୨ ଦିବସୀୟ ରାଉରକେଲା ଗସ୍ତରେ ଡିଜି ଖୁରାନିଆ
ରାଉରକେଲା ,୨୮।୪(ସଂଗୀତା ଜେନା): ରାଜ୍ୟରେ ୧୨ ଜଣ ପାକିସ୍ତାନୀ ଅଛନ୍ତି। ସମସ୍ତଙ୍କୁ ଲିଭ ଇଣ୍ଡିଆ ନୋଟିସ ଦିଆଯାଇଛି। କେତେ ଜଣେ ପାକିସ୍ତାନୀ ଯାଇ ସାରିଲେଣି। ଏବେ ପରବର୍ତ୍ତୀ ନିର୍ଦ୍ଦେଶନାମାକୁ ଅପେକ୍ଷା କରାଯାଇଛି। ଓଡ଼ିଶା ପୋଲିସ ଡିଜି ୟୋଗେସ ବାହାଦୁର ଖୁରାନିଆ ତାଙ୍କର ଦୁଇ ଦିନିଆ ରାଉରକେଲା ଗସ୍ତରେ ଏହି କଥା କହିଛନ୍ତି। ଏହାଛଡା ରାଉରକେଲା ପୋଲିସର ବିଭିନ୍ନ ଆବଶ୍ୟକତା ସମ୍ପର୍କରେ ମଧ୍ୟ ସେ କହିଛନ୍ତି। ପୂର୍ବ ଅପେକ୍ଷା ରାଉରକେଲା ପୋଲିସ ଆହୁରି ଅଧିକ କାର୍ଯ୍ୟକ୍ଷମ ହେବ ବୋଲି […] The post ୨ ଦିବସୀୟ ରାଉରକେଲା ଗସ୍ତରେ ଡିଜି ଖୁରାନିଆ appeared first on Dharitri Odia News.
ରାଉରକେଲା ,୨୮।୪(ସଂଗୀତା ଜେନା): ରାଜ୍ୟରେ ୧୨ ଜଣ ପାକିସ୍ତାନୀ ଅଛନ୍ତି। ସମସ୍ତଙ୍କୁ ଲିଭ ଇଣ୍ଡିଆ ନୋଟିସ ଦିଆଯାଇଛି। କେତେ ଜଣେ ପାକିସ୍ତାନୀ ଯାଇ ସାରିଲେଣି। ଏବେ ପରବର୍ତ୍ତୀ ନିର୍ଦ୍ଦେଶନାମାକୁ ଅପେକ୍ଷା କରାଯାଇଛି। ଓଡ଼ିଶା ପୋଲିସ ଡିଜି ୟୋଗେସ ବାହାଦୁର ଖୁରାନିଆ ତାଙ୍କର ଦୁଇ ଦିନିଆ ରାଉରକେଲା ଗସ୍ତରେ ଏହି କଥା କହିଛନ୍ତି। ଏହାଛଡା ରାଉରକେଲା ପୋଲିସର ବିଭିନ୍ନ ଆବଶ୍ୟକତା ସମ୍ପର୍କରେ ମଧ୍ୟ ସେ କହିଛନ୍ତି। ପୂର୍ବ ଅପେକ୍ଷା ରାଉରକେଲା ପୋଲିସ ଆହୁରି ଅଧିକ କାର୍ଯ୍ୟକ୍ଷମ ହେବ ବୋଲି ଡିଜି କହିଛନ୍ତି। ରାଜ୍ୟରେ ୧୬୫୦ ପୋଲିସ କର୍ମଚାରୀ ନିଅଣ୍ଟ ଅଛନ୍ତି ଏବଂ ଏହାକୁ ଖୁବ ଶୀଘ୍ର ପୁରଣ କରାଯିବ ବୋଲି ଶ୍ରୀ ଖୁରାନିଆ କହିଛନ୍ତି।
ରାଉରକେଲାରେ ମହାନଗର ନିଗମ ପକ୍ଷରୁ ଆରମ୍ଭ ହୋଇଥିବା ସିସିଟିଭି ଲଗାଇବା ପ୍ରକ୍ରିୟାରେ ବିଳମ୍ବ ହୋଇଛି। ଏହା କିପରି ଖୁବ ଶୀଘ୍ର କାର୍ଯ୍ୟକାରୀ ହେବ ସେ ବାବଦରେ ଆଲୋଚନା ହୋଇଛି। ଏହା ଛଡା ମାଓବାଦୀ ଦମନ ନୀତି ତଥା ପଦକ୍ଷେପ ନେବା ଉପରେ ପଡୋଶୀ ରାଜ୍ୟ ଝାଡ଼ଖଣ୍ଡ ପୋଲିସର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରା ଯାଇଥିବା କହିଲେ ପୋଲିସ ଡିଜି । ଏହି ଆଲୋଚନା ବୈଠକରେ ଆଇଜି ଅପରେଶନ ଡ. ଦୀପକ କୁମାର,ପଶ୍ଚିମାଞ୍ଚଳ ଡିଆଇଜି ଦାୟିତ୍ୱରେ ଥିବା ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ, ରାଉରକେଲା ଏସପି ନୀତେଶ ୱାଧୱାନିଙ୍କ ସମେତ ଜିଲାର ବରିଷ୍ଠ ପୋଲିସ ଅଧିକାରୀମାନେ ଯୋଗ ଦେଇଥିଲେ।
The post ୨ ଦିବସୀୟ ରାଉରକେଲା ଗସ୍ତରେ ଡିଜି ଖୁରାନିଆ appeared first on Dharitri Odia News.