୨ ଓଭରରେ ମ୍ୟାଚ୍‌ ଜିତିବାକୁ ଆବଶ୍ୟକ ଥିଲା ୬୧ ରନ୍‌: ଗୋଟିଏ ବଲ୍‌ ବାକି ଥାଇ ମ୍ୟାଚ୍‌ ଜିତିଗଲା ଏହି ଟିମ୍‌

ନୂଆଦିଲ୍ଲୀ,୧୬।୭: କ୍ରିକେଟରେ କ’ଣ ହେବ, ତାହା କେହି ଜାଣନ୍ତି ନାହିଁ। ସମୟ ସହିତ କ୍ରିକେଟ ଦ୍ରୁତ ଗତିରେ ଗତି କରୁଛି। ବର୍ତ୍ତମାନ ଟେଷ୍ଟ କ୍ରିକେଟରେ ମଧ୍ୟ ବ୍ୟାଟ୍ସମ୍ୟାନ୍‌ମାନେ ବିସ୍ଫୋରକ ବ୍ୟାଟିଂ କରିବାକୁ ପସନ୍ଦ କରୁଛନ୍ତି। କ୍ରିକେଟର ସମ୍ପ୍ରସାରଣ ସହିତ ଫର୍ମାଟ ମଧ୍ୟ ପରିବର୍ତ୍ତନ ହେଉଛି। ପୂର୍ବରୁ କେବଳ ଟେଷ୍ଟ ଏବଂ ଦିନିକିଆ କ୍ରିକେଟ ଖେଳାଯାଉଥିଲା। ତା’ପରେ ଟି-୨୦ କ୍ରିକେଟ ଆରମ୍ଭ ହୋଇଥିଲା। ବର୍ତ୍ତମାନ ଅନେକ ସ୍ଥାନରେ ଟି-୧୦ କ୍ରିକେଟ ମଧ୍ୟ ଖେଳାଯାଉଛି। ଏହି ଟି-୧୦ କ୍ରିକେଟରେ ଏକ […] The post ୨ ଓଭରରେ ମ୍ୟାଚ୍‌ ଜିତିବାକୁ ଆବଶ୍ୟକ ଥିଲା ୬୧ ରନ୍‌: ଗୋଟିଏ ବଲ୍‌ ବାକି ଥାଇ ମ୍ୟାଚ୍‌ ଜିତିଗଲା ଏହି ଟିମ୍‌ appeared first on Dharitri Odia News.

୨ ଓଭରରେ ମ୍ୟାଚ୍‌ ଜିତିବାକୁ ଆବଶ୍ୟକ ଥିଲା ୬୧ ରନ୍‌: ଗୋଟିଏ ବଲ୍‌ ବାକି ଥାଇ ମ୍ୟାଚ୍‌ ଜିତିଗଲା ଏହି ଟିମ୍‌

ନୂଆଦିଲ୍ଲୀ,୧୬।୭: କ୍ରିକେଟରେ କ’ଣ ହେବ, ତାହା କେହି ଜାଣନ୍ତି ନାହିଁ। ସମୟ ସହିତ କ୍ରିକେଟ ଦ୍ରୁତ ଗତିରେ ଗତି କରୁଛି। ବର୍ତ୍ତମାନ ଟେଷ୍ଟ କ୍ରିକେଟରେ ମଧ୍ୟ ବ୍ୟାଟ୍ସମ୍ୟାନ୍‌ମାନେ ବିସ୍ଫୋରକ ବ୍ୟାଟିଂ କରିବାକୁ ପସନ୍ଦ କରୁଛନ୍ତି। କ୍ରିକେଟର ସମ୍ପ୍ରସାରଣ ସହିତ ଫର୍ମାଟ ମଧ୍ୟ ପରିବର୍ତ୍ତନ ହେଉଛି। ପୂର୍ବରୁ କେବଳ ଟେଷ୍ଟ ଏବଂ ଦିନିକିଆ କ୍ରିକେଟ ଖେଳାଯାଉଥିଲା। ତା’ପରେ ଟି-୨୦ କ୍ରିକେଟ ଆରମ୍ଭ ହୋଇଥିଲା। ବର୍ତ୍ତମାନ ଅନେକ ସ୍ଥାନରେ ଟି-୧୦ କ୍ରିକେଟ ମଧ୍ୟ ଖେଳାଯାଉଛି। ଏହି ଟି-୧୦ କ୍ରିକେଟରେ ଏକ ମ୍ୟାଚ୍‌ରେ ଅସମ୍ଭବ ସମ୍ଭବ ହୋଇଛି। ୨ ଓଭରରେ ୬୧ ରନ୍‌ ଜିତିବାକୁ ଥିବାବେଳେ ଏକ ଟିକ୍‌ ଗୋଟିଏ ବଲ୍‌ ବାକି ଥାଇ ମ୍ୟାଚ୍‌ ଜିତିଥିଲା।

