୨ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ; ମାଫିଆ ଗିରଫ

ଲମତାପୁଟ: କୋରାପୁଟ ନନ୍ଦପୁର ପୋଲିସକୁ ସଫଳତା । ଗଞ୍ଜେଇ ଚୋରା ଚାଲାଣ କରୁଥିବା ଜଣେ ଯୁବକ ଗିରଫ ଏବଂ ୨ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ ହୋଇଛି । ନନ୍ଦପୁର ଅଞ୍ଚଳରେ ବେଧଡ଼କ ଗଞ୍ଜେଇ ଚୋରାଚାଲାଣ ହେଉଥିବା ନେଇ ଖବର ମିଳିବା ପରେ ଏସଡିପିଓଙ୍କ ନେତୃତ୍ବରେ ଏକ ଟିମ୍ ନନ୍ଦପୁର ଛକ ନିକଟରେ ନକାବନ୍ଦି କରିଥିଲା । ଏକ ପିକଅପ୍ ଭ୍ୟାନରେ ଗଞ୍ଜେଇ ନେଇଯାଉ ଥିବାବେଳେ ପୋଲିସ ଟିମ୍ ଅଟକାଇ ଯାଞ୍ଚ କରିଥିଲା । ଉକ୍ତ ଗାଡ଼ରୁ ୧୧ ବସ୍ତା ଗଞ୍ଜେଇ ଜବତ ହୋଇଥିବା ବେଳେ ଜଣେ ଗିରଫ ହୋଇଛି । ସ୍ଥାନୀୟ ମାଜିଷ୍ଟେଟଙ୍କ ଉପସ୍ଥିତିରେ ଗଞ୍ଜେଇକୁ ଓଜନ କରାଯାଉଛି । ଏହାର ଆନୁମାନିକ ମୂଲ୍ୟ ୮ ଲକ୍ଷ ୨୫ ହଜାର ହେବ ବୋଲି ପୋଲିସ ସୂଚନା ଦେଇଛି । ଗଞ୍ଜେଇ ଜଲାପୁଟ ଅଞ୍ଚଳରୁ ସେମିଳିଗୁଡାକୁ ଚୋରା ଚାଲାଣ ହେଉଥିଲା