୨ ଦିନ ହେବ ନିଖୋଜ ଥିଲେ ଫାଇନାନ୍ସ କର୍ମଚାରୀ: ଜଙ୍ଗଲରୁ ମିଳିଲା ଝୁଲନ୍ତା ମୃତଦେହ
ବଲାଙ୍ଗୀର, ୪।୯(ସୁନିଲ କୁମାର ମହାନ୍ତି):ବଲାଙ୍ଗୀର ଜିଲା ସଇଁତଳା ଥାନା ବଡ଼ମାଳ ଫାଣ୍ଡି ଅଧୀନସ୍ଥ ଗୋଏଲଭାଡ଼ି ବର୍ଣି ଜଙ୍ଗଲରେ ଜଣେ ଫାଇନାନ୍ସ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୋଲିସ। ଫାଇନାନ୍ସ କର୍ମଚାରୀ ଜଣକ ଟିଟିଲାଗଡ ଥାନା ସର୍ଗିଗୁଡ଼ାର ଉତ୍ତମ ନାଗ ବୋଲି ଜଣାପଡିଛି। ସେ ୩ ବର୍ଷ ହେବ ଟିଟିଲାଗଡ ସ୍ଥିତ ବଜାଜ ଫାଇନାନ୍ସରେ କାମ କରୁଥିଲେ। ସେ ଗତ ୨ ତାରିଖରୁ ନିଖୋଜ ଥିବାବେଳେ ତାଙ୍କ ପରିବାର ଲୋକେ ନିଖୋଜ ହୋଇଥିବା ନେଇ ଟିଟିଲାଗଡ ଥାନା […] The post ୨ ଦିନ ହେବ ନିଖୋଜ ଥିଲେ ଫାଇନାନ୍ସ କର୍ମଚାରୀ: ଜଙ୍ଗଲରୁ ମିଳିଲା ଝୁଲନ୍ତା ମୃତଦେହ appeared first on Dharitri Odia News.
ବଲାଙ୍ଗୀର, ୪।୯(ସୁନିଲ କୁମାର ମହାନ୍ତି):ବଲାଙ୍ଗୀର ଜିଲା ସଇଁତଳା ଥାନା ବଡ଼ମାଳ ଫାଣ୍ଡି ଅଧୀନସ୍ଥ ଗୋଏଲଭାଡ଼ି ବର୍ଣି ଜଙ୍ଗଲରେ ଜଣେ ଫାଇନାନ୍ସ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୋଲିସ। ଫାଇନାନ୍ସ କର୍ମଚାରୀ ଜଣକ ଟିଟିଲାଗଡ ଥାନା ସର୍ଗିଗୁଡ଼ାର ଉତ୍ତମ ନାଗ ବୋଲି ଜଣାପଡିଛି। ସେ ୩ ବର୍ଷ ହେବ ଟିଟିଲାଗଡ ସ୍ଥିତ ବଜାଜ ଫାଇନାନ୍ସରେ କାମ କରୁଥିଲେ। ସେ ଗତ ୨ ତାରିଖରୁ ନିଖୋଜ ଥିବାବେଳେ ତାଙ୍କ ପରିବାର ଲୋକେ ନିଖୋଜ ହୋଇଥିବା ନେଇ ଟିଟିଲାଗଡ ଥାନା ର ଅଭିଯୋଗ କରିଥିଲେ। ଆଜି ଜଙ୍ଗଲରୁ ମୃତଦେହ ଉଦ୍ଧାର କରିଛି ପୋଲିସ l ଘଟଣାସ୍ଥଳ ନିକଟରୁ ମୋଟର ସାଇକେଲ (ଓଡି୦୮ଏଚ୍୮୮୬୮) ପୋଲିସ ଜବତ କରିଛି। ମୃତକ ଜଣକ କମ୍ପାନୀର ଲକ୍ଷାଧିକ ଟଙ୍କା ହେରଫେର କରିଥିବା ସାଧାରଣରେ ଚର୍ଚ୍ଚା ହେଉଛି।
The post ୨ ଦିନ ହେବ ନିଖୋଜ ଥିଲେ ଫାଇନାନ୍ସ କର୍ମଚାରୀ: ଜଙ୍ଗଲରୁ ମିଳିଲା ଝୁଲନ୍ତା ମୃତଦେହ appeared first on Dharitri Odia News.