୨ ବର୍ଷର ଝିଅ ପାଇଁ ଶୋ’ ଛାଡିଲେ ଚାରୁ ଅସୋପା, କହିଲେ- ମୋର ପ୍ରଥମ ପ୍ରାଧନ୍ୟ ଜିଆନା
ମୁମ୍ଵାଇ ୨୧।୦୪: ଟେଲି ଅଭିନେତ୍ରୀ ଚାରୁ ଅସୋପା । ସୁଶ୍ମିତା ସେନଙ୍କ ପୂର୍ବତନ ଭାଉଜ । ତାଙ୍କର ଛାଡ଼ପତ୍ର ପରେ ଏବେ ସେ ଚିନ୍ତାରେ ପଡ଼ିଛନ୍ତି। ସେ ଏବେ ସିଙ୍ଗଲ ମଦର । ନିଜ ଝିଅର ନିଜେ ଲାଳନପାଳନ କରୁଛନ୍ତି। ଅଭିନେତ୍ରୀ ଝିଅକୁ ଜନ୍ମ ଦେବା ପରେ ୩ ବର୍ଷ ଯାଏଁ ମ୍ୟାଟ୍ରନିଟି ଲିଭ୍ ନେଇଥିଲେ। ପୁଣି ୨୦୨୩ରେ ଟେଲି ପରଦାକୁ କମ୍ବ୍ୟକ୍ କଲେ । ସେ ଭାବିଥିଲେ କି କାମ କରିବା ସହ ସେ ତାଙ୍କ ଝିଅକୁ ସମ୍ଭାଳିନେବେ । ହେଲେ ସେ ଏବେ ଶୋ’ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି। ନିକଟରେ ଚାରୁ ନିଜ କାମ ନେଇ କହିଛନ୍ତି, ’ମୁଁ ମୋର ୨ବର୍ଷର ଝିଅ ପାଇଁ ଶୋ’ ଛାଡ଼ିବା ପାଇଁ ବାଧ୍ୟ ହେଉଛି। କାରଣ ମୋ ଉପରେ ଅଧିକରୁ ଅଧିକ ଚାପ ରହୁଛି। କାମ ସହିତ ଘରକୁ ଦେଖିବା ଝିଅର ଯତ୍ନ ନେବା କାମ ଭାବିଥିଲି ତୁଲାଇ ଦେବି।କିନ୍ତୁ ସମୟ ସମୟରେ ସୁଟିଂରେ ଯାଇଥିବା ବେଳେ ଘରେ ଏମିତି ଜରୁରୀ ପରିସ୍ଥିତି ଥାଏ କି ସେଟରେ କାମକୁ ଅଧାରୁ ବନ୍ଦ କରି ଆସିବାକୁ ହୋଇଥାଏ। ଏହା ଦ୍ବାରା ସେଟରେ ଥିବା ଅନ୍ୟ ସଦସ୍ୟଙ୍କୁ ବି ଅସୁବିଧା ହୋଇଥାଏ । ମୁଁ ଚିନ୍ତା କଲି ଝିଅ ଜିୟାନାଙ୍କ ଯତ୍ନ ନେବା ସହିତ ସୋ’ କରି ହେବନାହିଁ। ଜିୟାନା ଏବେ ବୟସରରେ ଅଛି .. ସେ ସବୁକିଛି ଅନୁକରଣ କରୁଛି। ଏଭଳି ପରିସ୍ଥିତିରେ ତାକୁ ସେଟକୁ ନେଇ ଯିବା ଉଚିତ ନୁହେଁ। ଏବେ ମୁଁ ମୋର ସମସ୍ତ ସମୟ ଜୟାନାକୁ ଦେବାକୁ ସ୍ଥିର କରିଛି। କାରଣ ମୋ ଜୀବନରେ ଝିଅ ମୋର ପ୍ରଥମ ପ୍ରାଧାନ୍ୟ
ମୁମ୍ଵାଇ ୨୧।୦୪: ଟେଲି ଅଭିନେତ୍ରୀ ଚାରୁ ଅସୋପା । ସୁଶ୍ମିତା ସେନଙ୍କ ପୂର୍ବତନ ଭାଉଜ । ତାଙ୍କର ଛାଡ଼ପତ୍ର ପରେ ଏବେ ସେ ଚିନ୍ତାରେ ପଡ଼ିଛନ୍ତି। ସେ ଏବେ ସିଙ୍ଗଲ ମଦର । ନିଜ ଝିଅର ନିଜେ ଲାଳନପାଳନ କରୁଛନ୍ତି। ଅଭିନେତ୍ରୀ ଝିଅକୁ ଜନ୍ମ ଦେବା ପରେ ୩ ବର୍ଷ ଯାଏଁ ମ୍ୟାଟ୍ରନିଟି ଲିଭ୍ ନେଇଥିଲେ। ପୁଣି ୨୦୨୩ରେ ଟେଲି ପରଦାକୁ କମ୍ବ୍ୟକ୍ କଲେ । ସେ ଭାବିଥିଲେ କି କାମ କରିବା ସହ ସେ ତାଙ୍କ ଝିଅକୁ ସମ୍ଭାଳିନେବେ । ହେଲେ ସେ ଏବେ ଶୋ’ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି।

ନିକଟରେ ଚାରୁ ନିଜ କାମ ନେଇ କହିଛନ୍ତି, ’ମୁଁ ମୋର ୨ବର୍ଷର ଝିଅ ପାଇଁ ଶୋ’ ଛାଡ଼ିବା ପାଇଁ ବାଧ୍ୟ ହେଉଛି। କାରଣ ମୋ ଉପରେ ଅଧିକରୁ ଅଧିକ ଚାପ ରହୁଛି। କାମ ସହିତ ଘରକୁ ଦେଖିବା ଝିଅର ଯତ୍ନ ନେବା କାମ ଭାବିଥିଲି ତୁଲାଇ ଦେବି।କିନ୍ତୁ ସମୟ ସମୟରେ ସୁଟିଂରେ ଯାଇଥିବା ବେଳେ ଘରେ ଏମିତି ଜରୁରୀ ପରିସ୍ଥିତି ଥାଏ କି ସେଟରେ କାମକୁ ଅଧାରୁ ବନ୍ଦ କରି ଆସିବାକୁ ହୋଇଥାଏ। ଏହା ଦ୍ବାରା ସେଟରେ ଥିବା ଅନ୍ୟ ସଦସ୍ୟଙ୍କୁ ବି ଅସୁବିଧା ହୋଇଥାଏ । ମୁଁ ଚିନ୍ତା କଲି ଝିଅ ଜିୟାନାଙ୍କ ଯତ୍ନ ନେବା ସହିତ ସୋ’ କରି ହେବନାହିଁ। ଜିୟାନା ଏବେ ବୟସରରେ ଅଛି .. ସେ ସବୁକିଛି ଅନୁକରଣ କରୁଛି। ଏଭଳି ପରିସ୍ଥିତିରେ ତାକୁ ସେଟକୁ ନେଇ ଯିବା ଉଚିତ ନୁହେଁ। ଏବେ ମୁଁ ମୋର ସମସ୍ତ ସମୟ ଜୟାନାକୁ ଦେବାକୁ ସ୍ଥିର କରିଛି।

କାରଣ ମୋ ଜୀବନରେ ଝିଅ ମୋର ପ୍ରଥମ ପ୍ରାଧାନ୍ୟ । କାହିଁକି ନା କାମ ପାଇଁ ମୁଁ ତାକୁ ଅବହେଳା କରି ପାରିବି ନାହିଁ। ଜଣେ ସିଙ୍ଗଲ ମଦର ହୋଇଥିବାରୁ ମୋତେ ଅନେକ ଦିଗ ପ୍ରତି ଧ୍ୟାନ ଦେବାକୁ ପଡ଼ୁଛି। ତେଣୁ କାମକୁ ଛାଡ଼ିବା ନିଷ୍ପତ୍ତି ନେବା ପାଇଁ ମୋତେ ୬ମାସର ସମୟ ଲାଗି ଯାଇଛି। ଜାଣିଛି ଏଭଳି ନିଷ୍ପତ୍ତି ହେତୁ ଆଗକୁ ଯାଇ ମୋତେ ଆର୍ଥିକ ସମସ୍ୟା ଦେଖା ଦେଇପାରେ। କିନ୍ତୁ ଝିଅ ପାଇଁ ସବୁକିଛି ସମସ୍ୟାର ସାମ୍ନା କରିବାକୁ ମୁଁ ପ୍ରସ୍ତୁତ। ଘରେ ରହି କଣ୍ଟେଣ୍ଟ କ୍ରିଏଟର, ୱେବ ସିରିଜ ଆଦି କାମ କରିବାର ଯୋଜନା ରଖିଛି। କହିବାକୁ ଗଲେ ଚାରୁଙ୍କ ବିବାହ ୨୦୧୯ରେ ସୁଶ୍ମିତା ସେନଙ୍କ ଭାଇ ରାଜୀବ ସେନଙ୍କ ସହିତ ହୋଇଥିଲା। ୨୦୨୩ରେ ଦୁହିଁଙ୍କର ଛାଡ଼ପତ୍ର ହୋଇଯାଇଥିଲା।