି ଜିଲ୍ଲା ନୁହେଁ, ଏହି ବିଶାଳ ସମାବେଶରେ ଯୋଗ ଦେବାକୁ ଅନ୍ୟ ଜିଲ୍ଲାମାନଙ୍କରୁ ମଧ୍ୟ ଲୋକେ ଧାଇଁ ଆସିଥିଲେ । ଗାନ୍ଧିଜୀ ଲଗାଇଥିବା ବରଗଛ ଉକ୍ତ ଅଞ୍ଚଳ ପାଇଁ ଗର୍ବ ଓ ଗୌରବର କଥା ବୋଲି ସ୍ଥାନୀୟ ଲୋକେ କହୁଛନ୍ତି । ସେମାନେ ଏହି ବୃକ୍ଷକୁ ଖୁବ୍ ସମ୍ମାନ ଦେଉଛନ୍ତି । ଗାନ୍ଧିଜୀଙ୍କ ଦ୍ୱାରା ଲଗାଯାଇଥିବା ଏହି ବିଶାଳ ବୃକ୍ଷର ଗୁରୁତ୍ୱ ଦର୍ଶାଇବାକୁ ଏବଂ ତା’ର ଉପଯୁକ୍ତ ଯତ୍ନ ଦେବାକୁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନେବା ଉଚିତ୍ ବୋଲି ଲୋକେ ଚାହୁଁଛନ୍ତି