୧୯୯୬ କୋଏମ୍ବାଟୁର ବୋମା ବିସ୍ଫୋରଣ ମାମଲା, ୨୯ ବର୍ଷ ପରେ ଗିରଫ ହେଲା ଅଭିଯୁକ୍ତ ସାଦିକ

୧୯୯୬ କୋଏମ୍ବାଟୁର ବୋମା ବିସ୍ଫୋରଣ ମାମଲା । ୨୯ ବର୍ଷ ପରେ ମୁଖ୍ୟ ଅଭିଯୁକ୍ତ ସାଦିକ ଗିରଫ । ଏକ ବଡ଼ ସଫଳତା ହାସଲ କରି, କୋଏମ୍ବାଟୁର ପୋଲିସ ୧୯୯୬ କୋଏମ୍ବାଟୁର ବୋମା ବିସ୍ଫୋରଣ ମାମଲାର ମୁଖ୍ୟ ଅଭିଯୁକ୍ତ ସାଦିକ ରାଜାଙ୍କୁ ଗିରଫ କରିଛି । ପ୍ରାୟ ତିନି ଦଶନ୍ଧି ଧରି ପଳାତକ ରହିବା ପରେ ତାଙ୍କୁ ବିଜୟପୁରା ସହରରୁ ଗିରଫ କରାଯାଇଥିଲା । ସାଦିକ୍, ଯିଏ ମୂଳତଃ ଚାମରାଜନଗର ଜିଲ୍ଲାର ଗୁଣ୍ଡଲୁପେଟ୍ର ବାସିନ୍ଦା । ବିସ୍ଫୋରଣ […] The post ୧୯୯୬ କୋଏମ୍ବାଟୁର ବୋମା ବିସ୍ଫୋରଣ ମାମଲା, ୨୯ ବର୍ଷ ପରେ ଗିରଫ ହେଲା ଅଭିଯୁକ୍ତ ସାଦିକ appeared first on KNews Odisha.

୧୯୯୬ କୋଏମ୍ବାଟୁର ବୋମା ବିସ୍ଫୋରଣ ମାମଲା, ୨୯ ବର୍ଷ ପରେ ଗିରଫ ହେଲା ଅଭିଯୁକ୍ତ ସାଦିକ
arrest pic

୧୯୯୬ କୋଏମ୍ବାଟୁର ବୋମା ବିସ୍ଫୋରଣ ମାମଲା । ୨୯ ବର୍ଷ ପରେ ମୁଖ୍ୟ ଅଭିଯୁକ୍ତ ସାଦିକ ଗିରଫ । ଏକ ବଡ଼ ସଫଳତା ହାସଲ କରି, କୋଏମ୍ବାଟୁର ପୋଲିସ ୧୯୯୬ କୋଏମ୍ବାଟୁର ବୋମା ବିସ୍ଫୋରଣ ମାମଲାର ମୁଖ୍ୟ ଅଭିଯୁକ୍ତ ସାଦିକ ରାଜାଙ୍କୁ ଗିରଫ କରିଛି । ପ୍ରାୟ ତିନି ଦଶନ୍ଧି ଧରି ପଳାତକ ରହିବା ପରେ ତାଙ୍କୁ ବିଜୟପୁରା ସହରରୁ ଗିରଫ କରାଯାଇଥିଲା ।

ସାଦିକ୍, ଯିଏ ମୂଳତଃ ଚାମରାଜନଗର ଜିଲ୍ଲାର ଗୁଣ୍ଡଲୁପେଟ୍ର ବାସିନ୍ଦା । ବିସ୍ଫୋରଣ ପରଠାରୁ ଫେରାର୍ ଥିଲା ଏବଂ ବାରମ୍ବାର ତାଙ୍କ ସ୍ଥାନ ପରିବର୍ତ୍ତନ କରୁଥିଲା । ସେ ତାମିଲନାଡୁରୁ ବେଙ୍ଗାଲୁରୁ, ତା’ପରେ ହୁବଲି ଏବଂ ଶେଷରେ ବିଜୟପୁରାରେ ବାସ କରୁଥିଲା । ଗତ ୧୨ ବର୍ଷ ଧରି, ସେ ଏକ ନକଲି ପରିଚୟପତ୍ର ସହିତ ରହୁଥିଲା ଏବଂ ପନିପରିବା ବିକ୍ରେତା ଭାବରେ କାମ କରୁଥିଲା । ସେ ହୁବଲିର ଜଣେ ମହିଳାଙ୍କୁ ମଧ୍ୟ ବିବାହ କରିଛନ୍ତି ।

ପୋଲିସ ସୂତ୍ର ଅନୁଯାୟୀ ସାଦିକ ମାଦୁରାଇ ଏବଂ ନାଗୋର ଘଟଣା ସମେତ ଅନ୍ୟାନ୍ୟ ବିସ୍ଫୋରଣ ମାମଲାରେ ମଧ୍ୟ ଜଡିତ ଥିଲା । କୋଏମ୍ବାଟୁର ପୋଲିସ ନିର୍ଦ୍ଦିଷ୍ଟ ସୂଚନା ଉପରେ କାର୍ଯ୍ୟ କରିଥିଲା ଏବଂ ବିଜୟପୁରା ଜିଲ୍ଲା ପୋଲିସକୁ ମଧ୍ୟ ସୂଚନା ନ ଦେଇ ଅପରେସନକୁ ଅତ୍ୟନ୍ତ ଗୁପ୍ତ ରଖିଥିଲା ।

ଏଥି ସହ ଜାଣିରଖନ୍ତୁ ଯେ, ବର୍ତ୍ତମାନ ତାଙ୍କୁ ଏବେ ହେପାଜତକୁ ନିଆଯାଇଛି ଏବଂ ଅଧିକ ତଦନ୍ତ ପାଇଁ ତାମିଲନାଡୁକୁ ନିଆଯାଇଛି ।

Also read : ଲାହୋର ଯାଉଥିବା ବସକୁ ଅଟକାଇଲେ ଅପହରଣକାରୀ, ୯ ଜଣ ଯାତ୍ରୀଙ୍କୁ କଲେ ହତ୍ୟା

The post ୧୯୯୬ କୋଏମ୍ବାଟୁର ବୋମା ବିସ୍ଫୋରଣ ମାମଲା, ୨୯ ବର୍ଷ ପରେ ଗିରଫ ହେଲା ଅଭିଯୁକ୍ତ ସାଦିକ appeared first on KNews Odisha.