ୟୁରୋପୀୟ କ୍ରିକେଟର ଟି୧୦ ଟୁର୍ନାମେଣ୍ଟରେ ଏହା ଘଟିଥିଲା। ଅଷ୍ଟ୍ରିଆ ରୋମାନିଆ ବିପକ୍ଷରେ ୧୧ ବଲରେ ୬୧ରନ ସ୍କୋର କରି ଜିତିଥିଲା। ପ୍ରାୟ ମ୍ୟାଚ ହାରିଥିବା ଅଷ୍ଟ୍ରିଆ, ଯାହା ସମ୍ଭବ ନୁହେଁ ତାହା କରିଥିଲା।
ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ରୋମାନିଆ ୧୦ ଓଭରରେ ମୋଟ ୧୬୮ ରନ କରିଥିଲା। ଟାର୍ଗେଟକୁ ପିଛା କରି ଅଷ୍ଟ୍ରିଆ ଦଳ ଏକ ସମୟରେ ୮ ଓଭରରେ ୩ ଉଇକେଟ ହରାଇ ବୋର୍ଡରେ ମାତ୍ର ୧୦୭ ରନ କରିଥିଲା। ବର୍ତ୍ତମାନ ଏଠାରୁ ଦଳ ଜିତିବା ପାଇଁ ଶେଷ ୨ ଓଭରରେ ୩୦.୫ ରନ ହାରରେ ୬୧ ରନ ଆବଶ୍ୟକ କରିଥିଲା। ଏଠାରୁ ଅଷ୍ଟ୍ରିଆର ବିଜୟ ଅସମ୍ଭବ ମନେ ହେବାକୁ ଲାଗିଲା।

ଆକିବ ଇକବାଲ ୮ ଓଭର ବେଳେ ୯ ବଲରେ ୨୨ ରନ ସ୍କୋର କରି ଦଳ ପାଇଁ ଖେଳୁଥିଲେ। ତା’ପରେ ଶେଷ ୨ ଓଭରରେ ଆକିବ ଏତେ ଚମତ୍କାର କାର୍ଯ୍ୟ କରିଥିଲେ ଯେ ତାଙ୍କ ସ୍କୋର ୧୯ ବଲରେ ୭୨ ରନ ହୋଇଥିଲା ଏବଂ ଅଷ୍ଟ୍ରିଆ ୭ ଉଇକେଟରେ ମ୍ୟାଚ୍‌କୁ ଜିତିଥିଲା। ଆକିବଙ୍କ ବ୍ୟାଟରୁ ୨ ଚୌକା ଓ ୧୦ ଛକା ଆସିଥିଲା।

The post ୨ ଓଭରରେ ମ୍ୟାଚ୍‌ ଜିତିବାକୁ ଆବଶ୍ୟକ ଥିଲା ୬୧ ରନ୍‌: ଗୋଟିଏ ବଲ୍‌ ବାକି ଥାଇ ମ୍ୟାଚ୍‌ ଜିତିଗଲା ଏହି ଟିମ୍‌ appeared first on Dharitri Odia News.